ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’ ପକ୍ଷରୁ କରାଯାଇଥିବା ଏକ ଐତିହାସିକ ପରୀକ୍ଷଣର ଆଶ୍ଚର୍ଯ୍ୟଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି। ମାଧ୍ୟାକର୍ଷଣ ଶକ୍ତି ନ ଥିବା ସ୍ଥାନରେ ମହୁମାଛିମାନେ କିଭଳି ବଞ୍ଚନ୍ତି ଏବଂ ମହୁଫେଣା ତିଆରି କରନ୍ତି, ତାହା ଜାଣିବା ପାଇଁ ନାସା ତା’ର ‘ଡିସ୍‌କଭରି’ ମହାକାଶ ଯାନ ଯୋଗେ ୧୯୮୪ରେ ‘ଏସ୍‌ଟିଏସ୍‌-୪୧ସି ମିଶନ’ରେ ୩,୩୦୧ ମହୁମାଛିଙ୍କୁ ମହାକାଶକୁ ପଠାଇଥିଲା।
ଏହି ୭ ଦିନିଆ ମିଶନର ଆରମ୍ଭ ମହୁମାଛିଙ୍କ ପାଇଁ ବହୁ କଷ୍ଟକର ଥିଲା। ପୃଥିବୀର ମାଧ୍ୟାକର୍ଷଣ ବଳରେ ଉଡ଼ିବା ଅଭ୍ୟାସ ଥିବାରୁ ମହାକାଶର ଓଜନହୀନ ପରିବେଶରେ ସେମାନେ ନିଜ ସନ୍ତୁଳନ ରଖିପାରି ନ ଥିଲେ। ଉଡ଼ିବାକୁ ଚେଷ୍ଟାକରିବା ମାତ୍ରେ ସେମାନେ କାନ୍ଥରେ ପିଟିହେଉଥିଲେ। କିନ୍ତୁ ଜୀବନ ବଞ୍ଚାଇବାର ଅଦ୍ଭୁତ କ୍ଷମତା ଯୋଗୁ ମାତ୍ର କେଇଟା ଦିନରେ ସେମାନେ ଏହି ନୂଆ ପରିବେଶ ସହ ଖାପଖୁଆଇ ନେଇଥିଲେ। ମିଶନର ୭ମ ଦିନ ବେଳକୁ ମହୁମାଛିମାନେ କାନ୍ଥରେ ପିଟି ନ ହୋଇ ମହାକାଶରେ ଅତି ସହଜରେ ଏବଂ ଦ୍ରୁତଗତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିବା ଆରମ୍ଭ କରିଦେଇଥିଲେ।
ମହୁମାଛିମାନେ କେବଳ ମହାକାଶରେ ଉଡ଼ିଲେ ନାହିଁ ବରଂ ନିଜ କାମ ମଧ୍ୟ ସଫଳତାର ସହ ସମ୍ପାଦନକଲେ। ସେମାନେ ସେହି ଓଜନହୀନ ବାକ୍ସ ଭିତରେ ପ୍ରାୟ ୨୦୦ ସେଣ୍ଟିମିଟର ଲମ୍ବର ଏକ ମହୁଫେଣା ପ୍ରସ୍ତୁତ କରିଥିଲେ। ଗବେଷକମାନେ ଦେଖିବାକୁ ପାଇଲେ ଯେ ମହାକାଶରେ ତିଆରି ହୋଇଥିବା ମହୁଫେଣାର କୋଠରିଗୁଡ଼ିକର କାନ୍ଥ ପୃଥିବୀ ତୁଳନାରେ ଅଧିକ ମୋଟା ଥିଲା। ସେହି ଫେଣା ମଧ୍ୟରେ ସେମାନେ ନିଜ ପାଇଁ ଦିଆଯାଇଥିବା ଚିନି ସିରପ ମଧ୍ୟ ସଞ୍ଚୟକରି ରଖିଥିଲେ। ଏହି ମିଶନରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା, ପ୍ରତିକୂଳ ପରିବେଶ ସତ୍ତ୍ୱେ ମହୁମାଛିଙ୍କର ମୃତ୍ୟୁ ହାର ବହୁ କମ୍‌ ଥିଲା। ଏପରିକି ସେମାନଙ୍କ ରାଣୀ ମହୁମାଛି ପ୍ରାୟ ୩୫ଟି ଅଣ୍ଡା ମଧ୍ୟ ଦେଇଥିଲା। ନାସାର ଏହି ସଫଳ ପରୀକ୍ଷଣ ପ୍ରମାଣ କରିଛି ଯେ ପୃଥିବୀର କ୍ଷୁଦ୍ର ଜୀବମାନେ ମଧ୍ୟ ଯେକୌଣସି ପରିସ୍ଥିତିରେ ନିଜକୁ ବଦଳାଇବାର ଅସୀମ କ୍ଷମତା ରଖନ୍ତି। ଅପରପକ୍ଷେ ପୃଥିବୀକୁ ଫେରିବା ପରେ ସେହି ମହୁଫେଣାରେ ଥିବା ଅଣ୍ଡାଗୁଡ଼ିକରୁ ଛୁଆ ବାହାରି ନ ଥିଲେ (ଅଣ୍ଡା ଫୁଟି ନ ଥିଲା)। ଏହାର ପ୍ରକୃତ କାରଣ ଜଣାପଡ଼ି ନ ଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri