ପରିବେଶ ଚିନ୍ତାରେ ବିତିଲାଣି ୩୩ ବର୍ଷ

ସିମୁଳିଆ,୯।୯(ଡି.ଏନ.ଏ.)-ମାସେ କି ବର୍ଷେ ନୁହେଁ, ଦୀର୍ଘ ୩୩ବର୍ଷ ହେଲା ପରିବେଶ ସୁରକ୍ଷାରେ ଲାଗିପଡ଼ିଛନ୍ତି ପ୍ରକୃତିପ୍ରେମୀ କାହ୍ନୁଚରଣ ସିଂ। ପେସାରେ ସେ ଜଣେ ଶିକ୍ଷକ, ହେଲେ ନିଶା ପରିବେଶ ସୁରକ୍ଷା ଓ ସମାଜସେବା। ପରିବେଶକୁ ଭଲ ପାଉଥିବା ବ୍ୟକ୍ତିତ୍ୱଙ୍କର ଆଚାର, ବିଚାର ଓ ବ୍ୟବହାର ସମ୍ପୂର୍ଣ୍ଣ ନିଆରା। କାହ୍ନୁଚରଣ ମଧ୍ୟ ସେହିଭଳି ଜଣେ ବ୍ୟକ୍ତିତ୍ୱ।
ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତର ସାନମଇତାପୁର- ମହାନ୍ତିପୋଖରୀ ଅଞ୍ଚଳର କାହ୍ନୁଚରଣ ସିଂ ଈଶ୍ୱରପୁର ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସିମୁଳିଆ ଓ ଖଇରା ବ୍ଲକର ବିଭିନ୍ନ ୪ଟି ସ୍କୁଲରେ ସେ ଶିକ୍ଷକତା କରିଛନ୍ତି ା ତେବେ ବିଭିନ୍ନ ବିଦ୍ୟାଳୟ ପରିସର ସମେତ ମଇତାପୁର ମେଡିକାଲ, ସରକାରୀ ରାସ୍ତା, କେନାଲବନ୍ଧ ପାର୍ଶ୍ୱରେ ସେ ଗତ ପ୍ରାୟ ୩୩ବର୍ଷ ହେଲା ବୃକ୍ଷରୋପଣ କରିଆସୁଛନ୍ତି ା ସେଥିମଧ୍ୟରେ ବର, ଅଶ୍ୱତ୍ଥ, କଦମ୍ବ, ଆମ୍ବ ଆଦି ବିଭିନ୍ନ ପ୍ରକାର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଫୁଲ, ଫଳଗଛ ସମେତ ଭଦ୍ରକ ଓ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ୨୫ହଜାର ତାଳଗଛ ରୋପଣ କରିଛନ୍ତି ା ସେ ତାଙ୍କର ଛାତ୍ରୀଛାତ୍ରଙ୍କୁ ଜଣକା ୫ଟି ଲେଖାଏ ଗଛ ଲଗାଇବା ପାଇଁ ପରାମର୍ଶ ଦେବା ସହିତ ନିଜେ ଯାଇ ବୁଲି ଦେଖିଥାନ୍ତି। ପରିବେଶ ପାଇଁ କାହ୍ନୁଚରଣ ମାସିକ ୨୫ଶହ ଟଙ୍କା ଖର୍ଚ୍ଚ କରନ୍ତି ା ଶିକ୍ଷୟିତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ପରିବେଶ କଥା ପାଠରେ ପଢ଼ାନ୍ତି ଓ ବୁଝାନ୍ତି ା ତେବେ ବୃକ୍ଷରୋପଣ ନ କରି ଖାଲି ପାଠରେ ପଢ଼ାଇଲେ ପରିବେଶର ସୁରକ୍ଷା ହୋଇପାରିବ ନାହିଁ ବୋଲି ସେ କହନ୍ତି। ଅପରପକ୍ଷେ ତାଳଗଛ ବଜ୍ରପାତକୁ ପ୍ରତିହତ କରିପାରିବ ବୋଲି ସେ କହନ୍ତି। ‘ସମୟ ସରି ଆସୁଛି, ଜାଗ୍ରତ ହୁଅ’ ବାର୍ତ୍ତା ନେଇ ଶିକ୍ଷକ କାହ୍ନୁଚରଣ ନିଜ ଅଞ୍ଚଳରେ ସମାଜସେବା ପାଇଁ ‘ଓମ୍‌କାର ଦିବ୍ୟସେବା ସମିତି’ ନାମରେ ଏକ ସଙ୍ଗଠନ ଗଢ଼ିଛନ୍ତି ା ଏହି ସମିତିରେ ୧୬ଜଣ ସଭ୍ୟ ବୃକ୍ଷରୋପଣ, ରକ୍ତଦାନ ଆଦି ବିଭିନ୍ନ ସାମାଜିକ କାମ କରୁଛନ୍ତି। କାହ୍ନୁଚରଣ ନିଜେ ମଧ୍ୟ ରେଡ୍‌କ୍ରସକୁ ୩୮ଥର ରକ୍ତଦାନ କରିଛନ୍ତି। ସେ ବାଲେଶ୍ୱର ମଦ ବିରୋଧୀ ଆନ୍ଦୋଳନର ‘ମୋନା’ ସଙ୍ଗଠନର ବ୍ଲକ ସମ୍ପାଦକ ରହିବା ସହିତ ପଡ଼ୋଶୀ ଭଦ୍ରକ ଜିଲା ବିଶ୍ୱ ହିନ୍ଦୁ ପରିଷଦର ଜିଲା ସାଧାରଣ ସମ୍ପାଦକ ରୂପେ ମଧ୍ୟ କାର୍ଯ୍ୟ କରୁଛନ୍ତି ା ଏହାବ୍ୟତୀତ ସ୍ଥାନୀୟ ମଇତାପୁର ରୁଦ୍ରାଶ୍ରମ ଗୋଶାଳା ଓ ଖଡିଗଡିଆ ଭାଗବତ ଆଶ୍ରମର ସଭ୍ୟ ରୂପେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ନିଜେ ଜଣେ ଆଦିବାସୀ ଶ୍ରେଣୀର ହୋଇଥିବାରୁ ବିଭିନ୍ନ ହରିଜନ, ଆଦିବାସୀମାନଙ୍କ ସମେତ ସାଧାରଣ ଲୋକଙ୍କୁ ବିଭିନ୍ନ ନିଶା କବଳରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଅନ୍ତି। ଜଣେ ମଞ୍ଚ କଳାକାର ରୂପେ ସେ ସମ୍ମାନିତ ହୋଇଛନ୍ତି ା ବୃକ୍ଷରୋପଣ ପାଇଁ ଗତ ୨୦୧୬ରେ ଶିକ୍ଷକତା କରୁଥିବା ନୂଆସାହି ବିଦ୍ୟାଳୟ ସମେତ ଖଇରା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri