Posted inଜାତୀୟ

୬ ବର୍ଷରେ ୩୨୬ ରାଜଦ୍ରୋହ ମାମଲା, ୬ ଜଣଙ୍କୁ ଦଣ୍ଡାଦେଶ…

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଅନ୍ତର୍ଗତ ଧାରା ‘୧୨୪-ଏ’ ରାଜଦ୍ରୋହ ଉପରେ ପର୍ଯ୍ୟବେସିତ। ଏହି ଧାରରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଧାରାର ଦୂରୁପଯୋଗ ହେଉଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଦେଶର ସ୍ବାଧୀନତା ସଂଗ୍ରାମରେ ମାହାତ୍ମା ଗାନ୍ଧୀଙ୍କ ଭଳି ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ଲାଗି ବ୍ରିଟିଶ୍‌ ସରକାର ଏହି ଧାରାର ବ୍ୟବହାର କରାଯାଉଥିଲା। ଏଭଳି ଧାରାର ଉଚ୍ଛେଦ ଦେଶର ଆଇନ ବ୍ୟବସ୍ଥାରୁ କାହିଁକି କରାଯାଉ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ଧାରାର ସାମ୍ବିଧାନିକ ବୈଧତାକୁ ନେଇ ଜଣେ ପୂର୍ବର ମେଜର ଜେନେରାଲ ଏବଂ ଏଡିଟର୍ସ ଗିଲ୍ଡ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ସମୟରେ କୋର୍ଟ ଏଭଳି କହିଥିଲେ। ଏହି ଧାରା ଅନ୍ତର୍ଗତ ୨୦୧୪ରୁ ୨୦୧୯ ଗତ ୬ ବର୍ଷ ମଧ୍ୟରେ ୩୨୬ ମାମଲା ରୁଜୁ କରାଯାଇଛି। ତେବେ ବିଚାର ହେବାପରେ ମାତ୍ର ୬ ଜଣଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁସାରେ ଏହି ସମୟ ମଧ୍ୟରେ ସର୍ବାଧିକ ୫୪ ମାମଲା ଆସାମରେ ରୁଜୁ ହୋଇଛି। ସେହିପରି ଏହି ଧାରା ଅନ୍ତର୍ଗତ ଗତ ୬ ବର୍ଷ ମଧ୍ୟରେ ୧୪୧ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୯ରେ ସର୍ବାଧିକ ୯୩ ମାମଲା ରୁଜୁ ହୋଇଛି। ସେହିପରି ୨୦୧୮ରେ ୭୦, ୨୦୧୭ରେ ୫୧, ୨୦୧୬ରେ ୩୫, ୨୦୧୫ରେ ୩୦ ଏବଂ ୨୦୧୪ରେ ୪୭ଟି ମାମଲା ରୁଜୁ କରାଯାଇଛି। ୨୦୧୯ରେ ୪୦ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ସେହିପରି ୨୦୧୮ରେ ୩୮, ୨୦୧୭ରେ ୨୭, ୨୦୧୬ରେ ୧୬, ୨୦୧୫ରେ ୬ ଏବଂ ୨୦୧୪ରେ ୧୪ଟି ଅଭିଯୋଗ ରାଜଦ୍ରୋହ ମାମଲାରେ ଦାଖଲ କରାଯାଇଥିଲା। ଦଣ୍ଡାଦେଶ କରାଯାଇଥିବା ୬ ଜଣଙ୍କ ମଧ୍ୟରୁ ୨୦୧୮ରେ ୨ ଜଣ ଥିବାବେଳେ ୨୦୧୯, ୨୦୧୭, ୨୦୧୬, ୨୦୧୪ରେ ଜଣେ ଲେଖାଏଁ ଲୋକଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି। ଅପରପକ୍ଷରେ ୨୦୧୫ରେ କୌଣସି ଦଣ୍ଡବିଧାନ କରାଯାଇ ନାହିଁ ବୋଲି ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri