Posted inଜାତୀୟ

୬ ବର୍ଷରେ ୩୨୬ ରାଜଦ୍ରୋହ ମାମଲା, ୬ ଜଣଙ୍କୁ ଦଣ୍ଡାଦେଶ…

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଅନ୍ତର୍ଗତ ଧାରା ‘୧୨୪-ଏ’ ରାଜଦ୍ରୋହ ଉପରେ ପର୍ଯ୍ୟବେସିତ। ଏହି ଧାରରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଧାରାର ଦୂରୁପଯୋଗ ହେଉଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଦେଶର ସ୍ବାଧୀନତା ସଂଗ୍ରାମରେ ମାହାତ୍ମା ଗାନ୍ଧୀଙ୍କ ଭଳି ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ଲାଗି ବ୍ରିଟିଶ୍‌ ସରକାର ଏହି ଧାରାର ବ୍ୟବହାର କରାଯାଉଥିଲା। ଏଭଳି ଧାରାର ଉଚ୍ଛେଦ ଦେଶର ଆଇନ ବ୍ୟବସ୍ଥାରୁ କାହିଁକି କରାଯାଉ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ଧାରାର ସାମ୍ବିଧାନିକ ବୈଧତାକୁ ନେଇ ଜଣେ ପୂର୍ବର ମେଜର ଜେନେରାଲ ଏବଂ ଏଡିଟର୍ସ ଗିଲ୍ଡ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ସମୟରେ କୋର୍ଟ ଏଭଳି କହିଥିଲେ। ଏହି ଧାରା ଅନ୍ତର୍ଗତ ୨୦୧୪ରୁ ୨୦୧୯ ଗତ ୬ ବର୍ଷ ମଧ୍ୟରେ ୩୨୬ ମାମଲା ରୁଜୁ କରାଯାଇଛି। ତେବେ ବିଚାର ହେବାପରେ ମାତ୍ର ୬ ଜଣଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁସାରେ ଏହି ସମୟ ମଧ୍ୟରେ ସର୍ବାଧିକ ୫୪ ମାମଲା ଆସାମରେ ରୁଜୁ ହୋଇଛି। ସେହିପରି ଏହି ଧାରା ଅନ୍ତର୍ଗତ ଗତ ୬ ବର୍ଷ ମଧ୍ୟରେ ୧୪୧ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୯ରେ ସର୍ବାଧିକ ୯୩ ମାମଲା ରୁଜୁ ହୋଇଛି। ସେହିପରି ୨୦୧୮ରେ ୭୦, ୨୦୧୭ରେ ୫୧, ୨୦୧୬ରେ ୩୫, ୨୦୧୫ରେ ୩୦ ଏବଂ ୨୦୧୪ରେ ୪୭ଟି ମାମଲା ରୁଜୁ କରାଯାଇଛି। ୨୦୧୯ରେ ୪୦ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ସେହିପରି ୨୦୧୮ରେ ୩୮, ୨୦୧୭ରେ ୨୭, ୨୦୧୬ରେ ୧୬, ୨୦୧୫ରେ ୬ ଏବଂ ୨୦୧୪ରେ ୧୪ଟି ଅଭିଯୋଗ ରାଜଦ୍ରୋହ ମାମଲାରେ ଦାଖଲ କରାଯାଇଥିଲା। ଦଣ୍ଡାଦେଶ କରାଯାଇଥିବା ୬ ଜଣଙ୍କ ମଧ୍ୟରୁ ୨୦୧୮ରେ ୨ ଜଣ ଥିବାବେଳେ ୨୦୧୯, ୨୦୧୭, ୨୦୧୬, ୨୦୧୪ରେ ଜଣେ ଲେଖାଏଁ ଲୋକଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି। ଅପରପକ୍ଷରେ ୨୦୧୫ରେ କୌଣସି ଦଣ୍ଡବିଧାନ କରାଯାଇ ନାହିଁ ବୋଲି ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଲିଉଡ ଫିଲ୍ମ ‘ଇଣ୍ଟରଷ୍ଟେଲାର’ ଠାରୁ କମ୍‌ ଚନ୍ଦ୍ରାୟାନ ୩ର ବଜେଟ୍‌, ପ୍ରତିକ୍ରିୟା ଦେଲେ ମସ୍କ

ନୂଆଦିଲ୍ଲୀ,୨୪।୮:ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଚନ୍ଦ୍ରାୟାନ ୩। ଏନେଇ ୧୪୦କୋଟି ଭାରତୀୟ ଗର୍ବିତ। ବିଶ୍ୱରେ ଭାରତର ଚନ୍ଦ୍ରୟାନ ୩ ଇତିହାସ ରଚିଛି। ବିଶ୍ୱରେ ପ୍ରଥମ ଦେଶ ଭାବେ...

କାନ୍ଦି କାନ୍ଦି ବେହୋଶ ହୋଇପଡିଲେ ଅର୍ପିତା: ହସ୍ପିଟାଲରେ ଭର୍ତ୍ତି

କୋଲକାତା,୨୯।୭: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ। ଇଡି ଜେରାର...

ପିତାଙ୍କୁ ସ୍ୱିଗିରେ କାମ ମିଳିବାରୁ ଖୁସିରେ ଆତ୍ମହରା ହେଲେ କୁନି ଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୭ ।୧୦: ସାରା ବିଶ୍ୱରେ ପିତା ପୁତ୍ରିର ସମ୍ପର୍କ ସବୁଠାରୁ ନିଆରା । ଏ ଦୁହେଁ ଭାବନାର ଏମିତି ଏକ ବନ୍ଧନରେ ବାନ୍ଧି ହୋଇଥାଆନ୍ତି...

ପୋଲିସ ସହାୟତା ଲୋଡିଲେ ୧୩ ବର୍ଷର ବାଳିକା ବଧୂ: ଠିକ୍‌ ସମୟରେ ପହଞ୍ଚିପାରିଲା ନି ପୋଲିସ

ପାଟନା,୨୯।୪: ବିହାର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକା ବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ।...

ରାଜନାଥ ସିଂଙ୍କୁ ଭେଟିଲେ ମେଇତି ଗୋଷ୍ଠୀ

ଇମ୍ଫାଲ,୧୫।୯: ଇମ୍ଫାଲର ମେଇତି ଗୋଷ୍ଠୀ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ସାକ୍ଷାତକାରରେ ସେମାନେ ରାଜ୍ୟରୁ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।...

ସ୍କୁଲ ଫି ଛାଡ଼ ଆବେଦନ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୭(ପି.ଟି.): କରୋନା ଜନିତ ଲକ୍‌ଡାଉନ ସମୟର ସ୍କୁଲ୍‌ ଫି ଆଦାୟ ବନ୍ଦ ରଖିବା ପାଇଁ ବିଭିନ୍ନ ରାଜ୍ୟର ଅଭିଭାବକମାନେ କରିଥିବା ଆବେଦନ ଉପରେ ହସ୍ତକ୍ଷେପ କରିବାକୁ...

ପଞ୍ଜାବର ୧୩୦୪-ଉତ୍ତରପ୍ରଦେଶର ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ, ମତଦାନ ଜାରି…

ଲକ୍ଷ୍ନୌ/ଚଣ୍ଡିଗଡ଼,୨୦।୨ : ରବିବାର ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟର ୨.୧୪ କୋଟି ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବା...

ରାଜନୈତିକ ଦଳଙ୍କୁ ଦେବାକୁ ପଡିବ ଆର୍ଥିକ ବିବରଣୀ, ଅନ ଲାଇନ ପୋର୍ଟାଲ ଆରମ୍ଭ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩।୭: ସୋମବାର ନିର୍ବାଚନ କମିଶନ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି। ସମସ୍ତ ରାଜନୈତିକ ଦଳଙ୍କୁ ଏହି ପୋର୍ଟାଲରେ ସେମାନଙ୍କର ଆର୍ଥିକ ବିବରଣୀ ପ୍ରଦାନ କରିବାକୁ...

Advertisement
Archives

Model This Week