‘ଦିଲ୍‌ବର ଦିଲବର’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିନେଲେ ନେହା କକ୍କର

ନେହା କକ୍କର ବଲିଉଡ୍‌ର ଲୋକପ୍ରିୟ ତଥା ଜଣାଶୁଣା ଗାୟିକା। ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନେହା ସୋସିିଆଲ ମିଡିଆରେ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି। ଏବେ ନେହାଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ଦର୍ଶକଙ୍କ ମନ ମୋହିନେଇଛି। ଏହି ଭିଡିଓରେ ନିଜେ ଗାଇଥିବା ଗୀତ ‘ଦିଲ୍‌ବର ଦିଲବର’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ଶେୟାର କରି ନେହା ଲେଖିଛନ୍ତି, ମୋ’ ନିଜ ଗୀତରେ ଡ୍ୟାନ୍ସ କରିଛି’। ଫ୍ୟାନମାନଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ ଆସିଥିବାବେଳେ ମାତ୍ର ୨ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ସେହିପରି ବହୁ କମେଣ୍ଟ ମଧ୍ୟ ଆସିଛି। ଜଣେ ୟୁଜର ଲେଖିଛନ୍ତି, ନେହା ମାମ୍‌ ଗୀତ ଛାଡ଼ି କେଉଁ ଲାଇନ୍‌କୁ ଆସିଗଲେ?  ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏମିତି ଡ୍ୟାନ୍ସ କରି ଆମ ଜୀବନ ନେଇଯିବ ନା କ’ଣ ?  କହିରଖୁଛୁ, କିଛିଦିନ ପୂର୍ବରୁ ଅଭିନେତା ହିମାଂଶ କୋହଲିଙ୍କ ସହିତ ନେହା ରିଲେସନଶିପ୍‌ରେ ରହିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହିମାଂଶ ଇଣ୍ଡିଆନ୍‌ ଆଇଡଲ୍‌ – ୧୦ର ସେଟ୍‌ରେ ପ୍ରପୋଜ କରିଥିଲେ ନେହାଙ୍କୁ । ପ୍ରଥମେ ନା କରିଥିଲେ ମଧ୍ୟ ପରେ ଗ୍ରହଣ କରିନେଇଥିଲେ। ୨୦୦୬ ମସିହାରେ ସିଙ୍ଗିଙ୍ଗ ସେଲିବ୍ରିଟି ଶୋ’ ଇଣ୍ଡିଆନ୍‌  ଆଇଡଲ୍‌ରେ ଭାଗ ନେଇଥିଲେ ନେହା। ଏହା ପରଠାରୁ ବଲିଉଡ୍‌କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଦେଇଚାଲିଛନ୍ତି। ଗୀତ ଗାଇ ମନ କିଣି ନେଉଥିବା ନେହା ଏବେ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ

ମୁମ୍ବାଇ,୫।୬:ବଲିଉଡର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ଏକ ଚିଠି ମାଧ୍ୟମରେ ଦିଆଯାଇଛି। ସଲମାନ ଖାନଙ୍କ ପିତା ସଲିମ ଖାନ ରବିବାର...

ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ...

ଅଙ୍କିତାଙ୍କୁ ସତର୍କ କରାଇଲେ ବିବେକ: କହିଲେ ଏବେ ସେମାନେ ତୁମ ପଛରେ ପଡ଼ିଯିବେ

ବମ୍ବେ: ଦୀର୍ଘ ଛଅ ବର୍ଷରୁ ଅଧିକ ସମୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କୌଣସି କାରଣକୁ ନେଇ ଉଭୟ...

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ଶିଖ୍ ସେନା ଅଧିକାରୀ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ବେଶ୍ କିଛିଦିନ ହେବ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏଥର କିନ୍ତୁ ନିଜ ପ୍ରୋଜେକ୍ଟକୁ...

ବଡ଼ ପରଦାରେ ଦେଶପ୍ରେମ

ଦେଶପ୍ରେମକୁ ନେଇ କେବଳ ପ୍ରାନ୍ତୀୟ ଭାଷାରେ ନୁହେଁ, ବଲିଉଡ୍‌ରେ ଅନେକ ସିନେମା ନିର୍ମିତ ହୋଇଛି। ଉପଯୁକ୍ତ କାହାଣୀ ଚୟନ, ମନକୁ ଛୁଇଁଲା ଭଳି ଉପସ୍ଥାପନା ଶୈଳୀ...

ଭାଇରାଲ ହେଲା ହିନା ଖାଁଙ୍କ ଗ୍ଲାମରସ ଫଟୋ

ମୁମ୍ବାଇ: ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରି ବଲିଉଡ୍‌ରେ ପହଞ୍ଚିଥିବା ହିନା ଖାଁ ସବୁବେଳେ ନିଜର ଜବରଦସ୍ତ ଷ୍ଟାଇଲ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ଅଭିନେତ୍ରୀ ସୋସିଆଲ...

୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ କପିଲ

ନିଜର ଫିଟନେସକୁ ନେଇ ଖୁବ୍‌ ସଚେତନ ଲୋକପ୍ରିୟ କମେଡି କିଙ୍ଗ କପିଲ ଶର୍ମା । ବର୍ତ୍ତମାନ କପିଲ ପାଖାପାଖି ୧୧ କିଲୋ ଓଜନ କମାଇଛନ୍ତି। ଲକଡାଉନ...

Advertisement
Archives

Model This Week