ବ୍ୟବସାୟ ଆଳରେ ୩୨ଲକ୍ଷ ଠକେଇ

ବରଗଡ଼ ଅଫିସ୍‌,୪।୧୧: ବ୍ୟବସାୟିକ ପ୍ରଲୋଭନ ଦେଖାଇ ମୁମ୍ବାଇର ଏକ ସଂସ୍ଥା ବରଗଡ଼ର ୪ଜଣଙ୍କଠାରୁ ୩୧ଲକ୍ଷ ୬୬ହଜାର ୩୦୦ଟଙ୍କା ଠକି ନେଇଛି। ଏ ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା (ନଂ.୨୩/୨୦) ରୁଜୁ କରି ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଏହାର ଟେର୍‌ ପାଇ ପାରିନାହିଁ। ଏ ସମ୍ପର୍କରେ ସାଇବର ଥାନା ଆଇଆଇସି ତାରାବତୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ଘଟଣାର ଟେକ୍ନିକାଲ ତଦନ୍ତ ଚାଲିଛି ଏବଂ ବିଭିନ୍ନ ତଥ୍ୟ ମଗାଯାଇଛି। ଏହା ମିଳିବା ପରେ ତଦନ୍ତର ଅଗ୍ରଗତିରେ ତାହା ସହାୟକ ହୋଇ ପାରିବ । ଏହି ଘଟଣା ଏବେ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପୋଲିସ ସୂଚନା ଅନୁଯାୟୀ, ମୁମ୍ବାଇର ଭବାନୀ ଟ୍ରେଡ଼ର୍ସ ନାମକ ଏକ ସଂସ୍ଥା ବି-୪ ସଲ୍ୟୁଶନ ଯୋଗାଇବା ପାଇଁ ଗ୍ରେସୀ ହୋଲି ନାମରେ ଫେସବୁକ୍‌ ଆକାଉଣ୍ଟ ଖୋଲି ବିଜ୍ଞାପନ ଦେଇ ଅଧିକ ଲାଭ ପ୍ରଲୋଭନ ଦେଖାଇଥିଲେ। ବରଗଡ଼ ସହର ଉପକଣ୍ଠ ତୋରା ଗ୍ରାମର ମନୋରଞ୍ଜନ ସାହୁ ଏବଂ ତାଙ୍କର ୩ଜଣ ବନ୍ଧୁ ସୁନୀଲ ବାଗ, ମନୋଜ ମେହେର ଏବଂ ଚନ୍ଦ୍ରଶେଖର ମେହେର ବିଜ୍ଞାପନ ଦେଖି ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବିଜ୍ଞାପନରେ ଦିଆଯାଇଥିବା ହ୍ବାଟ୍ସଆପ୍‌ ନମ୍ବରରେ ଉକ୍ତ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ଯୋଗାଯୋଗ ପରେ ଆବଶ୍ୟକ ଟଙ୍କା ଜମା କରିବା ପାଇଁ ସଂସ୍ଥା ପକ୍ଷରୁ ଆନ୍ଧ୍ରବ୍ୟାଙ୍କ ଓ କସ୍‌ମସ୍‌ ବ୍ୟାଙ୍କର ୨ ଆକାଉଣ୍ଟ ନମ୍ବର ଦିଆଯାଇଥିଲା ।
ଏହାପରେ ସେମାନେ ସଂସ୍ଥା ପଠାଇଥିବା କସ୍‌ମସ୍‌ ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ଜୁନ ୨୨ରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ୧୮ଲକ୍ଷ ୬୬ହଜାର ୬୦୦ ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ପଠାଇଥିଲେ। ସେହିପରି ଜୁଲାଇ ୧୬ରୁ ଅଗଷ୍ଟ ୧୪ତାରିଖ ମଧ୍ୟରେ ବାକି ୧୨ଲକ୍ଷ ୯୯ହଜାର ୭୦୦ ଟଙ୍କା ଆନ୍ଧ୍ର ବ୍ୟାଙ୍କ ଆକାଉଣ୍ଟକୁ ୫ଟି ପର୍ଯ୍ୟାୟରେ ଆର୍‌ଟିଜିଏସ୍‌ ମାଧ୍ୟମରେ ପଠାଇଥିଲେ। ଟଙ୍କା ଜମା ଦେବାର କିଛିଦିନ ପରେ ସମ୍ପୃକ୍ତ ଠକସଂସ୍ଥା ଗ୍ରେସୀ ହୋଲି ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଥିଲା। ଫଳରେ ସଂସ୍ଥା ସହିତ ଆଉ ଯୋଗାଯୋଗ ସମ୍ଭବ ନ ହେବାରୁ ମନୋରଞ୍ଜନ ଅକ୍ଟୋବର ୮ରେ ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri