ବରଗଡ଼ରେ ପୁଣି ୩୧ ନୂଆ ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

ବରଗଡ଼ ଅଫିସ,୧୩ା୭: କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ସୋମବାର ଜିଲାରେ ପୁଣି ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲିର ୧୫, ବରଗଡ଼ ମ୍ୟୁନିସିପାଲିଟିର ୮, ଗାଇସିଲେଟ୍‌ ବ୍ଲକ, ବରପାଲି ଏନ୍‌ଏସି ଓ ଅତାବିରା ବ୍ଲକର ୨ଜଣ ଏବଂ ପଦ୍ମପୁର ବ୍ଲକ ଓ ଏସିସି ସିମେଣ୍ଟନଗରର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ଜଣ ପୁରୁଷ, ୧୧ଜଣ ମହିଳା ଓ ୨ଶିଶୁ ରହିଥିବାବେଳେ ସମସ୍ତଙ୍କୁ ବରଗଡ଼ର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚି ଥିବାବେଳେ କରୋନା ସଂକ୍ରମଣ ବୃଦ୍ଧିରୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ି ଚାଲିଛି। ତେବେ କଟାପାଲିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ। ବରଗଡ଼ ମ୍ୟୁନିସିପାଲିଟି ଅଧୀନ ଓ୍ବାର୍ଡ ନଂ-୧୯ ଟିଟିଲାଗଡ଼ିଆ ଝୁମ୍ପୁଡ଼ିରୁ ଚିହ୍ନଟ ହୋଇଥିବା ୪ଜଣ ପୂର୍ବ ଆକ୍ରାନ୍ତଙ୍କ ମଧ୍ୟରେ ଆସିଛନ୍ତି । ସେହିପରି ଓ୍ବାର୍ଡ ନଂ-୧୧ର ନିରାଶ୍ରୟ ଆଶ୍ରୟସ୍ଥଳୀର ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତ ଜଣକ ବାହାର ରାଜ୍ୟ ଫେରନ୍ତା ହୋଇଥିବାବେଳେ ଏହି ଓ୍ବାର୍ଡରୁ ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହା ସହିତ ଓ୍ବାର୍ଡ ନଂ- ୧୫ମିଶ୍ରଟିକ୍ରାର ୨ ଜଣ ଚିହ୍ନଟ ହୋଇଥିବାବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ଏବଂ ଡାଙ୍ଗ ପଞ୍ଚାୟତ ଏସିସି ସିମେଣ୍ଟନଗରରୁ ଚିହ୍ନଟ ଆକ୍ରାନ୍ତ ଜଣକ ଜାମସେଦପୁର ଫେରନ୍ତା ବୋଲି ସୂଚନା ଦିଆଯାଇଛି। ସେହିପରି ପଦ୍ମପୁର ବ୍ଲକ କନସିଂହା ସଙ୍ଗରୋଧ କେନ୍ଦ୍ରର ଜଣେ ବାହାର ରାଜ୍ୟ ଫେରନ୍ତା, ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଗାଇସିଲେଟ୍‌ ବ୍ଲକ ଜାମୁଟବାହାଲ ଗ୍ରାମର ୨ଜଣ, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରୁ ଫେରିଥିବା ଅତାବିରା ବ୍ଲକ ଭାଲୁପାଲି ଗ୍ରାମର ଜଣେ ଏବଂ ଜହ୍ନାପଡ଼ା ଗ୍ରାମର ଜଣେ ସ୍ଥାନୀୟ ଲୋକ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି । ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି । ସେହିପରି ବରଗଡ଼ ମ୍ୟୁନିସିପାଲିଟି ଅଧୀନ ଓ୍ବାର୍ଡ ନଂ-୧୧ରୁ ଚିହ୍ନଟ ହୋଇଥିବା କରୋନା ଯୋଦ୍ଧା ଜଣକ ଜଣେ ଅଗ୍ନିଶମ କର୍ମଚାରୀ ହୋଇଥିବା ଯୋଗୁ ସ୍ଥାନୀୟ ଦମକଳ କେନ୍ଦ୍ରକୁ ସାନିଟାଇଜ୍‌ କରାଯାଇଛି । ତେବେ କରୋନା ପ୍ରତିହତ ପାଇଁ ସାମାଜିକ ଦୂରତ୍ୱ ଅବଳମ୍ବନ ସହିତ ସମସ୍ତେ ମାସ୍କ ବ୍ୟବହାର କରିବା ଏବଂ ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri