ସ୍ମରଣ ଶକ୍ତି ବଢ଼ାଏ ଯୋଗ

ସ୍ମରଣ ଶକ୍ତି ବଢ଼ାଇବାର ଏକ ନୂଆ ଉପାୟ ରହିଛି। ପୁଣି ହାତ ପାଆନ୍ତାରେ ଥିବା ଏହି ଉପାୟକୁ ଜଣେ ସହଜରେ ଅନୁସରଣ କରିପାରିବ। ତାହା କ’ଣ ଜାଣନ୍ତି ? ଯୋଗ। ଅର୍ଥାତ୍‌, ଯଦି ଜଣେ ବ୍ୟକ୍ତି ନିୟମିତ କିଛି ସମୟ ଯୋଗ, ପ୍ରାଣାୟମ କରନ୍ତି ତେବେ ତାହାର ସୁପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ଆହୁରି ପ୍ରଖର ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ‘ସ୍ମରଣ ଶକ୍ତି ଓ ଯୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିମାନଙ୍କୁ ନିୟମିତ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅନ୍ୟ ଗ୍ରୁପ୍‌ରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଜୀବନଯାପନ କରିବାକୁ କୁହାଯାଇଥିଲା। ନିର୍ଦ୍ଦିଷ୍ଟ ଦିନ ଅନ୍ତରାଳରେ ସେମାନଙ୍କର ସ୍ମରଣ ଶକ୍ତି କିପରି ଅଛି ତାହାକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଥିଲେ ମନୋବିଜ୍ଞାନୀମାନେ। ଯେଉଁମାନେ ନିୟମିତ ଯୋଗ କରୁଥିଲେ ସେମାନଙ୍କର ସ୍ମରଣ ଶକ୍ତି ଅନ୍ୟମାନଙ୍କ ଅପେକ୍ଷା କେତେକାଂଶରେ ପ୍ରଖର ଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ଜଟିଳ ସମସ୍ୟା ପାଲଟିଛି। ଏହି ସମସ୍ୟା ଦେଇ ଗତିକରୁଛନ୍ତି ବିଶ୍ୱର ଅଧିକାଂଶ ଲୋକ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ...

ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି…

ବ୍ୟସ୍ତବହୁଳ ଜୀବନଶୈଳୀରେ କେତେକଙ୍କଠାରେ ହରମୋନ ସମସ୍ୟା ଦେଖାଦେଇଥାଏ। ତେବେ ଏହି ସମସ୍ୟାରୁ ସହଜରେ କେତେକ ଘରୋଇ ଉପଚାର ଦ୍ୱାରା ମୁକ୍ତି ମିଳିଥାଏ। ସକାଳୁ ଜୁଆଣି ପାଣି...

ପାଠପଢ଼ା ଆଗ୍ରହକୁ ସକ୍ରିୟକରେ ବ୍ୟାୟାମ

ବ୍ୟାୟାମ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ସହଜ ନୁହେଁ। ଆଜିକାଲି ଅନେକେ ଏହାକୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିଥିବା ଦେଖିବାକୁ...

ନିଦ୍ରାହୀନତା ପାଇଁ ଖାଆନ୍ତୁ ଏହିସବୁ ଫଳ

ଆଜିର ଯୁବବର୍ଗଙ୍କୁ ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବାର ଅଭ୍ୟାସ ଘାରିଛି। ଏହାର ଫଳ ସ୍ବରୂପ ସାରାଦିନ ଥକ୍କାପଣ, ଦୁର୍ବଳ ଏବଂ ହାଲିଆ ଲାଗିଥାଏ। ଏଥିପାଇଁ...

ଫେସ୍‌ ସିଲ୍ଡ ବ୍ୟବହାର କରୁଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ ହୋଇପାରେ କରୋନା

ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ପ୍ରତିରୋଧ ପାଇଁ ଔଷଧ ବାହାରି ନ ଥିବାରୁ ମାସ୍କ ଏବଂ ସାମାଜିକ ଦୂରତା ରଖିବା...

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ...

ହାତ ଧରିବାର ଅନ୍ଦାଜରୁ ମାପନ୍ତୁ ସାଥୀଙ୍କ ଭଲପାଇବାର ଗଭୀରତାକୁ

ସର୍ବସାଧାରଣରେ ହାତ ଧରିବା ଅନ୍ଦାଜରୁ ଜଣାପଡ଼ିଥାଏ ପ୍ରେମୀଯୁଗଳଙ୍କ ସମ୍ପର୍କର ଗଭୀରତା ବିଷୟରେ। କଥାଟି ଅଖାଡୁଆ ଲାଗିପାରୁଥାଏ ହେଲେ ସତ। ରାସ୍ତାରେ ଚାଲୁଥିବା ସମୟରେ ହେଉ କି...

ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଯେତେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *