Posted inଖେଳ

ମ୍ୟାଚ୍‌ ଫିକ୍ସର ଦାଣ୍ଡିଓ୍ବାଲ ଗିରଫ

ଚଣ୍ଡିଗଡ଼, ୭ା୭ (ପି.ଟି.)-ପଞ୍ଜାବ ପୋଲିସ ସୋମବାର ମୋହାଲି ଜିଲାରେ ଖେଳାଯାଇଥିବା ଏକ ଟି୨୦ ମାଚ୍‌ ସହିତ ସମ୍ପୃକ୍ତିକୁ ନେଇ ମ୍ୟାଚ ଫିକ୍ସର ବୋଲି କୁହାଯାଉଥିବା ରବିନ୍ଦର ଦାଣ୍ଡିଓ୍ବାଲଙ୍କୁ ଗିରଫ କରିଛି। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଇଥିବା ଦର୍ଶାଯାଇଥିଲା। ଗତ ମାସରେ ଅନୁଷ୍ଠିତ ଏହି ମ୍ୟାଚ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ଶାଖା (ଏସିୟୁ), ପୋଲିସ ଓ ଶ୍ରୀଲଙ୍କା କ୍ରିକେଟ (ଏସଏଲସି)ର ଦୃଷ୍ଟି ଆକର୍ଷଣ କରିଥିଲା। ରବିନ୍ଦର ଦାଣ୍ଡିଓ୍ବାଲ୍‌ ଏହି ର଼୍ୟାକେଟର କିଙ୍ଗ୍‌ପିନ୍‌ ବୋଲି କୁହାଯାଉଛି। ତାଙ୍କୁ ପଞ୍ଜାବରୁ ଗିରଫ କରାଯାଇଥିବା ଖରାର୍‌ ପୋଲିସ ଡିଏସ୍‌ପି ପାଲ୍‌ ସିଂ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଖେଳାଯାଇଥିବା ଏହି ଟି୨୦ ମ୍ୟାଚକୁ ନେଇ ପୂର୍ବରୁ ଅନ୍ୟ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି। ଗିରଫ ସମୟରେ ଦାଣ୍ଡିଓ୍ବାଲଙ୍କ ନିକଟରୁ କିଛି ଲାପ୍‌ଟପ୍‌, ମୋବାଇଲ ଫୋନ୍‌ ଏବଂ ଡକୁମେଣ୍ଟ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦାଣ୍ଡିଓ୍ବାଲ ପ୍ରକୃତରେ ହେଉଛନ୍ତି ରାଜସ୍ଥାନ ବାସିନ୍ଦା। ସେ ଅତୀତରେ ଏହି ଭଳି ଠକାମିି ଟୁର୍ନାମେଣ୍ଟମାନ ଆୟୋଜନ କରିଥିବା ନଜିର ରହିଛି। ଶୁକ୍ରବାର ଏକ ଖବର କାଗଜ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ମ୍ୟାଚ୍‌ଟି ଜୁନ୍‌ ୨୯ରେ ଚଣ୍ଡିଗଡ଼ଠାରୁ ୧୬ କିଲୋମିଟର ଦୂର ସାଓ୍ବାରା ଗ୍ରାମରେ ଖେଳାଯାଇଥିଲା। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହାକୁ ଶ୍ରୀଲଙ୍କା ଅନ୍ତର୍ଗତ ବାଦୁଲା ସିଟିରେ ଖେଳାଯାଇଥିବା ‘ୟୁଭା ଟି୨୦ ଲିଗ୍‌’ର ଏକ ମ୍ୟାଚ ବୋଲି ଦର୍ଶାଯାଇଥିଲା। ହେଲେ ଏହି ଲିଗ୍‌ ସହ ସେମାନଙ୍କ ସମ୍ପୃକ୍ତି ନ ଥିବା ଉଭୟ ୟୁଭା ପ୍ରୋଭିନ୍ସ କ୍ରିକେଟ ଆସୋସିଏଶନ (ୟୁପିସିଏ) ଏବଂ ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛନ୍ତି। ପଞ୍ଜାବ ପୋଲିସ୍‌ ପୂର୍ବରୁ କହିଥିଲା ଯେ, ଏହି ଲିଗ୍‌ ସହ କୌଣସି ବେଟିଂ ସିଣ୍ଡିକେଟ ସମ୍ପୃକ୍ତ ଅଛିକି ନା ସେ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ବିସିସିଆଇ କହିଥିଲା, ଘଟଣାଟି ଉପରେ ନଜର ରଖାଯାଇଛି। ଏହା ସହିତ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ତାହାର ଖୋଜ ଖବର ନିଆଯାଉଛି। ବିସିସିଆଇର ଦୁର୍ନୀତି ନିବାରଣ ଶାଖା ମଙ୍ଗଳବାର ଚଣ୍ଡିଗଡ ଯିବ ଏବଂ ଦାଣ୍ଡିଓ୍ବାଲଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ବୋଲି ଏହାର ମୁଖ୍ୟ ଅଜିତଥ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri