ଚଣ୍ଡିଗଡ଼, ୭ା୭ (ପି.ଟି.)-ପଞ୍ଜାବ ପୋଲିସ ସୋମବାର ମୋହାଲି ଜିଲାରେ ଖେଳାଯାଇଥିବା ଏକ ଟି୨୦ ମାଚ୍ ସହିତ ସମ୍ପୃକ୍ତିକୁ ନେଇ ମ୍ୟାଚ ଫିକ୍ସର ବୋଲି କୁହାଯାଉଥିବା ରବିନ୍ଦର ଦାଣ୍ଡିଓ୍ବାଲଙ୍କୁ ଗିରଫ କରିଛି। କିନ୍ତୁ ଅନ୍ଲାଇନ୍ ଷ୍ଟ୍ରିମ୍ରେ ଏହି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଇଥିବା ଦର୍ଶାଯାଇଥିଲା। ଗତ ମାସରେ ଅନୁଷ୍ଠିତ ଏହି ମ୍ୟାଚ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ଶାଖା (ଏସିୟୁ), ପୋଲିସ ଓ ଶ୍ରୀଲଙ୍କା କ୍ରିକେଟ (ଏସଏଲସି)ର ଦୃଷ୍ଟି ଆକର୍ଷଣ କରିଥିଲା। ରବିନ୍ଦର ଦାଣ୍ଡିଓ୍ବାଲ୍ ଏହି ର଼୍ୟାକେଟର କିଙ୍ଗ୍ପିନ୍ ବୋଲି କୁହାଯାଉଛି। ତାଙ୍କୁ ପଞ୍ଜାବରୁ ଗିରଫ କରାଯାଇଥିବା ଖରାର୍ ପୋଲିସ ଡିଏସ୍ପି ପାଲ୍ ସିଂ ସୂଚନା ଦେଇଛନ୍ତି। ଲକ୍ଡାଉନ୍ ସମୟରେ ଖେଳାଯାଇଥିବା ଏହି ଟି୨୦ ମ୍ୟାଚକୁ ନେଇ ପୂର୍ବରୁ ଅନ୍ୟ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି। ଗିରଫ ସମୟରେ ଦାଣ୍ଡିଓ୍ବାଲଙ୍କ ନିକଟରୁ କିଛି ଲାପ୍ଟପ୍, ମୋବାଇଲ ଫୋନ୍ ଏବଂ ଡକୁମେଣ୍ଟ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦାଣ୍ଡିଓ୍ବାଲ ପ୍ରକୃତରେ ହେଉଛନ୍ତି ରାଜସ୍ଥାନ ବାସିନ୍ଦା। ସେ ଅତୀତରେ ଏହି ଭଳି ଠକାମିି ଟୁର୍ନାମେଣ୍ଟମାନ ଆୟୋଜନ କରିଥିବା ନଜିର ରହିଛି। ଶୁକ୍ରବାର ଏକ ଖବର କାଗଜ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ମ୍ୟାଚ୍ଟି ଜୁନ୍ ୨୯ରେ ଚଣ୍ଡିଗଡ଼ଠାରୁ ୧୬ କିଲୋମିଟର ଦୂର ସାଓ୍ବାରା ଗ୍ରାମରେ ଖେଳାଯାଇଥିଲା। କିନ୍ତୁ ଅନ୍ଲାଇନ୍ ଷ୍ଟ୍ରିମ୍ରେ ଏହାକୁ ଶ୍ରୀଲଙ୍କା ଅନ୍ତର୍ଗତ ବାଦୁଲା ସିଟିରେ ଖେଳାଯାଇଥିବା ‘ୟୁଭା ଟି୨୦ ଲିଗ୍’ର ଏକ ମ୍ୟାଚ ବୋଲି ଦର୍ଶାଯାଇଥିଲା। ହେଲେ ଏହି ଲିଗ୍ ସହ ସେମାନଙ୍କ ସମ୍ପୃକ୍ତି ନ ଥିବା ଉଭୟ ୟୁଭା ପ୍ରୋଭିନ୍ସ କ୍ରିକେଟ ଆସୋସିଏଶନ (ୟୁପିସିଏ) ଏବଂ ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛନ୍ତି। ପଞ୍ଜାବ ପୋଲିସ୍ ପୂର୍ବରୁ କହିଥିଲା ଯେ, ଏହି ଲିଗ୍ ସହ କୌଣସି ବେଟିଂ ସିଣ୍ଡିକେଟ ସମ୍ପୃକ୍ତ ଅଛିକି ନା ସେ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ବିସିସିଆଇ କହିଥିଲା, ଘଟଣାଟି ଉପରେ ନଜର ରଖାଯାଇଛି। ଏହା ସହିତ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ତାହାର ଖୋଜ ଖବର ନିଆଯାଉଛି। ବିସିସିଆଇର ଦୁର୍ନୀତି ନିବାରଣ ଶାଖା ମଙ୍ଗଳବାର ଚଣ୍ଡିଗଡ ଯିବ ଏବଂ ଦାଣ୍ଡିଓ୍ବାଲଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ବୋଲି ଏହାର ମୁଖ୍ୟ ଅଜିତଥ ସିଂ କହିଛନ୍ତି।
ଆମେରିକା ଗୋଟିଏ ରାତିରେ ଇରାନ୍କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…
ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍କୁ ଧ୍ୱଂସ…
ବିରୋଧୀଙ୍କୁ ଝଟ୍କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ
ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ସଲମାନଙ୍କ ଫଟା ଜୋତାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…
ହାର୍ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍
ଓ୍ବାଶିଂଟନ୍,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
Archives

