୩୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୨୩।୮: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜଶୀର ତାଲିବାନର ନିୟନ୍ତ୍ରଣ ବାହାରେ ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀରକୁ ତାଲିବାନ ଦଖଲକୁ ନ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ସାଲେହ ପଞ୍ଜଶୀରକୁ ଯାଉଥିବା ସଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ପଞ୍ଜଶୀର ଅଭିମୁଖେ ଯାଉଥିବା ଅନ୍ଦ୍ରାବ ଘାଟିରେ ଆଫଗାନିସ୍ତାନ ସୈନ୍ୟ ବାହିନୀର ନର୍ଦନ ଆଲାଏନ୍ସ ଆକ୍ରମଣରେ ବହୁ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏହାପୂର୍ବରୁ ବାଗଲାନର ଜବଲ-ଇ-ସିରାଜରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ବାଗଲାନ ପ୍ରଦେଶ ଅହମ୍ମଦ ମାସୁଦଙ୍କ ନର୍ଦନ ଆଲାଏନ୍ସ ସହଯୋଗରେ ତାଲିବାନ ଦଖଲରୁ ମୁକ୍ତ କରାଯାଇଛି। ଆଫଗାନିସ୍ତାନର ୩୪ ଟି ପ୍ରଦେଶର ମଧ୍ୟରୁ ଦୁଇଟି ତାଲିବାନ ଅଧୀନରେ ନାହିଁ। ଆତଙ୍କବାଦୀ ଜୀବନ ଭୟରେ ୩୦ଟି ସଶସ୍ତ୍ର ଯାନ, ଲ୍ୟାଣ୍ଡମାଇନ ଏବଂ ଅସ୍ତ୍ରଶସ୍ତ୍ର ଛାଡି କାବୁଲକୁ ପଳାଇଛନ୍ତି। କାବୁଲଠାରୁ ବାଗଲାନ ପ୍ରାୟ ୨୬୩ କିଲୋମିଟର ଦୂରରେ ଅବସ୍ଥିତ। ଅନ୍ଦ୍ରାବ ପ୍ରଦେଶରେ ମୁହାଁମୁହିଁ ହେବା ପରେ ତାଲିବାନ ପଞ୍ଜଶୀର ଉପତ୍ୟକାର ପ୍ରବେଶ ଦ୍ୱାର ନିକଟରେ ଆତଙ୍କବାଦୀଙ୍କୁ ଏକାଠି କରିବା ଆରମ୍ଭ କରିଛି। ସୂଚନାଯୋଗ୍ୟ, ପଞ୍ଜଶୀରକୁ ଦଖଲ କରିବା ତାଲିବାନ ଲାଗି କଷ୍ଟକର ହେବ। ଏହି ଅଞ୍ଚଳ ନର୍ଦନ ଆଲାଏନ୍ସର ଏକ ଗଡ଼। ଏହାର ଚାରିଆଡେ ଉଚ୍ଚ ପାହାଡ ରହିଛି। ପାହାଡ଼ ଉପର ଏୟାରବେସ୍‌ରେ ନର୍ଦନ ଆଲାଏନ୍ସର ଯୁଦ୍ଧବିମାନ ରହିଛି। ଏଭଳି ପରିସ୍ଥିତିରେ ପଞ୍ଜଶୀର ତାଲିବାନ ଆତଙ୍କବାଦୀଙ୍କ ପାଇଁ ଅଭେଦ ଦୁର୍ଗ ସାବ୍ୟସ୍ତ ହେଉଛି। ସୋଭିଏତ୍‌ ଯୁଦ୍ଧରେ ମଧ୍ୟ ଏହି ଅଞ୍ଚଳକୁ ଜୟ କରିବା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri