Posted inଜାତୀୟ

୩୦୦ କେ.ଜି. ଓଜନର ବାଘ: ଏସିଆର ସର୍ବବୃହତ୍‌ ବୋଲି ଅନୁମାନ

ଡେରାଡୁନ, ୫।୫:ଉତ୍ତରାଖଣ୍ଡର ରାମନଗର ଅଞ୍ଚଳରେ ଥିବା ଜିମ୍‌ କର୍ବେଟ ଜାତୀୟ ଉଦ୍ୟାନ ଅନ୍ତର୍ଗତ ଫାଟୋ ଟୁରିଜମ ଜୋନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଠାରେ ଥିବା ଏକ ବିଶାଳକାୟ ବାଘ ସମ୍ପ୍ରତି ପର୍ଯ୍ୟଟକ ତଥା ବନ୍ୟପ୍ରାଣୀପ୍ରେମୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶାଳକାୟ ଆକାର ହେତୁ ଏହି ବାଘର ନାମ ହରକ୍ୟୁଲେସ୍‌ ରଖାଯାଇଛି। ବନ ବିଭାଗ କର୍ମଚାରୀଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ବାଘର ଓଜନ ପ୍ରାୟ ୩୦୦ କେ.ଜି. ହୋଇଥିବାବେଳେ ଏହାର ଲମ୍ବ ପ୍ରାୟ ୭ ଫୁଟ ରହିଛି। ଉକ୍ତ ଆକଳନ ଅନୁଯାୟୀ, ହରକ୍ୟୁଲେସକୁ ଏସିଆର ସବୁଠାରୁ ବଡ଼ ବାଘ ଭାବେ ମାନ୍ୟତା ମିଳିବା ନେଇ ସମ୍ଭାବନା ଥିବା ବନ କର୍ମଚାରୀ ତଥା ବନ୍ୟପ୍ରାଣୀପ୍ରେମୀମାନେ ଅନୁମାନ କରୁଛନ୍ତି। ହରକ୍ୟୁଲେସକୁ ନେଇ ତେରେଇ ପଶ୍ଚିମ ବନ ଡିଭିଜନର ବିଭାଗୀୟ ବନ ଅଧିକାରୀ (ଡିଏଫ୍‌ଓ) ପ୍ରକାଶ ଆର୍ଯ୍ୟା କହିଛନ୍ତି, ସେ ତାଙ୍କ ପୂରା କ୍ୟାରିୟରରେ କେବେ ମଧ୍ୟ ଏତେ ବଡ଼ ଏବଂ ବିଶାଳକାୟ ବାଘ ଦେଖିନାହାନ୍ତି। ଏହା ଫାଟୋ ଟୁରିଜମ ଜୋନ୍‌ର ସମୃଦ୍ଧ ଜୈବବିବିଧତା ଏବଂ ବନ ବିଭାଗର ସଫଳ ପରିଚାଳନାକୁ ଦର୍ଶାଉଥିବା ସେ କହିଛନ୍ତି। ତେବେ ହରକ୍ୟୁଲେସ ଏସିଆର ସବୁଠାରୁ ବଡ଼ ବାଘ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇ ନ ଥିବାରୁ ଏଥିନିମନ୍ତେ ଧୈର୍ଯ୍ୟ ରଖିବାକୁ ସେ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛନ୍ତି। ବନ ବିଭାଗ ପକ୍ଷରୁ ହରକ୍ୟୁଲେସର ଗତିବିଧି ଉପରେ କଡ଼ା ନଜର ରଖାଯାଉଛି। ଅଧିକାରୀମାନେ ହରକ୍ୟୁଲେସର ଗତିବଧିକୁ ଟ୍ରାକ୍‌ କରିବା ସହ ଏହା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ସମଗ୍ର ଅଞ୍ଚଳରେ କ୍ୟାମେରା ଟ୍ରାପ୍‌ ବିଛାଇଛନ୍ତି। ଏସିଆର ସବୁଠାରୁ ବଡ଼ ବାଘ ଭାବେ ହରକ୍ୟୁଲେସକୁ ମାନ୍ୟତା ମିଳିଲେ ରାମନଗରସ୍ଥିତ ଫାଟୋ ଟୁରିଜମ ଜୋନ୍‌କୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri