୧୦୪କୁ ଦିନକୁ ଆସୁଛି ୩ଶହ ଫେକ୍‌ କଲ୍‌

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ମାଡାମ୍‌ ନମସ୍କାର, ଆମ ଘର ଗଳି ପଡିଛି, ମାଡାମ କରୋନା ଭାଇରସ୍‌ ମୋତେ ଧୋକା ଦେଇଛି, ଶହେ ଟଙ୍କା ଦିଅ ମୁଁ ମଦ ପିଇବି – ରାଜ୍ୟ ସରକାରଙ୍କ କୋଭିଡ୍‌ ହେଲ୍ପଲାଇନ୍‌ ନମ୍ବର ‘୧୦୪’କୁ ଏମିତି ପ୍ରତିଦିନ ୩ଶହରୁ ଊର୍ଦ୍ଧ୍ୱ ଫେକ୍‌ କଲ୍‌ ଆସୁଛି। କୋଭିଡ୍‌ ସଂକ୍ରାନ୍ତ ସହାୟତା ନିମନ୍ତେ ଏହି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅସାମାଜିକ ବ୍ୟକ୍ତି ବାରମ୍ବାର କଲ୍‌ କରି ହଇରାଣ କରୁଛନ୍ତି। ଏମିତିକି ଉକ୍ତ କଲ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଓ ସହାୟତା ପ୍ରଦାନ ପାଇଁ ନିୟୋଜିତ ମହିଳା ଡାକ୍ତରଙ୍କୁ ମଧ୍ୟ ଅଶ୍ଲୀଳ ଭାଷା ପ୍ରୟୋଗ କରୁଛନ୍ତି। ଏନେଇ ୧୦୪ ହେଲ୍ପଲାଇନ୍‌ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ସା ହେଲଥ୍‌ କେୟାର ପକ୍ଷରୁ ବୁଧବାର ଭୁବନେଶ୍ୱର ଶହୀଦନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗୋଟିଏ ନମ୍ବରରୁ ପ୍ରାୟ ୫୦୦ଥର କଲ୍‌ ଆସିଛି। ୩୦ଟି ନମ୍ବରରୁ ୫୦ରୁ ଅଧିକ ଥର ଲେଖାଏ ଓ ୧୦ଟି ନମ୍ବରରୁ ୧୦୦ରୁ ଅଧିକ ଥର ଲେଖାଏ କଲ୍‌ ଆସିଥିବା ଉଲ୍ଲେଖ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ନମ୍ବରରୁ ୪୯୨ଥର, ଅନ୍ୟ ଏକ ନମ୍ବରରୁ ୨୦୧ଥର କଲ୍‌ ଆସିଥିବା ଦର୍ଶାଯାଇଛି। ୨୦୨୧ ଜାନୁୟାରୀରୁ ମେ’ ମଧ୍ୟରେ ଏହି ସମସ୍ତ କଲ୍‌ ଆସିଛି। କେତେଜଣ ଯୁବତୀ ମଧ୍ୟ ଏଭଳି ଫେକ୍‌ କଲ୍‌ କରିଛନ୍ତି। ଯୁବତୀମାନେ କଲ୍‌ କରି ବିଶେଷକରି ଇଆଡୁ ସିଆଡୁ ଗୀତ ଗାଇବା ସହ ବିଭିନ୍ନ ଜରୁରିକାଳୀନ ସମ୍ବନ୍ଧୀୟ ମିଥ୍ୟା ତଥ୍ୟ ଦେଇ ସହାୟତା କରୁଥିବା କର୍ମଚାରୀଙ୍କୁ ଥଟ୍ଟା ପରିହାସ କରିଥିବା ଲେଖାଯାଇଛି। ଏପରିକି ପୂର୍ବରୁ ଅର୍ଥାତ୍‌ ୨୦୨୦ ଏପ୍ରିଲ୍‌ ୨୨ରେ ଫେକ୍‌ କଲ୍‌ ବାବଦରେ ସଂସ୍ଥା ପକ୍ଷରୁ ଶହୀଦନଗର ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ବୋଲି ଉକ୍ତ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ୧୦୪ ହେଲ୍ପଲାଇନ୍‌ ପ୍ରୋଜେକ୍ଟ ହେଡ୍‌ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ୧୦୪ ଓ ୧୦୮ ହେଉଛି ରାଜ୍ୟ ସରକାରଙ୍କ ସିଙ୍ଗଲ୍‌ ହେଲ୍ପଲାଇନ୍‌ ନମ୍ବର। କୋଭିଡ୍‌ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯେ କୌଣସି ସମସ୍ୟା ନେଇ ପ୍ରତିଦିନ ସହାୟତା ପାଇଁ ଏଠାକୁ ୩୦ରୁ ୩୫ ହଜାର କଲ୍‌ ଆସୁଛି। ସେଥିମଧ୍ୟରୁ ୩୦୦ରୁ ସାଢେ ୩୦୦ ଫେକ୍‌ କଲ୍‌ ରହୁଛି, ଯାହା କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟରେ ବାଧାସୃଷ୍ଟି କରିବା ସହ ସେମାନଙ୍କ ମନୋବଳ ଭାଙ୍ଗି ଦେଉଛି। ଏହାଦ୍ୱାରା ସାଧାରଣ ଲୋକେ ମଧ୍ୟ କେତେକାଂଶରେ ଉଚିତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ବାରମ୍ବାର କଲ୍‌ କରୁଥିବା ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛୁ ବୋଲି ସେ କହିଛନ୍ତି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଫେକ୍‌ କଲ୍‌ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri