୧୦୪କୁ ଦିନକୁ ଆସୁଛି ୩ଶହ ଫେକ୍‌ କଲ୍‌

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ମାଡାମ୍‌ ନମସ୍କାର, ଆମ ଘର ଗଳି ପଡିଛି, ମାଡାମ କରୋନା ଭାଇରସ୍‌ ମୋତେ ଧୋକା ଦେଇଛି, ଶହେ ଟଙ୍କା ଦିଅ ମୁଁ ମଦ ପିଇବି – ରାଜ୍ୟ ସରକାରଙ୍କ କୋଭିଡ୍‌ ହେଲ୍ପଲାଇନ୍‌ ନମ୍ବର ‘୧୦୪’କୁ ଏମିତି ପ୍ରତିଦିନ ୩ଶହରୁ ଊର୍ଦ୍ଧ୍ୱ ଫେକ୍‌ କଲ୍‌ ଆସୁଛି। କୋଭିଡ୍‌ ସଂକ୍ରାନ୍ତ ସହାୟତା ନିମନ୍ତେ ଏହି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅସାମାଜିକ ବ୍ୟକ୍ତି ବାରମ୍ବାର କଲ୍‌ କରି ହଇରାଣ କରୁଛନ୍ତି। ଏମିତିକି ଉକ୍ତ କଲ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଓ ସହାୟତା ପ୍ରଦାନ ପାଇଁ ନିୟୋଜିତ ମହିଳା ଡାକ୍ତରଙ୍କୁ ମଧ୍ୟ ଅଶ୍ଲୀଳ ଭାଷା ପ୍ରୟୋଗ କରୁଛନ୍ତି। ଏନେଇ ୧୦୪ ହେଲ୍ପଲାଇନ୍‌ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ସା ହେଲଥ୍‌ କେୟାର ପକ୍ଷରୁ ବୁଧବାର ଭୁବନେଶ୍ୱର ଶହୀଦନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗୋଟିଏ ନମ୍ବରରୁ ପ୍ରାୟ ୫୦୦ଥର କଲ୍‌ ଆସିଛି। ୩୦ଟି ନମ୍ବରରୁ ୫୦ରୁ ଅଧିକ ଥର ଲେଖାଏ ଓ ୧୦ଟି ନମ୍ବରରୁ ୧୦୦ରୁ ଅଧିକ ଥର ଲେଖାଏ କଲ୍‌ ଆସିଥିବା ଉଲ୍ଲେଖ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ନମ୍ବରରୁ ୪୯୨ଥର, ଅନ୍ୟ ଏକ ନମ୍ବରରୁ ୨୦୧ଥର କଲ୍‌ ଆସିଥିବା ଦର୍ଶାଯାଇଛି। ୨୦୨୧ ଜାନୁୟାରୀରୁ ମେ’ ମଧ୍ୟରେ ଏହି ସମସ୍ତ କଲ୍‌ ଆସିଛି। କେତେଜଣ ଯୁବତୀ ମଧ୍ୟ ଏଭଳି ଫେକ୍‌ କଲ୍‌ କରିଛନ୍ତି। ଯୁବତୀମାନେ କଲ୍‌ କରି ବିଶେଷକରି ଇଆଡୁ ସିଆଡୁ ଗୀତ ଗାଇବା ସହ ବିଭିନ୍ନ ଜରୁରିକାଳୀନ ସମ୍ବନ୍ଧୀୟ ମିଥ୍ୟା ତଥ୍ୟ ଦେଇ ସହାୟତା କରୁଥିବା କର୍ମଚାରୀଙ୍କୁ ଥଟ୍ଟା ପରିହାସ କରିଥିବା ଲେଖାଯାଇଛି। ଏପରିକି ପୂର୍ବରୁ ଅର୍ଥାତ୍‌ ୨୦୨୦ ଏପ୍ରିଲ୍‌ ୨୨ରେ ଫେକ୍‌ କଲ୍‌ ବାବଦରେ ସଂସ୍ଥା ପକ୍ଷରୁ ଶହୀଦନଗର ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ବୋଲି ଉକ୍ତ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ୧୦୪ ହେଲ୍ପଲାଇନ୍‌ ପ୍ରୋଜେକ୍ଟ ହେଡ୍‌ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ୧୦୪ ଓ ୧୦୮ ହେଉଛି ରାଜ୍ୟ ସରକାରଙ୍କ ସିଙ୍ଗଲ୍‌ ହେଲ୍ପଲାଇନ୍‌ ନମ୍ବର। କୋଭିଡ୍‌ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯେ କୌଣସି ସମସ୍ୟା ନେଇ ପ୍ରତିଦିନ ସହାୟତା ପାଇଁ ଏଠାକୁ ୩୦ରୁ ୩୫ ହଜାର କଲ୍‌ ଆସୁଛି। ସେଥିମଧ୍ୟରୁ ୩୦୦ରୁ ସାଢେ ୩୦୦ ଫେକ୍‌ କଲ୍‌ ରହୁଛି, ଯାହା କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟରେ ବାଧାସୃଷ୍ଟି କରିବା ସହ ସେମାନଙ୍କ ମନୋବଳ ଭାଙ୍ଗି ଦେଉଛି। ଏହାଦ୍ୱାରା ସାଧାରଣ ଲୋକେ ମଧ୍ୟ କେତେକାଂଶରେ ଉଚିତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ବାରମ୍ବାର କଲ୍‌ କରୁଥିବା ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛୁ ବୋଲି ସେ କହିଛନ୍ତି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଫେକ୍‌ କଲ୍‌ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?