୩୦ ଟନ୍‌ ଆମ୍ବ ଗଲା ରାୟପୁର

କୋରାପୁଟ,୨୭ା୫(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଆସିଛି। ଆମ୍ବ ଚାଷୀମାନଙ୍କୁ ଆମ୍ବର ଉଚିତ୍‌ ମୂଲ୍ୟ ଦେବାକୁ ମିଶନ ଶକ୍ତି ମହିଳା ଗୋଷ୍ଠୀ ଓ କମ୍ପାନୀ ଆଗେଇ ଆସିଛି। କୋରାପୁଟ ଜିଲାରେ ହେଉଥିବା ଆମ୍ବରେ ଗୁଣାତ୍ମକମାନ ସର୍ବାଧିକ ରହୁଥିବାରୁ ଏହି ଅଞ୍ଚଳର ଆମ୍ବର ଚାହିଦା ରାୟପୁର, ଭିଲାଇ ବମ୍ବେ, ଦଲ୍ଲୀ ଆଦି ବିଭିନ୍ନ ସହରରେ ଅଧିକ ରହୁଛି।
ଜିଲାର ଦଶମନ୍ତପୁର ବ୍ଲକ ଅଞ୍ଚଳରେ ବିଗତ ବର୍ଷରେ ପ୍ରଚୁର ଆମ୍ବ ହୋଇଥିଲେ ମଧ୍ୟ ବିକ୍ରି ହୋଇ ନ ପାରି ଚାଷୀ ଉଚିତ୍‌ ମୂଲ୍ୟ ନ ପାଇ ବହୁ କ୍ଷତି ସହିଥିଲେ। ଏହାକୁ ଦୃଷ୍ଟିରେ ରଖି ଆମ୍ବ ଚାଷୀ କିପରି ଆମ୍ବର ଉଚିତ୍‌ ମୂଲ୍ୟ ପାଇବେ ସେ ନେଇ ଚଳିତ ବର୍ଷ ସିୱାଇଏସ୍‌ଡି ସହାୟତାରେ ଡଙ୍ଗରରାଣୀ କୃଷି ଉପତ୍ାଦକ କମ୍ପାନୀ ଲିମିଟେଡ ଜିଲାର ଦଶମନ୍ତପୁର ଅଞ୍ଚଳରେ ଉତ୍ପାଦିତ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରି ବିକ୍ରି ଲାଗି ଛତିଶଗଡର ଭିଲାଇ ଓ କଟକ ସହରକୁ ପଠାଇଛି। ଗତ ଦୁଇଦିନ ମଧ୍ୟରେ ଜିଲାର ଦଶମନ୍ତପୁର ବ୍ଲକର ପଟ୍ଟାମାଳିଗୁଡା, କର୍ତାସ, ଜାନିଗୁଡା, କାଉଗୁଡା, ପାଟଖଣ୍ଡା, ଆଡମୁଣ୍ଡା ଅଞ୍ଚଳରୁ ୩୦ଟନ୍‌ରୁ ଉର୍ଦ୍ଧ୍ୱ ଦସେରି, ଆମ୍ରପଲ୍ଲି, ମଲ୍ଲିକା, ଲେଙ୍ଗଡା, ବମ୍ବେ ଗ୍ରୀନ ଆଦି ବିଭିନ୍ନ କିସମର ଆମ୍ବ ଉପରୋକ୍ତ ଦୁଇ ସହରକୁ ପଠାଯାଇଥିବା କମ୍ପାନୀର ସିଇଓ ଯାଜ୍ଞଦତ୍ତ ମହାରଣା ରବିବାର ସୂଚନା ଦେଇଛନ୍ତି।। ଦଶମନ୍ତପୁର ବ୍ଲକର ପୋଡାଗଡ ପଞ୍ଚାୟତର ପଟ୍ଟାମାଳିଗୁଡା ଗ୍ରାମରୁ ଲେଙ୍ଗଡା ଆମ୍ବ ୬୦ କୁଇଣ୍ଟାଲ, ଆମ୍ରପାଲ୍ଲି ୧୦ କୁଇଣ୍ଟାଲ, ବମ୍ବେ ଗ୍ରୀନ ଆମ୍ବ ୫୦ କୁଇଣ୍ଟାଲ ଏପର ମୋଟ ୧୨୦ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିଲା। ସେହିପରି କାଉଗୁଡା ଗ୍ରାମରୁ ଦସେରି ଆମ୍ବ ୧୫ କୁଇଣ୍ଟାଲ, ମଲ୍ଲିକା ଆମ୍ବ ୫ କୁଇଣ୍ଟାଲ, ଆମ୍ରପଲ୍ଲି ୧୦ କୁଇଣ୍ଟାଲ ଏପରି ୩୦ କୁଇଣ୍ଟାଲ, ପାଟ ଝଙ୍କାର ଗ୍ରାମରୁ ଦସେରି ଆମ୍ବ ୨୭ କୁଇଣ୍ଟାଲ, ଆମ୍ରପଲ୍ଲି ୩୦ କୁଇଣ୍ଟାଲ, ମଲ୍ଲିକା ୩ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଛି। ସେହିପରି କର୍ତାସ ଗ୍ରାମରୁ ଦସେରି ସମେତ ଆମ୍ରପଲ୍ଲି , ମଲ୍ଲିକା ଆଦି ବିଭିନ୍ନ କିସମର ୭୫ କୁଇଣ୍ଟାଲ ଆମ୍ବ ସଂଗ୍ରହ କରାଯାଇଛି। ବ୍ଲକର ଜାନିଗୁଡା ଗ୍ରାମରୁ ଆମ୍ରପଲ୍ଲି ଓ ଦସେରି ୧୪ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିବା ସିୱାଇଏସଡି ସଂଯୋଜକ ଆନନ୍ଦ ମଲ୍ଲିକ କହିଛନ୍ତି। ସଂଗୃହୀତ ଆମ୍ବ ମଧ୍ୟରେ ଦସେରି ଆମ୍ବ କେଜି ପ୍ରତି ୨୫ ଟଙ୍କା, ଆମ୍ରପଲ୍ଲି କେଜି ପ୍ରତି ୧୨ ଟଙ୍କା, ମଲ୍ଲିକା କେଜି ପ୍ରତି ୧୦ ଟଙ୍କା, ଲେଙ୍ଗଡା କେଜି ପ୍ରତି ୧୩ ଟଙ୍କା ଓ ବମ୍ବେ ଗ୍ରୀନ ଆମ୍ବ କେଜି ପ୍ରତି ୧୩ ଟଙ୍କା ଦରରେ ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଇଥିବା କମ୍ପାନୀ ସଭାପତି ସାବିତ୍ରୀ ପାଇକ ସୂଚନା ଦେଇଛନ୍ତି। ଆଗକୁ ଜିଲାର ଲକ୍ଷ୍ମୀପୁର , କାକିରିଗୁମ୍ମା ସମେତ ବିଭିନ୍ନ ଅଞ୍ଚଳରୁ ଏପରି ଆମ୍ବ ସଂଗ୍ରହ କରି ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା ସିଇଓ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri