Posted inଜାତୀୟ

୩୦% ମହିଳା ଶାରୀରିକ ହିଂସାର ଶିକାର

ନୂଆଦିଲ୍ଲୀ,୯।୫: ଭାରତର ପ୍ରାୟ ଏକତୃତୀୟାଂଶ ମହିଳା ଶାରୀରିକ ଏବଂ ଯୌନହିଂସାର ଶିକାର ହୋଇଥାନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟରେ ଏହା କୁହାଯାଇଛି। ଦେଶରେ ମହିଳାମାନଙ୍କ ପ୍ରତି ଘରୋଇ ହିଂସା ୩୧.୨ ପ୍ରତିଶତରୁ ୨୯.୩ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ୧୮ରୁ ୪୯ ବର୍ଷ ବୟସ ବର୍ଗର ୩୦% ମହିଳା ୧୫ ବର୍ଷ ବୟସରୁ ଶାରୀରିକ ହିଂସାର ସମ୍ମୁଖୀନ ହେଉଥିବାବେଳେ ୬ ପ୍ରତିଶତ ସାରା ଜୀବନ ଏଭଳି ନିର୍ଯାତନାର ଶିକାର ହୋଇଥାନ୍ତି। ତେବେ ମାତ୍ର ୧୪ ପ୍ରତିଶତ ମହିଳା ସେମାନଙ୍କ ପ୍ରତି ହେଉଥିବା ଶାରୀରିକ କିମ୍ବା ଯୌନ ହିଂସା ବିରୋଧରେ ସ୍ବର ଉଠାଇଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁବାର ଉକ୍ତ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।

ପୂର୍ବରୁ ୧୫ରୁ ୪୯ ବର୍ଷ ବୟସ ବର୍ଗର ମହିଳାଙ୍କ ଉପରେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ରିପୋର୍ଟ ପ୍ରକାଶ ପାଇଥିବାବେଳେ ଏଥର ୧୮ରୁ ୪୯ ବର୍ଷ ବୟସର ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ୩୨ ପ୍ରତିଶତ ବିବାହିତା ମହିଳା (୧୮ରୁ ୪୯ ବର୍ଷ) ଶାରୀରିକ, ଯୌନ କିମ୍ବା ଭାବାବେଗଜନିତ ହିଂସାର ଶିକାର ହୋଇଥାନ୍ତି। ବୈବାହିକ ହିଂସା ମଧ୍ୟରୁ ଶାରୀରିକ ହିଂସା ସର୍ବାଧିକ ୨୮ ପ୍ରତିଶତ ହୋଇଥିବାବେଳେ ଏହା ପଛକୁ ଭାବାବେଗ ଜନିତ ହିଂସା ଓ ଯୌନ ହିଂସା ରହିଛି। କର୍ନାଟକରେ ମହିଳାଙ୍କ ପ୍ରତି ଘରୋଇ ହିଂସା ସର୍ବାଧିକ ୪୮ ପ୍ରତିଶତ ହୋଇଥିବାବେଳେ ଏହା ପଛକୁ ବିହାର, ତେଲଙ୍ଗାନା, ମଣିପୁର ଓ ତାମିଲନାଡୁ ରହିଛନ୍ତି। ଲାକ୍ଷାଦ୍ୱୀପରେ ଘରୋଇ ହିଂସା ସର୍ବନିମ୍ନ ୨.୧ ପ୍ରତିଶତ ରହିଛି।

ରିପୋର୍ଟ ଅନୁଯାୟୀ, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ମହିଳା ଅଧିକ ଶାରୀରିକ ହିଂସାର ସମ୍ମୁଖୀନ ହୋଇଥାନ୍ତି। ଗ୍ରାମାଞ୍ଚଳରେ ୩୨ ପ୍ରତିଶତ ମହିଳା ଶାରୀରିକ ହିଂସାର ଶିକାର ହେଉଥିବାବେଳେ ସହରାଞ୍ଚଳରେ ୨୪ ପ୍ରତିଶତଙ୍କୁ ଏଭଳି ହିଂସାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିପରି ୧୮ ପ୍ରତିଶତ ଶିକ୍ଷିତା ମହିଳା ଏବଂ ୪୦ ପ୍ରତିଶତ ସ୍କୁଲ୍‌ ଯାଇ ନ ଥିବା ମହିଳା ଘରୋଇ ହିଂସାର ଶିକାର ହୋଇଥାନ୍ତି। ଗରିବ ପରିବାର ଅପେକ୍ଷା ସ୍ବଚ୍ଛଳ ପରିବାରରେ ଘରୋଇ ହିଂସା ଘଟଣା କମ୍‌ ଦେଖିବାକୁ ମିଳିଥାଏ। ସ୍ବଚ୍ଛଳ ବର୍ଗର ୧୭ ପ୍ରତିଶତ ମହିଳା ହିଂସାର ଶିକାର ହେଉଥିବାବେଳେ ଅସ୍ବଚ୍ଛଳ ବର୍ଗର ୩୯ ପ୍ରତିଶତଙ୍କୁ ଏଭଳି ନିର୍ଯାତନା ସହିବାକୁ ପଡ଼ିଥାଏ ବୋଲି ରିପୋର୍ଟରେ କୁହାଯାଇଛି।

୮୦ ପ୍ରତିଶତ ଶାରୀରିକ ହିଂସା ସ୍ବାମୀଙ୍କ ଦ୍ୱାରା ହୋଇଥାଏ। ୨୧ ପ୍ରତିଶତ ଶିକ୍ଷିତ ସ୍ବାମୀ ଘରୋଇ ହିଂସାରେ ସମ୍ପୃକ୍ତ ରହୁଥିବାବେଳେ ସ୍କୁଲ୍‌ ଯାଇ ନ ଥିବା ୪୩ ପ୍ରତିଶତ ସ୍ବାମୀ ଏଭଳି କାର୍ଯ୍ୟରେ ସାମିଲ ହୋଇଥାନ୍ତି। ସେହିପରି ମଦ୍ୟପ ସ୍ବାମୀଙ୍କ ଯୋଗୁ ମହିଳାମାନେ ଅଧିକ ଶାରୀରିକ କିମ୍ବା ଭାବାବେଗ ଜନିତ ହିଂସାର ସମ୍ମୁଖୀନ ହୁଅନ୍ତି। ରିପୋର୍ଟ ଅନୁଯାୟୀ ହିଂସାର ଶିକାର ହେଉଥିବା ମହିଳାଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କ ସ୍ବାମୀ ମଦ ପିଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri