Posted inଜାତୀୟ

୩୦% ମହିଳା ଶାରୀରିକ ହିଂସାର ଶିକାର

ନୂଆଦିଲ୍ଲୀ,୯।୫: ଭାରତର ପ୍ରାୟ ଏକତୃତୀୟାଂଶ ମହିଳା ଶାରୀରିକ ଏବଂ ଯୌନହିଂସାର ଶିକାର ହୋଇଥାନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟରେ ଏହା କୁହାଯାଇଛି। ଦେଶରେ ମହିଳାମାନଙ୍କ ପ୍ରତି ଘରୋଇ ହିଂସା ୩୧.୨ ପ୍ରତିଶତରୁ ୨୯.୩ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ୧୮ରୁ ୪୯ ବର୍ଷ ବୟସ ବର୍ଗର ୩୦% ମହିଳା ୧୫ ବର୍ଷ ବୟସରୁ ଶାରୀରିକ ହିଂସାର ସମ୍ମୁଖୀନ ହେଉଥିବାବେଳେ ୬ ପ୍ରତିଶତ ସାରା ଜୀବନ ଏଭଳି ନିର୍ଯାତନାର ଶିକାର ହୋଇଥାନ୍ତି। ତେବେ ମାତ୍ର ୧୪ ପ୍ରତିଶତ ମହିଳା ସେମାନଙ୍କ ପ୍ରତି ହେଉଥିବା ଶାରୀରିକ କିମ୍ବା ଯୌନ ହିଂସା ବିରୋଧରେ ସ୍ବର ଉଠାଇଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁବାର ଉକ୍ତ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।

ପୂର୍ବରୁ ୧୫ରୁ ୪୯ ବର୍ଷ ବୟସ ବର୍ଗର ମହିଳାଙ୍କ ଉପରେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ରିପୋର୍ଟ ପ୍ରକାଶ ପାଇଥିବାବେଳେ ଏଥର ୧୮ରୁ ୪୯ ବର୍ଷ ବୟସର ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ୩୨ ପ୍ରତିଶତ ବିବାହିତା ମହିଳା (୧୮ରୁ ୪୯ ବର୍ଷ) ଶାରୀରିକ, ଯୌନ କିମ୍ବା ଭାବାବେଗଜନିତ ହିଂସାର ଶିକାର ହୋଇଥାନ୍ତି। ବୈବାହିକ ହିଂସା ମଧ୍ୟରୁ ଶାରୀରିକ ହିଂସା ସର୍ବାଧିକ ୨୮ ପ୍ରତିଶତ ହୋଇଥିବାବେଳେ ଏହା ପଛକୁ ଭାବାବେଗ ଜନିତ ହିଂସା ଓ ଯୌନ ହିଂସା ରହିଛି। କର୍ନାଟକରେ ମହିଳାଙ୍କ ପ୍ରତି ଘରୋଇ ହିଂସା ସର୍ବାଧିକ ୪୮ ପ୍ରତିଶତ ହୋଇଥିବାବେଳେ ଏହା ପଛକୁ ବିହାର, ତେଲଙ୍ଗାନା, ମଣିପୁର ଓ ତାମିଲନାଡୁ ରହିଛନ୍ତି। ଲାକ୍ଷାଦ୍ୱୀପରେ ଘରୋଇ ହିଂସା ସର୍ବନିମ୍ନ ୨.୧ ପ୍ରତିଶତ ରହିଛି।

ରିପୋର୍ଟ ଅନୁଯାୟୀ, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ମହିଳା ଅଧିକ ଶାରୀରିକ ହିଂସାର ସମ୍ମୁଖୀନ ହୋଇଥାନ୍ତି। ଗ୍ରାମାଞ୍ଚଳରେ ୩୨ ପ୍ରତିଶତ ମହିଳା ଶାରୀରିକ ହିଂସାର ଶିକାର ହେଉଥିବାବେଳେ ସହରାଞ୍ଚଳରେ ୨୪ ପ୍ରତିଶତଙ୍କୁ ଏଭଳି ହିଂସାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିପରି ୧୮ ପ୍ରତିଶତ ଶିକ୍ଷିତା ମହିଳା ଏବଂ ୪୦ ପ୍ରତିଶତ ସ୍କୁଲ୍‌ ଯାଇ ନ ଥିବା ମହିଳା ଘରୋଇ ହିଂସାର ଶିକାର ହୋଇଥାନ୍ତି। ଗରିବ ପରିବାର ଅପେକ୍ଷା ସ୍ବଚ୍ଛଳ ପରିବାରରେ ଘରୋଇ ହିଂସା ଘଟଣା କମ୍‌ ଦେଖିବାକୁ ମିଳିଥାଏ। ସ୍ବଚ୍ଛଳ ବର୍ଗର ୧୭ ପ୍ରତିଶତ ମହିଳା ହିଂସାର ଶିକାର ହେଉଥିବାବେଳେ ଅସ୍ବଚ୍ଛଳ ବର୍ଗର ୩୯ ପ୍ରତିଶତଙ୍କୁ ଏଭଳି ନିର୍ଯାତନା ସହିବାକୁ ପଡ଼ିଥାଏ ବୋଲି ରିପୋର୍ଟରେ କୁହାଯାଇଛି।

୮୦ ପ୍ରତିଶତ ଶାରୀରିକ ହିଂସା ସ୍ବାମୀଙ୍କ ଦ୍ୱାରା ହୋଇଥାଏ। ୨୧ ପ୍ରତିଶତ ଶିକ୍ଷିତ ସ୍ବାମୀ ଘରୋଇ ହିଂସାରେ ସମ୍ପୃକ୍ତ ରହୁଥିବାବେଳେ ସ୍କୁଲ୍‌ ଯାଇ ନ ଥିବା ୪୩ ପ୍ରତିଶତ ସ୍ବାମୀ ଏଭଳି କାର୍ଯ୍ୟରେ ସାମିଲ ହୋଇଥାନ୍ତି। ସେହିପରି ମଦ୍ୟପ ସ୍ବାମୀଙ୍କ ଯୋଗୁ ମହିଳାମାନେ ଅଧିକ ଶାରୀରିକ କିମ୍ବା ଭାବାବେଗ ଜନିତ ହିଂସାର ସମ୍ମୁଖୀନ ହୁଅନ୍ତି। ରିପୋର୍ଟ ଅନୁଯାୟୀ ହିଂସାର ଶିକାର ହେଉଥିବା ମହିଳାଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କ ସ୍ବାମୀ ମଦ ପିଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri