କାଉନ୍‌ସିଲର ପଦବୀରେ ୩୦ ନାମାଙ୍କନ

କାମାକ୍ଷାନଗର, ୮ା୩ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପୌର ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନଗରପାଳ ପଦବୀ ଲାଗି ବିଜେଡିର ଧର୍ମାନନ୍ଦ ପରିଡ଼ା, ଭାଜପାର ରଣଜିତ୍‌ ସାହୁ, କଂଗ୍ରେସର ସନ୍ତୋଷ ମହାରଣା ଏବଂ ସ୍ବାଧୀନ ପ୍ରାର୍ଥୀ ଅଭିମନ୍ୟୁ ନାଏକ ନାମାଙ୍କନ ଦାଖଲ କରିଛନ୍ତି। ୧୫ ଓ୍ବାର୍ଡରୁ ମୋଟ ୩୦ କାଉନ୍‌ସିଲର ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି।
ନାମାଙ୍କନ ଦାଖଲର ଅନ୍ତିମ ଦିବସରେ ସୋମବାର କଂଗ୍ରେସର ନଗରପାଳ ପ୍ରାର୍ଥୀ ସନ୍ତୋଷ ମହାରଣା ନିଜର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ୨ନଂ. ଓ୍ବାର୍ଡରୁ ଗୀତାଞ୍ଜଳି ନାୟକ, ୧୨ନଂ. ଓ୍ବାର୍ଡରୁ ମନୋଜ ପରିଡ଼ା, ୧୩ନଂ. ଓ୍ବାର୍ଡରୁ ସୌମ୍ୟରଞ୍ଜନ ଷଣ୍ଢ, ୧୪ନଂ.ରୁ ସ୍ମିତାରାଣୀ ରାଉତ କାଉନ୍‌ସିଲ ପଦବୀ ଲାଗି ମନୋନୟନପତ୍ର ଦାଖଲ କରିଛନ୍ତି। ଏହାକୁ ବାଦ୍‌ଦେଲେ ଅନ୍ୟ ସବୁ ଓ୍ବାର୍ଡ କଂଗ୍ରେସ ପ୍ରାର୍ଥୀ ବିହୀନ ରହିଛି।
ସେହିପରି ପ୍ରାର୍ଥୀ ଚୟନ, ରଣନୀତି ପ୍ରସ୍ତୁତିକୁ ନେଇ ଏନ୍‌ଏସି ଭାଜପାରେ ଅନ୍ତଃକନ୍ଦଳ କୁହୁଳୁଛି। ନଗରପାଳ ପ୍ରାର୍ଥୀ ଦୌଡ଼ରେ ଆଗରେ ଥିବା ଅଶ୍ୱିନୀ କୁମାର ମହାପାତ୍ର ଶେଷ ମୁହୂର୍ତ୍ତରେ ଇସ୍ତଫା ଦେବା ଦଳ ପାଇଁ ଅଡୁଆ ବଢ଼ିଥିଲା। ଏଭଳି ସମୟରେ ରଣଜିତ୍‌ ସାହୁଙ୍କୁ ଦଳ ପକ୍ଷରୁ ନଗରପାଳ ପ୍ରାର୍ଥୀ କରାଯାଇଛି। ସେ ମଧ୍ୟ ସୋମବାର ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଛନ୍ତି। ସେହିପରି ୨ନଂ. ଓ୍ବାର୍ଡରୁ ଜିଲି ମହାଳିକ, ୩ନଂ.ରୁ ମଧୁସ୍ମିତା ସାହୁ, ୪ନଂ.ରୁ ଦ୍ରୁପଦି ରାଉତ, ୫ନଂ.ରୁ ବିମଳ ରାଉତ, ୮ନଂ.ରୁ ଭାରତୀ ମୁଦୁଲି, ୯ନଂ.ରୁ ସୁରେଶ ଚନ୍ଦ୍ର ନାଥ, ୧୦ନଂ.ରୁ ମାଳତୀ ମଲ୍ଲିକ, ୧୧ନଂ.ରୁ କମଳିନୀ ଖୁଣ୍ଟିଆ, ୧୨ନଂ.ରୁ ସିପୁନ ସାହୁ, ୧୩ନଂ. ରାଜେନ୍ଦ୍ର ଷଣ୍ଢ ଏବଂ ୧୪ନଂ.ରୁ ଦୀପ୍ତିମୟୀ ଖୁଣ୍ଟିଆ କାଉନ୍‌ସିଲର ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି। ୧, ୬, ୭ ଏବଂ ୧୫ନଂ. ଓ୍ବାର୍ଡରେ ଭାଜପା କାହାରିକୁ ପ୍ରାର୍ଥୀ ଦେଇନାହିଁ।
ଅପରପକ୍ଷେ କେବଳ ୧୫ନଂ.କୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଓ୍ବାର୍ଡରେ ବିଜେଡି ଦଳୀୟ ପ୍ରାର୍ଥୀ ଦେଇଛି। କାରଣ ଏହି ଓ୍ବାର୍ଡର କାଉନ୍‌ସିଲର ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଥିବାବେଳେ ଉକ୍ତ ବର୍ଗର କେହିନାହାନ୍ତି। ଶେଷ ଦିନରେ ବିଜେଡିର ୧ନଂ. ଓ୍ବାର୍ଡରୁ ଶୁକଦେବ ସାହୁ ନାମାଙ୍କନ ଦାଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାଧୀନ ଭାବେ ଅଧ୍ୟକ୍ଷ ପଦବୀ ଲାଗି ଅଭିମନ୍ୟୁ ନାଏକ ଏବଂ ୪ନଂ. ଓ୍ବାର୍ଡରୁ ସ୍ବାଧୀନ ଭାବେ ସ୍ବାଗତିକା ନାଏକ ମଧ୍ୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?