ଗେଷ୍ଟ ହାଉସରେ ଚାଲିଥିଲା ଦେହ ବେପାର ୩ ଯୁବତୀ ଉଦ୍ଧାର, କିଙ୍ଗ୍‌ପିନ୍‌ ସମେତ ୧୨ ଗିରଫ

ବ୍ରହ୍ମପୁର ଅଫିସ,୧ା୧୧-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ ରୁମ୍‌ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା। ଖବର ପାଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ଙ୍କ ନେତୃତ୍ୱରେ ସୋମବାର ରାତିରେ ସେଠାରେ ଚଢ଼ାଉ କରାଯାଇ ୩ଜଣ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉକ୍ତ ୩ଟି ରୁମ୍‌ରୁ ପୋଲିସ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ, ୧୨ ମୋବାଇଲ ଫୋନ ଓ ୩୧୯୫୦ଟଙ୍କା ଜବତ କରିଥିଲା। ରୁମ୍‌ରୁ ଉଦ୍ଧାର ହୋଇଥିବା ଯୁବତୀମାନେ କଲିକତାରୁ ଆସିଥିବା ଜଣାପଡ଼ିଥିଲା। ସେହିପରି ଏହି ଦେହ କାରବାର ଚଳାଇଥିବା କିଙ୍ଗ୍‌ପିନ୍‌ ସମେତ ୧୨ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ମୁଖ୍ୟ ଆସ୍କା ବଜାର ସାହି ଏମ୍‌ଜି ରୋଡ୍‌ର ଗୋପୀ ବେହେରା ଓରଫ୍‌ ରଜନୀକାନ୍ତ (୩୮), ଗେଷ୍ଟ ହାଉସକୁ ଲିଜ୍‌ରେ ନେଇ ଚଳାଉଥିବା ସୋରଡ଼ା ବଡ଼ଗଡ଼ ଥାନା ଅଞ୍ଚଳର ରାଜେଶ କୁମାର ବିଶୋଇ(୩୦), ଏଜେଣ୍ଟ ଭାବେ କାମ କରୁଥିବା କେ.ନୂଆଗଁାର ସୁମନ ସାହୁ (୧୮), ପ୍ରଫୁଲ୍ଲ କୁମାର ସାହୁ (୧୮), ରାଜା ପ୍ରଧାନ (୧୮), ଚନ୍ଦନ କୁମାର ସାହୁ (୧୯) ଅଛନ୍ତି। ଗ୍ରାହକ ଭାବେ ଆସିଥିବା ୬ ଜଣ ମଧ୍ୟ ଅଛନ୍ତି। ସେମାନେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଅଞ୍ଚଳର କେ.ଦିବାକର ରେଡ୍ଡୀ(୨୨), ନିତେଶ ସାହୁ (୧୮), ଏସ୍‌.କିରନ୍‌ ରେଡ୍ଡୀ(୧୮), ଏସ୍‌.ଭାଗୀରଥି ରେଡ୍ଡୀ(୨୨), ସଦର ଥାନା ବାଲିପଡ଼ାର ରବି କୁମାର ସାହୁ (୨୬), ବୈଦ୍ୟନାଥପୁର ଥାନା କମାପଲ୍ଲୀ ରାମନଗରର କେ.ଶଙ୍କର ଆଚାରୀ (୪୮)। ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ବୈଦ୍ୟନାଥପୁର ପୋଲିସ ମାମଲା ନମ୍ବର ୩୮୩/୨୨ରେ କୋର୍ଟ ଚାଲାଣ କରିଛି।
ସେହିପରି ଉଦ୍ଧାର ଯୁବତୀଙ୍କୁ ୱାନ୍‌ ଷ୍ଟପ୍‌ ସେଣ୍ଟର୍‌ ପଠାଯାଇଥିବା ନେଇ ଜିଲା ପୋଲିସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏସ୍‌ପିଙ୍କ ପ୍ରତିକ୍ରିୟା ଅନୁଯାୟୀ, ପ୍ରାୟ ବର୍ଷେ ହେବ ସେହି ଗେଷ୍ଟ ହାଉସରେ ଏଭଳି ବେଆଇନ କାର୍ଯ୍ୟକଳାପ ଚାଲିଥିଲା। ଏହାର କିଙ୍ଗ୍‌ପିନ୍‌ ଅଭିଯୁକ୍ତ ଗୋପୀ କୋଲକାତାରୁ ଯୁବତୀମାନଙ୍କୁ ଆଣୁଥିବା ବେଳେ ଗ୍ରାହକ ଯୋଗାଡ଼ ପାଇଁ ଏଜେଣ୍ଟମାନଙ୍କୁ ନିୟୋଜିତ କରିଥିଲେ। ସେମାନେ ହ୍ବାଟ୍ସଆପ୍‌ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଏନେଇ ଖବର ମିଳିବା ପରେ କେତେକ ପୋଲିସ ସାଦା ପୋଷାକରେ ସେଠାରେ ପହଞ୍ଚତ୍ ପ୍ରଥମେ ସ୍ଥିତି ଅନୁଧ୍ୟାନ କରି ସତ୍ୟତା ଜାଣିବା ପରେ ଚଢ଼ାଉ କରିଥିଲା। ଅନ୍ୟପକ୍ଷେ ଏଭଳି ବେଆଇନ କାର୍ଯ୍ୟକଳାପ ହେଉଥିବା ଗେଷ୍ଟ ହାଉସକୁ ସିଲ୍‌ କରିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ମଧ୍ୟ ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri