ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷର ପ୍ରତ୍ୟୁଷ

ଗୋପ,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ଗ୍ରାମର ମନମୋହନ ସାହୁଙ୍କ ଏକମାତ୍ର ପୁଅ ଏମ୍‌.ଏ. ପ୍ରତ୍ୟୁଷ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୩ ବର୍ଷ ୭ ମାସ ବୟସର ଏହି ବାଳକ ମାତ୍ର ଅଢ଼େଇରୁ ତିନି ମିନିଟ୍‌ ମଧ୍ୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିଛନ୍ତି। ଏଥିପାଇଁ ତାଙ୍କ ନାମ ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି।

ପ୍ରକାଶ ଯେ, ଏହି ବିସ୍ମୟ ବାଳକ ପ୍ରତ୍ୟୁଷ ୩୦ଟି କମ୍ପ୍ୟୁଟର ସରଞ୍ଜାମର ନାମ, ୪୬ଟି ପଶୁ, ୧୬ଟି ପକ୍ଷୀ, ୨୦ଟି ଫୁଲ, ୨୦ଫଳ, ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ, ୧୦ଟି ରାଇମ୍‌ସ, ଜାତୀୟ ସଙ୍ଗୀତ, ୩୦ଟି ସାଧାରଣ ଜ୍ଞାନ, ୧୬ଟି ପଶୁ ଛୁଆ ନାମ ତତ୍‌କ୍ଷଣାତ୍‌ ସ୍ପଷ୍ଟ ଭାବେ ଓଡ଼ିଆ ଏବଂ ଇଂଲିଶ୍‌ରେ କହିପାରିଛନ୍ତି। ଏଥିସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରୁଥିବାବେଳେ ୨୦ ପ୍ରକାର ଯୋଗ ସମେତ ବିଭିନ୍ନ ସ୍ଲୋକ ମଧ୍ୟ କହିପାରୁଛନ୍ତି। ଛୋଟ ସମୟରୁ ବିଭିନ୍ନ କଥା ଅତି ସହଜରେ ଧରିବା ସହ ଉଚ୍ଚାରଣ କରିପାରୁଥିବାରୁ ପରିବାର ପକ୍ଷରୁ ବିଭିନ୍ନ ନାମଠାରୁ ଆରମ୍ଭ କରି ଶିକ୍ଷା ସମ୍ପର୍କରେ କହିଥିଲେ। ସେସବୁ ପ୍ରତ୍ୟୁଷ ଶୁଣି କିଛି ମିନିଟ୍‌ ମଧ୍ୟରେ କହିପାରୁଥିଲେ। ଏପରି ପ୍ରତିଭାର ଅଧିକାରୀ ହେବା ପାଇଁ ପ୍ରଥମେ ପରିବାର ପକ୍ଷରୁ ଇଣ୍ଡିଆ ବୁକ୍‌ ରେକର୍ଡରେ ପ୍ରତିଯୋଗିତା କରିବା ଲାଗି ଅନ୍‌ଲାଇନ୍‌ ମାଧ୍ୟମରେ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ। ଶେଷରେ ପ୍ରତିଯୋଗିତାରେ ବିସ୍ମୟ ବାଳକ ପ୍ରତ୍ୟୁଷ ଅଂଶଗ୍ରହଣ କରି ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା କରାଯାଇଥିବା ବେଳେ ସୋମବାର ଫଳାଫଳ ଆସିବା ସହ ସେ ଏହି ପ୍ରତିଭାର ଅଧିକାରୀ ହୋଇଥିବା ମେଡାଲ ଓ ସାର୍ଟିଫିକେଟ ଆସିଥିବା ପରିବାର ଜାଣିବାକୁ ପାଇଥିଲେ। ବିସ୍ମୟ ପ୍ରତ୍ୟୁଷ ଏହି ରେକର୍ଡର ଅଧିକାରୀ ହେବା ଅଞ୍ଚଳରେ ଜଣାପଡ଼ିବା ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଥିବା ବାପା ମନମୋହନ ଓ ମାଆ ଅମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ରାଜ୍ୟ ସୂଚନା କମିଶନଙ୍କ ଉଲ୍ଲେଖନୀୟ ରାୟ

ବଲାଙ୍ଗୀର ଅଫିସ,୨୭।୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ରାଜ୍ୟ ସୂଚନା କମିଶନଙ୍କ ଉଲ୍ଲେଖନୀୟ ରାୟ ପ୍ରକାଶ ପାଇଛି। ଶନିବାର ସ୍ଥାନୀୟ ଯାଦବ ଭବନ ପରିସରରେ ଓଡ଼ିଶା...

ରୋଗୀଙ୍କୁ ହସ୍ପିଟାଲ ନେଉଥିଲା ବୋଲେରୋ, ଅଧା ରାସ୍ତାରେ ଜଳିଗଲା

ପାଟଣା,୧୬।୪(ସ୍ବ.ପ୍ର.) ୪୯ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଟୋଲଗେଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ନିଆଁ...

ବାଟାଗୁଡାକୁ ନିଶାମୁକ୍ତ ପାଇଁ ଏକାଠି ହେଲେ ମହିଳା

ଫୁଲବାଣୀ ଅଫିସ,୧୯ା୧୦: କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାଟାଗୁଡା ପଞ୍ଚାୟତର ମହିଳାମାନେ ଏକତ୍ରିତ ହୋଇଛନ୍ତି। ପଞ୍ଚାାୟତରେ ଆଉ ମଦ ପୁରାଇ ଦେବେ ନାହିଁ। କେହି ଚୋରାରେ...

ମୟୂରଭଞ୍ଜ: ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ, ୧୬ା୩- ବିଶ୍ୱ ବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ...

ଓକିଲଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶ ଗିରଫ

କାମାକ୍ଷାନଗର, ୨୧।୧୦(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗରର ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ପୂର୍ବରୁ ପୋଲିସ ଜଣଙ୍କୁ ଧରିଥିଲା। ଏହାପରେ ମୋଟ...

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲା: ଶୁଭ୍ରାଙ୍କୁ ୩ ଘଣ୍ଟା ଜେରା, ୩ ସହଯୋଗୀଙ୍କୁ ନୋଟିସ୍‌

ଭୁବନେଶ୍ୱର,୨୦।୧(ବ୍ୟୁରେ): ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଦ୍ୱିତୀୟ ଦିନରେ ସିବିଆଇ ୩ଘଣ୍ଟା ଜେରା କରିଛି। ଜେରାବେଳେ...

ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି

ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା...

ରାଧେଙ୍କ ଘରୁ ମିଳିଥିବା ଫୋନ୍‌ କାହାର

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...

Advertisement
Archives

Model This Week