ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷର ପ୍ରତ୍ୟୁଷ

ଗୋପ,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ଗ୍ରାମର ମନମୋହନ ସାହୁଙ୍କ ଏକମାତ୍ର ପୁଅ ଏମ୍‌.ଏ. ପ୍ରତ୍ୟୁଷ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୩ ବର୍ଷ ୭ ମାସ ବୟସର ଏହି ବାଳକ ମାତ୍ର ଅଢ଼େଇରୁ ତିନି ମିନିଟ୍‌ ମଧ୍ୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିଛନ୍ତି। ଏଥିପାଇଁ ତାଙ୍କ ନାମ ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି।

ପ୍ରକାଶ ଯେ, ଏହି ବିସ୍ମୟ ବାଳକ ପ୍ରତ୍ୟୁଷ ୩୦ଟି କମ୍ପ୍ୟୁଟର ସରଞ୍ଜାମର ନାମ, ୪୬ଟି ପଶୁ, ୧୬ଟି ପକ୍ଷୀ, ୨୦ଟି ଫୁଲ, ୨୦ଫଳ, ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ, ୧୦ଟି ରାଇମ୍‌ସ, ଜାତୀୟ ସଙ୍ଗୀତ, ୩୦ଟି ସାଧାରଣ ଜ୍ଞାନ, ୧୬ଟି ପଶୁ ଛୁଆ ନାମ ତତ୍‌କ୍ଷଣାତ୍‌ ସ୍ପଷ୍ଟ ଭାବେ ଓଡ଼ିଆ ଏବଂ ଇଂଲିଶ୍‌ରେ କହିପାରିଛନ୍ତି। ଏଥିସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରୁଥିବାବେଳେ ୨୦ ପ୍ରକାର ଯୋଗ ସମେତ ବିଭିନ୍ନ ସ୍ଲୋକ ମଧ୍ୟ କହିପାରୁଛନ୍ତି। ଛୋଟ ସମୟରୁ ବିଭିନ୍ନ କଥା ଅତି ସହଜରେ ଧରିବା ସହ ଉଚ୍ଚାରଣ କରିପାରୁଥିବାରୁ ପରିବାର ପକ୍ଷରୁ ବିଭିନ୍ନ ନାମଠାରୁ ଆରମ୍ଭ କରି ଶିକ୍ଷା ସମ୍ପର୍କରେ କହିଥିଲେ। ସେସବୁ ପ୍ରତ୍ୟୁଷ ଶୁଣି କିଛି ମିନିଟ୍‌ ମଧ୍ୟରେ କହିପାରୁଥିଲେ। ଏପରି ପ୍ରତିଭାର ଅଧିକାରୀ ହେବା ପାଇଁ ପ୍ରଥମେ ପରିବାର ପକ୍ଷରୁ ଇଣ୍ଡିଆ ବୁକ୍‌ ରେକର୍ଡରେ ପ୍ରତିଯୋଗିତା କରିବା ଲାଗି ଅନ୍‌ଲାଇନ୍‌ ମାଧ୍ୟମରେ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ। ଶେଷରେ ପ୍ରତିଯୋଗିତାରେ ବିସ୍ମୟ ବାଳକ ପ୍ରତ୍ୟୁଷ ଅଂଶଗ୍ରହଣ କରି ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା କରାଯାଇଥିବା ବେଳେ ସୋମବାର ଫଳାଫଳ ଆସିବା ସହ ସେ ଏହି ପ୍ରତିଭାର ଅଧିକାରୀ ହୋଇଥିବା ମେଡାଲ ଓ ସାର୍ଟିଫିକେଟ ଆସିଥିବା ପରିବାର ଜାଣିବାକୁ ପାଇଥିଲେ। ବିସ୍ମୟ ପ୍ରତ୍ୟୁଷ ଏହି ରେକର୍ଡର ଅଧିକାରୀ ହେବା ଅଞ୍ଚଳରେ ଜଣାପଡ଼ିବା ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଥିବା ବାପା ମନମୋହନ ଓ ମାଆ ଅମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri