୩ ଗୋରୁ ବୋଝେଇ ଟ୍ରକ ଜବତ, ୬ ଅଟକ

ରୂପସା/ଜଳେଶ୍ୱର, ୨୩ା୬(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ଗୋ-ଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ନିୟମିତ ଗୋଚାଲାଣ ହେବା ଆଉ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢାଉ ହେଉଥିଲେ ହେଁ ଗୋରୁ ମାଫିଆମାନେ ଗୋଚାଲାଣ ବ୍ୟବସାୟରୁ ଓହରୁ ନ ଥିବା ଦେଖିବାକୁ ମିଳିଛି। ପୁଣି ବୁଧବାର ପୋଲିସ ୩ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ କରିବା ସହ ସେଥିରୁ ମୁର୍ମୁଷୁ ଅବସ୍ଥାରେ ୨ଶହ ଗୋରୁ ଉଦ୍ଧାର କରିଛି।
ପୂର୍ବାହ୍ନରେ ୩ ଟ୍ରକ (ନଂ. ଓଆର୍‌୦୪ଏଚ୍‌-୭୯୮୯, ଓଡ଼ି୦୪ଏନ୍‌-୫୨୮୬ ଓ ଓଡ଼ି୩୪ଏନ୍‌-୩୬୦୫) ଯୋଗେ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ରାଜଘାଟ ସୁବର୍ଣ୍ଣରେଖା ବ୍ରିଜ ନିକଟରେ ଥିବା ନାକା ପଏଣ୍ଟରେ ଚେକିଂ କରୁଥିବା ପୋଲିସ ଗୋଟିଏ ଟ୍ରକ୍‌କୁ ଅଟକାଇଥିଲା। ଖବରପାଇ ଅନ୍ୟ ଡ୍ରାଇଭର ଅନ୍ୟ ୨ଟି ଟ୍ରକ୍‌ ବସ୍ତା ଥାନା ସନ୍ତୋଷପୁର ନିକଟରେ ଥିବା ଏକ କ୍ରଶର ଭିତରକୁ ନେଇଯାଇଥିଲେ। ନାକା ପଏଣ୍ଟରେ ଥିବା ପୋଲିସ ସେଠାରେ ପହଞ୍ଚତ୍ ବସ୍ତା ଥାନା ପୋଲିସକୁ ଖବର ଦେଇଥିଲେ। ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ଆଇଆଇସି ସୁବ୍ରତ ବେହେରା ପ୍ରମୁଖ ସଦଳବଳେ ଚଢ଼ାଉ କରି ଟ୍ରକ ସବୁକୁ ଜବତ କରିବା ସହ ସେଥିରୁ ୨ଶହରୁ ଊଦ୍ଧର୍‌ବ ଗୋରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗତ ୨୦ତାରିଖରେ ଏକ ଟ୍ରକ୍‌ରେ ୬୦ରୁ ଊଦ୍ଧର୍‌ବ ଗୋରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଉକ୍ତ ନାକା ପଏଣ୍ଟଠାରେ ଟ୍ରକ୍‌ ଇଞ୍ଜିନ ଖରାପ ହୋଇଥିଲା। ଫଳରେ ଉକ୍ତ ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଥିଲା। ତେବେ କାହା ଇଙ୍ଗିତରେ ନିୟମିତ ଓଡ଼ିଶାରୁ ପଶ୍ଚିମବଙ୍ଗ ବେଫିକର ଗୋଚାଲାଣ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?