୩ ଶୁଷ୍କ ନଦୀରେ ମାଛଚାଷ ଯୋଜନା ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୧୦।୧: ସମୟ ଚକ୍ରରେ ସୁଗଭୀର ଅଳକା ନଦୀ ତା’ର ସ୍ଥିତି ହରାଇ ବସିଛି । ଏହି ନଦୀର ଅଧିକାଂଶ ଅଞ୍ଚଳ ଶୁଷ୍କ ହୋଇଯାଇଛି। ସେହିପରି ବାଲିଆ ଓ କାଠଯୋଡ଼ି ନଦୀର କିଛି ଅଂଶରେ ମଧ୍ୟ ଅନୁରୂପ ଅବସ୍ଥା ହୋଇଛି। ଏହାର ସୁଯୋଗ ନେଇ ବହୁ ଜମି ମାଫିଆ ଏସବୁ ନଦୀର ସହସ୍ରାଧିକ ହେକ୍ଟର ଜମି ଜବରଦଖଲ କରିବାରେ ଲାଗିଛନ୍ତି। ତେଣୁ ନଦୀଶଯ୍ୟାଗୁଡିକର ସୁବିନିଯୋଗ କରିବାକୁ ୪ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଥିଲା। କେନ୍ଦ୍ରୀୟ ଅନ୍ତସ୍ଥଳୀୟ ମତ୍ସ୍ୟ ଗବେଷଣା ସଂସ୍ଥା (ସିଆଇଏଫ୍‌ଆର୍‌ଆଇ) ପକ୍ଷରୁ ଏକ ଟିମ୍‌ ୪ ଦିନିଆ ଜଗତ୍‌ସିଂହପୁର ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଥିଲେ। ସେମାନଙ୍କ ମତ ଅନୁଯାୟୀ, ଜିଲାର ପାଖାପାଖି ୧୫୦ ହେକ୍ଟର ନଦୀଶଯ୍ୟାରେ ପୋଖରୀ କରାଯାଇ ମାଛଚାଷ ସମ୍ଭବ। ଏଥିରୁ ବାର୍ଷିକ ୬୦୦ ଟନ୍‌ ମାଛ ଉତ୍ପାଦନ ହୋଇପାରିବ। ଏହାର ଆନୁମାନିକ ମୂଲ୍ୟ ୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ସିଆଇଏଫ୍‌ଆର୍‌ଆଇ ସର୍ବେକ୍ଷଣ ରିପୋର୍ଟ ଦାଖଲ ସତ୍ତ୍ବେ ଯୋଜନା ଆଗେଇ ପାରୁନାହିଁ । ଫଳରେ ଲୋକଙ୍କ ମନରେ ଯେଉଁ ଖୁସି ପରିଲକ୍ଷିତ ହୋଇଥିଲା ତାହା ଏବେ ମଉଳିବାକୁ ଲାଗିଲାଣି।
୨୦୧୬-୧୭ରେ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯାଇଥିଲା । ମତ୍ସ୍ୟ ଯାନ୍ତ୍ରିକ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଓ ଜିଲା ମତ୍ସ୍ୟ ଅଧିକାରୀ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କେଉଁଠି ମତ୍ସ୍ୟଚାଷ କରିବା ସମ୍ଭବ ସେହି ସ୍ଥାନ ଚିହ୍ନଟ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପାଖକୁ ଡିପିଆର୍‌ ପଠାଯାଇଥିଲା। ଏଥିରେ ଦର୍ଶାଯାଇଥିଲା, ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁରରୁ ରେଢୁଆ ପର୍ଯ୍ୟନ୍ତ ପାଖାପାଖି ୫ କିଲୋମିଟର ଲମ୍ବ କାଠଯୋଡି ନଦୀର ଶୁଷ୍କ ଅଂଶରେ ମାଛଚାଷ କରାଯାଇପାରିବ। ଫଳରେ ନିକଟବର୍ତ୍ତୀ ଅନ୍ୟ ୨ଟି ଗାଁ ଯଥା ତିହୁଡ଼ା ଓ ଗୋପାଳପୁରବାସୀ ମଧ୍ୟ ଉପକୃତ ହୋଇପାରିବେ । ନଦୀର ଶୁଷ୍କ ଅଂଶ ଓସାର ପାଖାପାଖି ୩୦୦ ମିଟର ହେବ। ଏହା କାଦୁଆ ଓ ଦଳପୂର୍ଣ୍ଣ । କିନ୍ତୁ ପାର୍ଶ୍ୱରେ ବିଜୁଳି ଓ ପିଚୁ ରାସ୍ତା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୭୫ ହେକ୍ଟର ଉନ୍ନତୀକରଣ କରାଯିବା ଆବଶ୍ୟକ। କୁଜଙ୍ଗ ବ୍ଲକ ଦେଇ ଯାଇଥିବା ବାଲିଆ ନଦୀର ଶୁଷ୍କଅଂଶ ମଧ୍ୟ ମାଛଚାଷ ପାଇଁ ଅନୁକୂଳ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ୫୦ ହେକ୍ଟର ନଦୀ ଗର୍ଭ (୫ କିଲୋମିଟର ଦୈଘ୍ୟ ଓ ୨୦୦ ମିଟର ପ୍ରସ୍ଥ) ଉନ୍ନତୀକରଣର ଆବଶ୍ୟକତା ରହିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଡ଼ଙ୍ଗ, ବାଲିଆ, ପାରିଅଙ୍ଗା ଓ ପାଟପୁର ଗ୍ରାମବାସୀ ଉପକୃତ ହୋଇପାରିବେ। ସେହିପରି ଶୁଷ୍କ ଅଳକା ନଦୀର ବିରିଡ଼ି, ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ଏଥିରୁ ଜଣାଯାଇଥିଲା, ବିରିଡ଼ି ବ୍ଲକ ଅନ୍ତର୍ଗତ ପୁରଣ ବସୁନ୍ଧରା ନିକଟରେ ପାଖାପାଖି ୩ ହେକ୍ଟର ନଦୀଶଯ୍ୟାରେ ପୋଖରୀ ହୋଇପାରିବ। ଏହା ହେଲେ ବାଲିଆ, କସ୍‌ପା, ଦଣ୍ଡିଲୋ ଓ ସଢ଼େଇ ଗ୍ରାମବାସୀ ଉପକୃତ ହୋଇପାରିବେ। ସେହିପରି ବାଲିକୁଦା ବ୍ଲକ ଇଚ୍ଛାପୁରରୁ ମଝିକୋରା ଭିତରେ ୨୫ ହେକ୍ଟର ଜମିରେ ମାଛଚାଷ ପାଇଁ ପୋଖରୀ କରାଯାଇପାରିବ। ଏହାଦ୍ୱାରା ଈଶ୍ୱରପୁର, ନାର୍ଦିଆ, ମଝିକୋରା ଓତିରା ଗ୍ରାମବାସୀ ଉପକୃତ ହେବେ। ସେହିପରି ଅଳକା ନଦୀର ପାର୍ଶ୍ୱବର୍ତ୍ତୀ ଜଗତ୍‌ସିଂହପୁର ବ୍ଲକର ରମ୍ଭାଦେଈପୁର, କେନ୍ଦାଳ ଓ ଜୋତ ଅଞ୍ଚଳରେ ଭବିଷ୍ୟତରେ ମତ୍ସ୍ୟଚାଷ ପାଇଁ ଯୋଜନା କରାଯାଇପାରିବ। ଶୁଷ୍କ ନଦୀଶଯ୍ୟାରେ କରାଯିବାକୁ ଥିବା ପୋଖରୀଗୁଡିକ ବିଶେଷକରି ୮୦ ଡେସିମିଲରୁ ୧ ଏକର ଭିତରେ (ପ୍ରତି ପୋଖରୀ) ହେବ । କିନ୍ତୁ ଯେଉଁଠି ନଦୀ ଓସାର ଅଧିକ, ସେ କ୍ଷେତ୍ରରେ ବଡ଼ ପୋଖରୀ କରାଯାଇପାରେ। ଏଗୁଡିକର ନିଲାମ କେବଳ ସ୍ବୟଂ ସହାୟକ ଗୋଷ୍ଠୀ ପିଏଫ୍‌ସିଏସ୍‌ (ପ୍ରାଇମେରୀ ଫିସରିଜ୍‌ କୋ-ଅପରେଟିଭ୍‌ ସୋସାଇଟି), ବଡ଼ଚାଷୀ ବା ଉଦ୍ୟୋଗୀ ନେଇପାରିବେ। ଡିପିଆର୍‌ ପାଇଲା ପରେ ରାଜ୍ୟ ସରକାର ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ କରିବା ପାଇଁ ସିଆଇଏଫ୍‌ଆର୍‌ଆଇର ସହଯୋଗ ଚାହିଁଥିଲେ। ଏହି ମୁତାବକ ସିଆଇଏଫ୍‌ଆର୍‌ଆଇ ଟିମ୍‌ ଜଗତ୍‌ସିଂହପୁର ଗସ୍ତରେ ଆସି ଟେକ୍ନୋ ଇକୋନୋମିକ ଫିଜିବିଲିଟି ଷ୍ଟଡି କରିଥିଲେ। ଯୋଜନା କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳର ବହୁ ବେକାର ଯୁବକ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଥିଲା। ଜିଲା ପାଇଁ ଆବଶ୍ୟକ ମାଛକିଣା ପରିମାଣ କମିଯିବ। ହେଲେ ରାଜ୍ୟ ସରକାରଙ୍କ ନିକଟରେ ସିଆଇଏଫ୍‌ଆର୍‌ଆଇ ରିପୋର୍ଟ ଦାଖଲ କରିସାରିବା ପରେ ମଧ୍ୟ ଫାଇଲ ଘୁଞ୍ଚୁନି । ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାଶ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri