Posted inTrending, ଖେଳ

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ ଇଣ୍ଡଷ୍ଟ୍ରିରେ ପରିଣତ ହୋଇଛି। ବିଶ୍ୱର ଅନେକ ଦିଗ୍ଗଜ କ୍ରିକେଟର ଚମତ୍କାର ପ୍ରଦର୍ଶନ କରିବା ସହ ବିଜ୍ଞାପନ, ବ୍ୟବସାୟ ଓ ବିନିଯୋଗ ମାଧ୍ୟମରେ ମଧ୍ୟ ଅପାର ସମ୍ପତ୍ତି ଅର୍ଜନ କରିଛନ୍ତି।

ସବୁଠାରୁ ବିଶେଷ କଥା ହେଉଛି, ବିଶ୍ୱର ତିନି ଜଣ ସବୁଠାରୁ ଧନୀ କ୍ରିକେଟରଙ୍କ ତାଲିକାରେ ଭାରତୀୟ ଖେଳାଳିମାନେ ଶୀର୍ଷ ସ୍ଥାନରେ ରହିଛନ୍ତି। ଆସନ୍ତୁ ଜାଣିବା ସେମାନେ କିଏ ଏବଂ ସେମାନଙ୍କ ଆୟର ପ୍ରମୁଖ ଉତ୍ସ କ’ଣ।

ଏହି ତାଲିକାରେ ସେହି କ୍ରିକେଟରମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ନିଜ ରୋଜଗାର ବଳରେ କୋଟିପତି ଓ ଅରବପତି ସ୍ତରର ସମ୍ପତ୍ତି ସୃଷ୍ଟି କରିଛନ୍ତି। ଅଜୟ ଜାଡେଜା ମଧ୍ୟ ସବୁଠାରୁ ଧନୀ କ୍ରିକେଟରଙ୍କ ତାଲିକାରେ ଅଛନ୍ତି, କିନ୍ତୁ ତାଙ୍କ ସମ୍ପତ୍ତିର ବଡ଼ ଅଂଶ ଉତ୍ତରାଧିକାର ସୂତ୍ରରେ ମିଳିଛି। ଅନ୍ୟପଟେ ବିରାଟ କୋହଲି, ସଚିନ ତେନ୍ଦୁଲକର ଓ ଏମ ଏସ୍‌ ଧୋନୀ ନିଜ କ୍ରିକେଟ କ୍ୟାରିୟର, ବ୍ୟବସାୟିକ ବିନିଯୋଗ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ଅନ୍ୟାନ୍ୟ ଉପାୟରେ ନିଜ ସମ୍ପତ୍ତିରେ ଅନେକ ‘ଶୂନ’ ଯୋଡ଼ିଛନ୍ତି।

୧. ସଚିନ ତେନ୍ଦୁଲକର

ଭାରତୀୟ କ୍ରିକେଟର ମହାନ ବ୍ୟାଟର ତଥା ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକର ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କର ଆନୁମାନିକ ନେଟୱର୍ଥ ପ୍ରାୟ ୧୭୦ ମିଲିୟନ ଡଲାର (୧,୪୦୦ କୋଟି ଟଙ୍କାରୁ ଅଧିକ) ବୋଲି କୁହାଯାଏ। ୨୦୧୩ରେ ସଚିନ ଅନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ଆୟ କ୍ରମାଗତ ଭାବେ ବଢ଼ିଚାଲିଛି। ତାଙ୍କର ପ୍ରମୁଖ ଆୟ ଉତ୍ସ ହେଉଛି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ସ୍ପୋର୍ଟସ ଏକାଡେମୀ, ରେଷ୍ଟୁରାଣ୍ଟ, ଷ୍ଟାର୍ଟଅପରେ ବିନିଯୋଗ ଏବଂ ଅନ୍ୟାନ୍ୟ ବ୍ୟବସାୟ। ଏହାଛଡ଼ା ସେ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ମଧ୍ୟ ଅଛନ୍ତି।

୨. ବିରାଟ କୋହଲି
ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ପ୍ରାୟ ୧୨୭ ମିଲିୟନ ଡଲାର (୧,୦୫୦ କୋଟି ଟଙ୍କାରୁ ଅଧିକ) ନେଟୱର୍ଥ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ସେ ବିଶ୍ୱର ସବୁଠାରୁ ବଡ଼ ସ୍ପୋର୍ଟସ ବ୍ରାଣ୍ଡମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଆୟର ପ୍ରମୁଖ ଉତ୍ସ ହେଉଛି କ୍ରିକେଟ କଣ୍ଟ୍ରାକ୍ଟ, ବିଜ୍ଞାପନ, ସୋସିଆଲ ମିଡିଆ, One8 ଓ Wrogn ଫ୍ୟାଶନ ବ୍ରାଣ୍ଡ ଏବଂ ଅନ୍ୟାନ୍ୟ ବ୍ୟବସାୟ। ଏହା ସହ ମୁମ୍ବାଇ ଓ ଗୁରୁଗ୍ରାମରେ ଥିବା ତାଙ୍କ ବିଳାସପୂର୍ଣ୍ଣ ସମ୍ପତ୍ତି ମଧ୍ୟ ତାଙ୍କ ମୋଟ ସମ୍ପତ୍ତିର ବଡ଼ ଅଂଶ।

୩. ଧୋନୀ
ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରାୟ ୧୨୩ ମିଲିୟନ ଡଲାର (୧,୦୦୦ କୋଟି ଟଙ୍କାରୁ ଅଧିକ) ନେଟ୍‌ୱର୍ଥ ସହ ତୃତୀୟ ସ୍ଥାନରେ ଅଛନ୍ତି। କ୍ରିକେଟ ବ୍ୟତୀତ ସେ ପ୍ରଡକ୍ସନ ହାଉସ, ଟେକ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ବ୍ୟବସାୟ ସହ ଜଡ଼ିତ ଅଛନ୍ତି। ସେ ଅନେକ ବଡ଼ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଟନ୍ତି। ଅନ୍ତର୍ଜାତିକ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ଆଇପିଏଲରେ ତାଙ୍କ ଲୋକପ୍ରିୟତା ଓ ଆୟ ଅବ୍ୟାହତ ରହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?