ଦଶହରାରେ ରାଜ୍‌ କରିବ ୩ ଓଡ଼ିଆ ସିନେମା

ପୂଜାପର୍ବାଣୀ ଆସିଲେ ଭରପୁର ମନୋରଞ୍ଜନର ମାଧ୍ୟମ ସାଜେ ଚଳଚ୍ଚିତ୍ର। ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର ପୂରା ସେହି ଦମ୍‌ରେ ଆଗେଇ ଚାଲିଛି। ପ୍ରତ୍ୟେକ ସପ୍ତାହରେ ଦର୍ଶକଙ୍କୁ ନୂଆ ନୂଆ ଚଳଚ୍ଚିତ୍ର ଭେଟି ଦେଉଛି ଓଡ଼ିଆ ସିନେ ଜଗତ। ଦଶହରା ପାଖେଇ ଆସୁଥିବାବେଳେ ମାହୋଲ ସରଗରମ କରିବା ପାଇଁ ରିଲିଜ ହେବାକୁ ଯାଉଛି ୩ଟି ଦମ୍‌ଦାର୍‌ ଚଳଚ୍ଚିତ୍ର। ଆକ୍ସନ, ରୋମାନ୍ସ ସହ ଦର୍ଶକମାନେ ଚଳଚ୍ଚିତ୍ରରେ ସେମାନଙ୍କ ଫେଭରାଇଟ୍‌ ଷ୍ଟାର୍‌ଙ୍କୁ ଦେଖିବାକୁ ପାଇବେ। ବାବୁସାନ୍‌ ଓ ଅମ୍ଳାନ୍‌ଙ୍କ ଅଭିନୀତ ‘ମାଲ୍ୟଗିରି’, ସିଦ୍ଧାନ୍ତ ମହାପାତ୍ରଙ୍କ ‘କଟକ: ଶେଷରୁ ଆରମ୍ଭ’ ଓ ଅରିନ୍ଦମଙ୍କ ‘ରାମ୍‌’। ଫିଲ୍ମଗୁଡିକ ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ ଏହାର ପୋଷ୍ଟର, ଗୀତ ଆଉ ଆକ୍ସନ ଭରା ସିନ୍‌ର ଝଲକ ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଲାଣି। କେଉଁ ଚଳଚ୍ଚିତ୍ର ପ୍ରଥମେ ଦେଖିବାକୁ ଯିବେ ତାହାକୁ ନେଇ ଉତ୍କଣ୍ଠିତ ହୋଇପଡିଲେଣି ଦର୍ଶକ। ଏଥର ପୂଜା ବଜାରରେ ରାଜ୍‌ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରଗୁଡିକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।
‘ମାଲ୍ୟଗିରି’

ଫିଲ୍ମ ‘ଦମନ’ ପରେ ଏବେ ‘ମାଲ୍ୟଗିରି’ରେ ଅଭିନେତା ବାବୁଶାନ୍‌ ମହାନ୍ତିଙ୍କୁ ନେଇ ଦର୍ଶକଙ୍କ ମନରେ ଅଧିକ ଆଶା ଓ ଉତ୍ସାହ ଦେଖିବାକୁ ମିଳୁଛି। ସେହିପରି ଅଭିନେତା ଅମ୍ଳାନ ମଧ୍ୟ ଫିଲ୍ମ କରି ନିଜକୁ ଏକ ଭିନ୍ନ ଢଙ୍ଗରେ ଦର୍ଶକଙ୍କ ପାଖେ ଉପସ୍ଥାପିତ କରିସାରିଛନ୍ତି। ରେନ୍‌ଡ୍ରପ୍‌ ପିକର୍ଚ୍‌ସ ଏବଂ କିଭ୍‌ସ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଏହି ଫିଲ୍ମର ପ୍ରସ୍ତୁତ ହୋଇଛି। ଆସନ୍ତା ୧୯ରେ ଏହି ଫିଲ୍ମ ରିଲିଜ ହେବ। ବାବୁଶାନ୍‌ଙ୍କ ସହ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅମ୍ଳାନ୍‌ଙ୍କ ସହ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିବ। ରିଙ୍କୁ ରିନୁ ଜେନା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୃଥ୍ବୀରାଜ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି। ଗୌରବ ଆନନ୍ଦଙ୍କ ସଙ୍ଗୀତ ଦର୍ଶକଙ୍କୁ ଛୁଇଁବ। ତେବେ ମାସେତଳେ ଏହାର ଟିଜର ଅପଲୋଡ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଜଙ୍ଗଲ ଆଧିବାସୀଙ୍କ ହକ୍‌, ସେମାନଙ୍କ କାହାଣୀ ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ବୋଲି ନିର୍ଦ୍ଦେଶକ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି।

କଟକ: ଶେଷରୁ ଆରମ୍ଭ

ଆସନ୍ତା ୨୦ରେ ରିଲିଜ ହେବ ଏହି ଚଳଚ୍ଚିତ୍ର। ଅନ୍‌ସମିସ୍‌ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ପ୍ରୀତମ୍‌ ସାହୁ। ଏଥିରେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ। ସେହିପରି ଦେବାଶିଷ ପାତ୍ରଙ୍କ ସହ ଅଭିନେତ୍ରୀ ପୁନମ୍‌ ରହିଥିବାବେଳେ ପ୍ରସନଜିତ୍‌ ମହାପାତ୍ର, ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ ଦାସ, ଜଗନ୍ନାଥ ସେଠ୍‌ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଫିଲ୍ମଟି କଟକର ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଅଧିକାଂଶ ଶୁଟିଂ ମଧ୍ୟ ଏଠାରେ କରାଯାଇଛି। ଅସାଦ ନିଜାମ ଏହାର ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି। ଆଗରୁ କଟକରେ ଯେଉଁ ଗୁଣ୍ଡାରାଜ ଚାଲିଥିଲା ତାହା ଉପରେ କାହାଣୀଟି ପ୍ରସ୍ତୁତ ହୋଇଛି। କଟକରେ କିଏ ରାଜ୍‌ କରିବ ଆଉ ସେତେବେଳର ସେ ଘଟଣା ସବୁକୁ ଦର୍ଶକ ଦେଖିବାକୁ ପାଇବେ। ଆଗାମୀ ୨ବର୍ଷର ଦଶହରାରେ ଆମେ ଏହାର ଅନନ୍ୟ ୨ଟି ପାର୍ଟ ମଧ୍ୟ ଆଣିବୁ ବୋଲି ପ୍ରଯୋଜକ ପ୍ରୀତମ ସାହୁ କହିଛନ୍ତି।

‘ରାମ୍‌’

ଏକ ସ୍ପାଏର କାହାଣୀକୁ ନେଇ ପ୍ରସ୍ତୁତ ରାମ୍‌ ଚଳଚ୍ଚିତ୍ର ଆସନ୍ତା ୨୦ରେ ରିଲିଜ ହେବ। ଦୀର୍ଘ ୩ରୁ ୪ବର୍ଷ ପରେ ‘ରାମ୍‌’ ଫିଲ୍ମ ମାଧ୍ୟମରେ ଓଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ଅଭିନେତା ଅରିନ୍ଦମ୍‌। ବଲିଉଡ୍‌ର ଖଳନାୟକ ଅଭିନେତା ରାହୁଲ୍‌ ଦେବଙ୍କ ସହ ତାଙ୍କର ଫାଇଟ୍‌ ସିନ୍‌ ଦର୍ଶକ ଦେଖିବାକୁ ପାଇବେ। ଅରିନ୍ଦମ୍‌ଙ୍କ ବିପକ୍ଷରେ ବଙ୍ଗୀୟ ଅଭିନେତ୍ରୀ ପୂପ୍‌ସା ରହିଛନ୍ତି। ଅଶୋକ ପତି ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପରେ ଭରଦ୍ୱାଜ ପଣ୍ଡା ରହିଛନ୍ତି। ନିକଟରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏହି ଫିଲ୍ମରେ ରହିଥିବା ଜଣାପଡ଼ିଥିଲା। ଅରିନ୍ଦମ ଓ ଅନୁଭବଙ୍କ ଶୁଟିଂର ଫଟୋ ଭାଇରାଲ୍‌ ହୋଇଥିଲା। ଏହାପୂର୍ବରୁ ଫିଲ୍ମ ‘କାଳିଶଙ୍କର’ରେ ଉଭୟ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ। ତେଣୁ ‘ରାମ୍‌’ରେ ସେମାନଙ୍କଠାରୁ ଦର୍ଶକ ଅଧିକ ଆଶା ରଖିଛନ୍ତି ବୋଲି ନିର୍ଦ୍ଦେଶକ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri