Posted inଜାତୀୟ

ଆଜିଠୁ ଲାଗୁ ହେଲା ୩ ନୂଆ ଆଇନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି। ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନର ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବା ସହ ନ୍ୟାୟପାଳିକାକୁ ପ୍ରଭାବୀ କରିବାରେ ଉପଯୁକ୍ତ ବ୍ୟବସ୍ଥା ଯୋଗାଇଦେବ। ଗତବର୍ଷ ଡିସେମ୍ବର ୨୧ରେ ୩ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତହେବା ପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା। ନୂଆ ଆଇନ ଅନୁଯାୟୀ ଆପରାଧିକ ମାମଲାରେ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ରାୟ ଆସିବ। ପ୍ରଥମ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ହେବା ବାଧ୍ୟତାମୂଳକ ହେବ। ବଳାତ୍କାର ପୀଡ଼ିତାଙ୍କ ବୟାନ ଜଣେ ମହିଳା ପୋଲିସ ଅଫିସର ରେକର୍ଡ କରିବେ। ଏହି ସମୟରେ ପୀଡ଼ିତାଙ୍କ ଅଭିଭାବକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହିବେ। ଡାକ୍ତରୀ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ହେବ। ନୂଆ ଆଇନରେ ସଂଗଠିତ ଅପରାଧ ଏବଂ ଆତଙ୍କବାଦୀ କାର୍ଯ୍ୟର ସଂଜ୍ଞା ନିରୂପଣ କରାଯାଇଛି। ଏଥିରେ ରାଜଦ୍ରୋହ ସ୍ଥାନରେ ଦେଶଦ୍ରୋହ ଶବ୍ଦ ବ୍ୟବହାର କରାଯାଇଛି ଏବଂ ସମସ୍ତ ତଲାସି ତଥା ଜବତ ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ହୋଇଛି। ନୂଆ ଆଇନରେ ମହିଳା ଏବଂ ଛୋଟ ପିଲାଙ୍କ ପ୍ରତି ଅପରାଧକୁ ଏକ ନୂଆ ଅଧ୍ୟାୟରେ ସାମିଲ କରାଯାଇଛି। ଶିଶୁ କିଣାବିକାକୁ ଏଥିରେ ଜଘନ୍ୟ ଅପରାଧ ଦର୍ଶାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ, ହତ୍ୟା ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ନୂଆ ଆଇନରେ ପ୍ରାଧାନ୍ୟ ଦିଆଯାଇଛି।
ମିଥ୍ୟା ବିବାହ ପ୍ରତିଶ୍ରୁତି, ନାବାଳିକା ଗଣବଳାତ୍କାର, ଭିଡ଼ହିଂସା, ଛିନ୍‌ତାଇ ଆଦିର ବିଚାର ଲାଗି ଆଇପିସିରେ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିଲା, ଯାହା ନୂଆ ଆଇନରେ ରହିଛି। ପୁରୁଣା ଆଇନ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ରେ ୫୧୧ ଧାରା ରହିଥିବାବେଳେ ନୂଆ ଆଇନରେ କେତେକ ଧାରାକୁ ଏକତ୍ର ଏବଂ ସରଳ କରାଯାଇ ମୋଟ ଧାରା ସଂଖ୍ୟା ୩୫୮ରେ ସୀମିତ କରାଯାଇଛି। ୩ ଆଇନ ନ୍ୟାୟ, ସ୍ବଚ୍ଛତା ଓ ନିରପେକ୍ଷତା ଆଧାରରେ ହୋଇଛି। ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥାରେ ଜଣେ ଯେକୌଣସି ଥାନାରେ ଏତଲା ଦାଏର କରିପାରିବେ। ଏହା ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ଅପରାଧର ତୁରନ୍ତ ରିପୋର୍ଟିଂ ହୋଇପାରିବ। ଜଣେ ବ୍ୟକ୍ତି ଗିରଫ ହେବା ପରେ ସେ ତାଙ୍କ ସ୍ଥିତି ସମ୍ପର୍କରେ ନିଜର କାହାକୁ ମଧ୍ୟ ଜଣାଇପାରିବାର ଅଧିକାର ନୂଆ ଆଇନରେ ରହିଛି। ଫଳରେ ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ମିଳିପାରିବ। ଗିରଫ ସମ୍ପର୍କିତ ବିବରଣୀ ଥାନା ଏବଂ ଜିଲା ମୁଖ୍ୟାଳୟଗୁଡ଼ିକରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ। ଫଳରେ ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଗିରଫ ବ୍ୟକ୍ତିଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସହଜରେ ପାଇପାରିବେ। ଗମ୍ଭୀର ଅପରାଧ ମାମଲାରେ ଫୋରେନ୍‌ସିକ ବିଶେଷଜ୍ଞ ଅପରାଧ ସ୍ଥଳକୁ ଯାଇ ତଥ୍ୟପ୍ରମାଣ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି। ଏହା ମାମଲା ଏବଂ ତଦନ୍ତକୁ ଅଧିକ ବଳିଷ୍ଠ କରିବ। ନୂତନ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ମାମଲାରେ ପୀଡ଼ିତାଙ୍କୁ ମାଗଣାରେ ଡାକ୍ତରୀ ଚିକିତ୍ସା ସମସ୍ତ ହସ୍ପିଟାଲରେ ଯୋଗାଇଦିଆଯିବାର ଗ୍ୟାରେଣ୍ଟି ରହିଛି।
ଇଲେକ୍ଟ୍ରୋନିକ୍‌ ମୋଡ୍‌ରେ ସମନ ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ ହେବା ସହ କାଗଜପତ୍ର କାମ ହ୍ରାସ ପାଇବ ଏବଂ ସବୁ ପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ଅଧିକ ପ୍ରଭାବୀ ହୋଇପାରିବ। କେତେକ ମହିଳା ଅପରାଧ ମାମଲାରେ ମହିଳା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏବଂ ତାଙ୍କ ଅନୁପସ୍ଥିତିରେ ଜଣେ ପୁରୁଷ ମାଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ସେହି ସମୟରେ ପୀଡ଼ିତାଙ୍କ ଜଣେ ମହିଳା ସମ୍ପର୍କୀୟ ଉପସ୍ଥିତ ରହିବେ। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ୧୪ ଦିନ ମଧ୍ୟରେ ଏତଲା, ପୋଲିସ ରିପୋର୍ଟ, ବୟାନ, ସ୍ବୀକାରୋକ୍ତି ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ନକଲ ପାଇବାକୁ ହକ୍‌ଦାର। ଠିକ୍‌ ସମୟରେ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରାଇବା ପାଇଁ ଅଦାଲତ ସର୍ବାଧିକ ୨ ଥର ଶୁଣାଣି ଘୁଞ୍ଚାଇପାରିବେ।
ନୂଆ ଆଇନ ଅନୁଯାୟୀ ସାକ୍ଷୀଙ୍କ ସୁରକ୍ଷା ଓ ସହଯୋଗକୁ ସୁନିଶ୍ଚିତ କରିବା ଏବଂ ନ୍ୟାୟିକ ବିଚାର ପ୍ରକ୍ରିୟାର ବିଶ୍ୱସନୀୟତା ଏବଂ ପ୍ରଭାବଶାଳିତାକୁ ବଢ଼ାଇବା ପାଇଁ ସମସ୍ତ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବେ। ସମାବେଶୀ ଏବଂ ସମାନତା ବଢ଼ାଇବା ପାଇଁ ‘ଲିଙ୍ଗ’ ସଂଜ୍ଞାରେ କିନ୍ନରଙ୍କୁ ସାମିଲ କରାଯାଇଛି। ମହିଳା, ୧୫ ବର୍ଷରୁ କମ୍‌ ବୟସର ପିଲା, ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଭିନ୍ନକ୍ଷମ କିମ୍ବା ଅତ୍ୟଧିକ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଥାନାରେ ହାଜର ହେବାରୁ ବାଦ୍‌ ଦିଆଯାଇଥିବାବେଳେ ସେମାନେ ନିଜ ଘରେ ରହି ପୋଲିସ ସହାୟତା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri