Categories: ଖେଳ

୨୦୨୦ କ୍ୟାଲେଣ୍ଡରରେ ୩ ନୂଆ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି

ପ୍ୟାରିସ୍‌, ୨୫।୭ (ଏପି)-କରୋନା ଭାଇରସ୍‌ ମହାମାରୀ ଯୋଗୁ ୨୦୨୦ରେ ବ୍ରାଜିଲ, କାନାଡା, ମେକ୍ସିକୋ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ହେବାକୁଥିବା ୪ ଫର୍ମୁଲା ଓ୍ବାନ୍‌ ରେସ୍‌କୁ ବାତିଲ କରାଯାଇଥିବାବେଳେ କ୍ୟାଲେଣ୍ଡରରେ ଅନ୍ୟ ୩ଟି ରେସ୍‌ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଅକ୍ଟୋବର ୧୧ରେ ଜର୍ମାନୀର ଆଇକନିକ୍‌ ନୁର୍‌ବର୍ଗରିଙ୍ଗ୍‌ଠାରେ ଇଫିଲ ଗ୍ରାଁ ପ୍ରି ଏବଂ ଏହାର ଦୁଇ ସପ୍ତାହ ପରେ ପୋର୍ଟିମାଓଠାରେ ପର୍ତ୍ତୁଗୀଜ୍‌ ଗ୍ରାଁ ପ୍ରି ଆୟୋଜିତ ହେବ। ନଭେମ୍ବର ୧ରେ ଇଟାଲିରେ ଇମିଲିଆ-ରୋମାଗନା ଗ୍ରାଁ ପ୍ରି ହେବ। ୟୁ.ଏସ୍‌. ଗ୍ରାଁ ପ୍ରି ଅକ୍ଟୋବର ଶେଷ ଭାଗରେ ଏବଂ ବ୍ରାଜିଲ ଓ ମେକ୍ସିକୋରେ ରେସ୍‌ ନଭେମ୍ବରରେ ହେବାର କାର୍ଯ୍ୟକ୍ରମ ରହିଥିଲା। ଜୁନ୍‌ ମଧ୍ୟଭାଗରେ ହେବାକୁଥିବା କାନାଡ଼ାରେ ରେସ୍‌ ସ୍ଥଗିତ ହୋଇସାରିଛି। ତିନୋଟି ନୂଆ ରେସ୍‌ ଯୋଗୁ ଏହି ସିଜନରେ ୟୁରୋପରେ ମୋଟ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୩ରେ ପହଞ୍ଚତ୍ଛି। ବାହାରିନ୍‌ ଓ ଆବୁଧାବି ପରେ ଡିସେମ୍ବର ମଧ୍ୟଭାଗରେ ରେସ୍‌ ସିଜନ ଶେଷ ହେବା ବେଳକୁ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଥିବା ଏହାର ଚେୟାରମ୍ୟାନ ଚେଜ୍‌ କାରେ ପ୍ରକାଶ କରିଛନ୍ତି।କାନାଡ଼ାରେ ରେସ୍‌ ସ୍ଥଗିତ ହୋଇ ସାରିଛି। ତିନୋଟି ନୂଆ ରେସ୍‌ ଯୋଗୁ ଏହି ସିଜନରେ ୟୁରୋପରେ ମୋଟ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୩ରେ ପହଞ୍ଚତ୍ଛି। ବାହାରିନ୍‌ ଓ ଆବୁଧାବି ପରେ ଡିସେମ୍ବର ମଧ୍ୟ ଭାଗରେ ରେସ୍‌ ସିଜନ ଶେଷ ହେବା ବେଳକୁ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଥିବା ଏହାର ଚେୟାରମ୍ୟାନ ଚେଜ୍‌ କାରେ ପ୍ରକାଶ କରିଛନ୍ତି।

Share