Posted inଖେଳ

ସ୍କ୍ବାଶ୍‌ରୁ ୩ ପଦକ ପକ୍କା

ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଆହୁରି ୩ ପଦକ ପକ୍କା କରିଛନ୍ତି ଭାରତୀୟ ସ୍କ୍ବାଶ୍‌ ଖେଳାଳି। ପୁରୁଷ ଟିମ୍‌ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ବ୍ୟକ୍ତିଗତ ରାଉଣ୍ଡରେ ସୌରଭ ଘୋଷାଲ, ଦୀପିକା ପଲିକଲ-ହରିନ୍ଦର ପାଲ ଓ ଅନହତ ସିଂ-ଅଭୟ ସିଂଙ୍କ ଯୋଡି ସେମିଫାଇନାଲରେ ପ୍ରବେଶ କରିବା ସହ ୩ ପଦକ ପକ୍କା କରିଛନ୍ତି।
ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ ବର୍ଗରେ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି ୩ ଜଣ ଭାରତୀୟ। ଏଚ୍‌. ଏସ୍‌. ପ୍ରଣୟ, ପି.ଭି. ସିନ୍ଧୁ ଓ କିଡାମ୍ବୀ ଶ୍ରୀକାନ୍ତ ମଙ୍ଗଳବାର ବିଜୟୀ ହେବା ସହିତ ରାଉଣ୍ଡ ଅଫ୍‌ ୧୬ରେ ସ୍ଥାନ ପାଇଛନ୍ତି। ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ପ୍ରଣୟ ମଙ୍ଗୋଲିଆର ବଟଡଭା ମୁଙ୍ଖବାଟଙ୍କୁ ୨୧-୯, ୨୧-୧୨ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ଶ୍ରୀକାନ୍ତ ୨୧-୧୬ ଓ ୨୧-୧୧ସେଟ୍‌ରେ କୋରିଆର ଲି ୟୁନ୍‌ ଜ୍ୟୁଙ୍କୁ ପରାସ୍ତ କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ଜାପାନର କୋଡାଇ ନାରୁକାଙ୍କୁ ଭେଟିବେ। ପୂର୍ବତନ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ୨୧-୧୦, ୨୧-୧୫ ଚାଇନିଜ ତାଇପେର ଓ୍ବେ ଚି ହୁଙ୍କୁ ପରାସ୍ତ କରିଥିଲେ। ତେବେ ଅନ୍ୟତମ ଭାରତୀୟ ଖେଳାଳି ଅସ୍ମିତା ଚଲିହା ଓ ମହିଳା ଡବଲ୍ସ ଯୋଡି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ପରାଜିତ ହୋଇଛନ୍ତି।
କବାଡି: ପୁରୁଷ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ମହିଳା ଦ୍ୱିତୀୟ ମ୍ୟାଚ୍‌ରେ ହାସଲ କରିଛି ପ୍ରଥମ ବିଜୟ। ଭାରତୀୟ ପୁରୁଷ ଦଳ ୫୫-୧୮ରେ ବାଂଲାଦେଶକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ମହିଳା ଦଳ ୫୬-୨୩ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି।
ଆର୍ଚେରୀ: ଭାରତୀୟ ତୀରନ୍ଦାଜମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପକ୍କା କରିଛନ୍ତି। ଓଜସ ଦେଓତାଲେ ଓ ଅଭିଜ୍ଞ ଅଭିଷେକ ବର୍ମା ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପକ୍କା ହୋଇଛି। ଅତନୁ ଦାସ ଓ ଧୀରଜ ବୋମ୍ମାଦେବରା ରିକର୍ଭ ଇଭେଣ୍ଟରୁ ବିଦାୟ ନେଇଥିବା ବେଳେ ଓଜସ ଦେଓତାଲେ, ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନ୍ନମ ପଦକ ପକ୍କା କରିଛନ୍ତି। ଅଦିତି ସ୍ବାମୀଙ୍କୁ ହରାଇ ଜ୍ୟୋତି ଫାଇନାଲରେ ପ୍ରବେଶ କରିଥିବା ବେଳେ ବିଶ୍ୱ ଚାମ୍ପିୟନ ଅଦିତି ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri