Posted inଖେଳ

ସ୍କ୍ବାଶ୍‌ରୁ ୩ ପଦକ ପକ୍କା

ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଆହୁରି ୩ ପଦକ ପକ୍କା କରିଛନ୍ତି ଭାରତୀୟ ସ୍କ୍ବାଶ୍‌ ଖେଳାଳି। ପୁରୁଷ ଟିମ୍‌ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ବ୍ୟକ୍ତିଗତ ରାଉଣ୍ଡରେ ସୌରଭ ଘୋଷାଲ, ଦୀପିକା ପଲିକଲ-ହରିନ୍ଦର ପାଲ ଓ ଅନହତ ସିଂ-ଅଭୟ ସିଂଙ୍କ ଯୋଡି ସେମିଫାଇନାଲରେ ପ୍ରବେଶ କରିବା ସହ ୩ ପଦକ ପକ୍କା କରିଛନ୍ତି।
ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ ବର୍ଗରେ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି ୩ ଜଣ ଭାରତୀୟ। ଏଚ୍‌. ଏସ୍‌. ପ୍ରଣୟ, ପି.ଭି. ସିନ୍ଧୁ ଓ କିଡାମ୍ବୀ ଶ୍ରୀକାନ୍ତ ମଙ୍ଗଳବାର ବିଜୟୀ ହେବା ସହିତ ରାଉଣ୍ଡ ଅଫ୍‌ ୧୬ରେ ସ୍ଥାନ ପାଇଛନ୍ତି। ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ପ୍ରଣୟ ମଙ୍ଗୋଲିଆର ବଟଡଭା ମୁଙ୍ଖବାଟଙ୍କୁ ୨୧-୯, ୨୧-୧୨ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ଶ୍ରୀକାନ୍ତ ୨୧-୧୬ ଓ ୨୧-୧୧ସେଟ୍‌ରେ କୋରିଆର ଲି ୟୁନ୍‌ ଜ୍ୟୁଙ୍କୁ ପରାସ୍ତ କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ଜାପାନର କୋଡାଇ ନାରୁକାଙ୍କୁ ଭେଟିବେ। ପୂର୍ବତନ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ୨୧-୧୦, ୨୧-୧୫ ଚାଇନିଜ ତାଇପେର ଓ୍ବେ ଚି ହୁଙ୍କୁ ପରାସ୍ତ କରିଥିଲେ। ତେବେ ଅନ୍ୟତମ ଭାରତୀୟ ଖେଳାଳି ଅସ୍ମିତା ଚଲିହା ଓ ମହିଳା ଡବଲ୍ସ ଯୋଡି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ପରାଜିତ ହୋଇଛନ୍ତି।
କବାଡି: ପୁରୁଷ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ମହିଳା ଦ୍ୱିତୀୟ ମ୍ୟାଚ୍‌ରେ ହାସଲ କରିଛି ପ୍ରଥମ ବିଜୟ। ଭାରତୀୟ ପୁରୁଷ ଦଳ ୫୫-୧୮ରେ ବାଂଲାଦେଶକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ମହିଳା ଦଳ ୫୬-୨୩ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି।
ଆର୍ଚେରୀ: ଭାରତୀୟ ତୀରନ୍ଦାଜମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପକ୍କା କରିଛନ୍ତି। ଓଜସ ଦେଓତାଲେ ଓ ଅଭିଜ୍ଞ ଅଭିଷେକ ବର୍ମା ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପକ୍କା ହୋଇଛି। ଅତନୁ ଦାସ ଓ ଧୀରଜ ବୋମ୍ମାଦେବରା ରିକର୍ଭ ଇଭେଣ୍ଟରୁ ବିଦାୟ ନେଇଥିବା ବେଳେ ଓଜସ ଦେଓତାଲେ, ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନ୍ନମ ପଦକ ପକ୍କା କରିଛନ୍ତି। ଅଦିତି ସ୍ବାମୀଙ୍କୁ ହରାଇ ଜ୍ୟୋତି ଫାଇନାଲରେ ପ୍ରବେଶ କରିଥିବା ବେଳେ ବିଶ୍ୱ ଚାମ୍ପିୟନ ଅଦିତି ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri