‘୩ ଇଡିଅଟ୍ସ’ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ଆମରି ଖାଁଙ୍କ ମୁଭି ‘୩ ଇଡିଅଟ୍ସ’ରେ ଲାଇବ୍ରେରିୟାନ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ସୁଟିଂ କରୁଥିବା ସମୟରେ ଏକ ଉଚ୍ଚ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଛି। ଅଖିଲ ମିଶ୍ରାଙ୍କ ଆକସ୍ମିକ ଦେହାନ୍ତ ଖବର ଇଣ୍ଡଷ୍ଟ୍ରିରେ ଦୁଃଖର ଲହରୀ ସୃଷ୍ଟି କରିଛି ଏବଂ ପ୍ରଶଂସକମାନେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାଁନ୍ତି।
ଇଟାଇଏମ୍ସର ଏକ ରିପୋର୍ଟ ଅନୁଯାୟୀ ଏହି ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସେ ବାଲକୋନି ନିକଟରେ କାମ କରୁଥିବା ସମୟରେ ଏକ ଉଚ୍ଚ କୋଠା ଉପରୁ ଖସିପଡିଥିଲେ। ଯେତେବେଳେ ଅଖିଲ ଶେଷ ନିଶ୍ୱାସ ତ୍ୟାଗ କଲେ, ଅଖିଲଙ୍କ ପତ୍ନୀ ସୁଜାନ ବର୍ନର୍ଟ ହାଇଦ୍ରାବାଦରେ ଥିଲେ। ସେ କହିଛନ୍ତି ଯେ ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି।
ଅଖିଲ ଉତ୍ତରମ(ଉମେଦ ସିଂ ବୁନ୍ଦେଲା), ଉଡାନ, ସିଆଇଡି, ଶ୍ରୀମାନ ଶ୍ରୀମତି, ଭାରତ ଏକ ଖୋଜ, ରଜନୀ ଏବଂ ଅନ୍ୟାନ୍ୟ ଅନେକ ସିରିଏଲ ପରି ଅନେକ ଲୋକପ୍ରିୟ ଟେଲିଭିଜନ ଶୋ’ର ଏକ ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri