Posted inଜାତୀୟ

ଆମାଜନକୁ ଏମିତି କରି ଲକ୍ଷାଧିକ ଟଙ୍କାର ଚୁନ ଲଗାଉଥିଲେ

ନୋଏଡା,୩।୯: ଇ-କମର୍ସ କମ୍ପାନୀ ଆମାଜନ୍‌କୁ ଲକ୍ଷାଧିକ ଟଙ୍କାର ଚୁନା ଲଗାଇ ଗିରଫ ହୋଇଛନ୍ତି ହରିୟାଣାର ୩ ଯୁବକ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଫତେହାବାଦ ଓ ଜଣେ ହିସାର ଅଞ୍ଚଳର ବୋଲି ଉତ୍ତରପ୍ରଦେଶ ସାଇବର ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତମାନେ ଆମାଜନ ଓ୍ବେବସାଇଟ୍‌ରେ ମିଛ ପରିଚୟପତ୍ର ଦେଇ ବହୁ ନାମରେ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରୁ ବହୁ ସମୟରେ ବିଭିନ୍ନ ପ୍ରଡକ୍ଟ ମଗାଉଥିଲେ। ସବୁ ବେଳେ ଆଗୁଆ ପେମେଣ୍ଟ କରୁଥିଲେ। ଅର୍ଡର ରିସିଭ ପରେ ସେମାନେ ଆମାଜନକୁ ଯୋଗାଯୋଗ କରି ପ୍ରଡକ୍ଟରେ ସମସ୍ୟା ଥିବା ଦର୍ଶାଇ ରିଫଣ୍ଡ୍‌ ପାଇଁ ଦାବି କରୁଥିଲେ। ଏଭଳି କରି ହରିୟାଣାର ୩ ଯୁବକ ଆମାଜନକୁ ଲକ୍ଷାଧିକ ଟଙ୍କାର ଚୁନା ଲଗାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଆମାଜନର ପଲିସି ଅନୁଯାୟୀ, କୌଣସି ୟୁଜର ରିଫଣ୍ଡ ଦାବି କଲେ କମ୍ପାନୀ ପକ୍ଷରୁ ୟୁଜରଙ୍କ ନିକଟକୁ ଏଜେଣ୍ଟ (ଡେଲିଭରି ବୟ) ପଠାଯାଏ। ଡେଲିଭରି ବୟ ଗ୍ରାହକଙ୍କ ଠାରୁ ଡିଫେକ୍ଟିଭ ପ୍ରଡକ୍ଟ ଫେରାଇ ନିଅନ୍ତି। ସେମାନେ ଅର୍ଡରକୁ ଡାଟାବେସରେ ‘ପିକ୍ଡ ଅପ୍‌’ ଦର୍ଶାଇବା ପରେ ୟୁଜରଙ୍କ ଆକାଉଣ୍ଟ ସହ ଯୋଡ଼ା ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରିଆସେ।

କିନ୍ତୁ ଏହି ମାମଲାରେ ଅଭିଯୁକ୍ତମାନେ ଏଜେଣ୍ଟଙ୍କୁ ମଧ୍ୟ ତାଙ୍କ ଯୋଜନାରେ ସାମିଲ କରିଥିଲେ। ଏଜେଣ୍ଟ ମିଛରେ ଡାଟାବେସ୍‌ରେ ‘ପିକ୍ଡ ଅପ୍‌’ ଦର୍ଶାଉଥିଲେ। ଯାହା ଫଳରେ ଟଙ୍କା ୟୁଜରଙ୍କ ଆକାଉଣ୍ଟକୁ ଆସୁଥିଲା। ଆଉ ପ୍ରଡକ୍ଟକୁ ଦିଲ୍ଲୀର ଏନ୍‌ସିଆର ମାର୍କେଟରେ ଶସ୍ତାରେ ବିକି ଆହୁରି ଟଙ୍କା ଆୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri