ଯୁକ୍ତ ୩ ପରୀକ୍ଷାଫଳକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୭।୧୨: ଗୋଟିଏ ପଟେ ଫୁଲବାଣୀ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସ୍ବୟଂ ଶାସିତ ମାନ୍ୟତା ଉଠି ଯାଇଛି ା ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନ କରି ପରୀକ୍ଷା କରାଯାଇଛି ା ଗତ ୪ ତାରିଖରେ ଯୁକ୍ତ ୩ର କଳା ବିଭାଗ ଫଳାଫଳରେ ଏହା ସ୍ପଷ୍ଟ ହୋଇଛି। ପରୀକ୍ଷା ଦେଇଥିବା ୩୧୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୩ ଜଣ ଫେଲ ହୋଇଛନ୍ତି। ଏ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରମାନେ ଏ ନେଇ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିବା ସହ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ା
ପାସ କରିଥିବା ୨୦୩ ଜଣଙ୍କ ମଧ୍ୟରୁ ୧୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଡିଷ୍ଟିଙ୍କସନରୁ ବଞ୍ଚତ୍ତ କରାଯାଇଛି। କେବଳ କମ୍ୟୁନିକେଟିଭ ଇଂଲିଶ ଲାଗି ଏପରି କରାଯାଇଥିବା ପିଲାମାନେ ଅଭିଯୋଗ କରିଛନ୍ତି। ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ କୁହାଯାଇଥିଲା କି ଗ୍ରାମାରରୁ ୪୦, ସବଜେକ୍ଟିଭରୁ ୪୦ ମାର୍କ ଏବଂ ୪ଟି ୟୂନିଟରୁ ପ୍ରଶ୍ନ ଆସିବ ା ମାତ୍ର ପ୍ରଶ୍ନ ସିଲାବସ ବାହାରୁ ଆସିଛି। ଯାହା ଫଳରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଭଲ କରି ପାରିନାହାନ୍ତି। ସେହିପରି ପିଲାମାନଙ୍କୁ ଇଣ୍ଟରନାଲ ମାର୍କ ୨୦ ଯାଏ ଦେବାର ଅଛି ା ହେଲେ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ରୀଛାତ୍ରଙ୍କୁ ମାତ୍ର ୫ରୁ ୬ ମାର୍କ ଦିଆଯାଇଛି। ଫଳରେ ବହୁ ପିଲା ଫେଲ ହେବା ସହ ଡିଷ୍ଟିଙ୍କସନରୁ ବଞ୍ଚତ୍ତ ହୋଇଛନ୍ତି। ଯେଉଁ ସମୟରେ ତୃତୀୟ ବର୍ଷ ପରୀକ୍ଷା ହେବା କଥା ସେତବେଳେ କରୋନା ଯୋଗୁ ସମ୍ଭବ ହୋଇ ନ ଥିଲା ା ଅନ୍ୟସ୍ଥାନରେ ଅନଲାଇନ ମାଧ୍ୟମରେ ପରୀକ୍ଷା ହୋଇଥିଲା। ମାତ୍ର ଏହି କଲେଜରେ କରାଯାଇ ନ ଥିଲା ା ଅଫଲାଇନ ପରୀକ୍ଷା କରାଯାଇଥିଲେ ବି ସିଲାବସ୍‌ ସମାପ୍ତ ହୋଇ ନ ଥିବା ପରୀକ୍ଷାର୍ଥିମାନେ କହିଛନ୍ତି।
ମୋଟ ୩୧୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲୁ। ୨୮୦ ଜଣଙ୍କର କମ୍ୟୁନିକେଟିଭ ଇଂଲଶରେ ଉଭୟ ସେମିଷ୍ଟାର ଏବଂ ଇଣ୍ଟରନାଲ ମାର୍କରୁ ଉଦ୍ଦେଶ୍ୟମୂଳକ ଭାବେ କମ୍‌ ମାର୍କ ଦିଆଯାଇଛି। ପରୀକ୍ଷାରେ ଯେଉଁ ପ୍ରଶ୍ନ ପଡିବା ପାଇଁ କୁହାଯାଇଥିଲା ତାହା ପଡିଲା ନାହିଁ ା ଇଂଲିଶ ବିଭାଗର ସିଲାବସ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ପ୍ରଶ୍ନ ସିଲାବସ୍‌ ବାହାରୁ ଆସିଲା। ଇଣ୍ଟରନାଲରେ ବହୁ କମ୍‌ ନଂ ଦିଆଗଲା। ଫଳରେ ଅଧିକାଂଶ ପିଲା ଫେଲ ହେଲେ। ଆମ ଭବିଷ୍ୟତ ସହ ଖେଳାଯାଉଛି ବୋଲି ବହୁ ପରୀକ୍ଷାର୍ଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri