ଭୁବନେଶ୍ୱର,୬।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଏକ ୩ ଦିନିଆ ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍ଆଇଏସ୍)-୨୦୨୩ ନୂଆଦିଲ୍ଲୀର ଆଇଟିପିଓ ଭାରତ ମଣ୍ଡପମ୍ଠାରେ ଆୟୋଜିତ ହେବ। ଏପରିକି ଜିଏମ୍ଆଇଏସ୍ର ୩ୟ ସଂସ୍କରଣ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ପାରାଦୀପ ପୋର୍ଟ ପକ୍ଷରୁ ଭୁବନେଶ୍ୱରରେ ଏକ ରୋଡ୍ଶୋ’ର ଆୟୋଜନ କରାଯାଇଥିଲା। ବନ୍ଦର, ନୌପରିବହନ ଓ ଜଳପଥ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଭିସି ଜରିଆରେ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହ ଭାରତ ନୌବାଣିଜ୍ୟ କ୍ଷେତ୍ରରେ ଏକ ନୂତନ ଯୁଗର ଅଗ୍ରଭାଗରେ ରହିଛି ଏବଂ ଦେଶ ଏକ ଅନୁକୂଳ ବ୍ୟବସାୟ ପରିବେଶ ପାଇଁ ବୈଷୟିକ ଅଗ୍ରଗତି ଓ ଭିତ୍ତିଭୂମି ଉନ୍ନତୀକରଣ ମାଧ୍ୟମରେ ପ୍ରଗତିର ଏକ ଯାତ୍ରା ଆରମ୍ଭ କରିଛି ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର କହିଛନ୍ତି, ଦେଶର ସାମଗ୍ରିକ ନୌବାଣିଜ୍ୟ ଆକାଂକ୍ଷାଗୁଡିକୁ ପ୍ରତିଫଳନ କରିବା ସହିତ ୨୦୩୦ ର ଉଚ୍ଚାଭିଳାଷୀ ଲକ୍ଷ୍ୟ ପାଇଁ ପ୍ରସ୍ତୁତ ରହିଛି। ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୂଷଣ କୁମାର କହିଛନ୍ତି, ଆମେ ସ୍ବୟଂଚାଳିତ ବନ୍ଦର ଓ ଟର୍ମିନାଲଗୁଡିକୁ ଘରୋଇ କ୍ଷେତ୍ର ସହିତ ସହଭାଗିତା ଜରିଆରେ ଆମର ବନ୍ଦରଗୁଡିକର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛୁ। ଅପରପକ୍ଷରେ ରୋଡ ଶୋ’ର ୨ପର୍ଯ୍ୟାୟରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଦିତ କରି ପାରାଦୀପ ପୋର୍ଟ ଅଥରଟି (ପିପିଏ)ର ଅଧ୍ୟକ୍ଷ ପିଏଲ୍ ହାରାନ୍ଧ ଜିଏମ୍ଆଇଏସ୍-୨୦୨୩ର ଆଭିମୁଖ୍ୟ ଓ ପାରାଦୀପ ବନ୍ଦରର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା ସହ ପାରାଦୀନ ବନ୍ଦର କାର୍ଯ୍ୟ କଳାପ ଓ ଆଗାମୀ ଦିନର ବିକାଶ ଓ ପଦକ୍ଷେପ ଆଦି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଉକ୍ତ ସମ୍ମିଳନୀରେ ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୂଷଣ କୁମାର, ପିପିଏର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ଏବଂ ସମ୍ପାଦକ ଡ. ପି.ଏନ୍.ବାହେକର ପ୍ରମୁଖ ଉପସ୍ଥିତ ଥିଲେ। ରୋଡ୍ ଶୋ’ର ପ୍ରାରମ୍ଭିକ ସଭାରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କ ସମେତ ଗୋପାଳପୁର ପୋର୍ଟର ସିିଇଓ ଭି.ଜନାର୍ଦ୍ଦନ ରାଓ ଏବଂ ଧାମରା ପୋର୍ଟର ସିଓଓ ସଞ୍ଜୀବ କୁମାର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ
ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…
ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍ରେ ହେଉଛି ନିଷ୍କାସନ
ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…
କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ
ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…
ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍
ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…
ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ
ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…
ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…
ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି
ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…
ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ
ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…
Archives

