Posted inଫୁରସତ

୫ହଜାର ଟଙ୍କାରେ ୩ ଦେଶ ଭ୍ରମଣ

ଲଣ୍ଡନ: ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ଏହା ଯୋଗାଡ଼ କରିନିଅନ୍ତି। କିନ୍ତୁ ନିକଟରେ ଜଣେ ଯୁବତୀ ଏମିତି କିଛି ଯୋଗାଡ଼ କରିଛନ୍ତି, ତାହା ଆଶ୍ଚର୍ଯ୍ୟ କରିଛି। ପୂର୍ବ ଲଣ୍ଡନର ଜଣେ ୨୯ ବର୍ଷୀୟା କଣ୍ଟେଣ୍ଟ କ୍ରିଏଟର ସବିନା ତ୍ରୋଜାନୋଭା ମାତ୍ର ୫ହଜାର ଟଙ୍କାରେ ୩ ଦେଶ ବୁଲିଛନ୍ତି। ତାଙ୍କର ଏହି ଟ୍ରିକ୍‌କୁ ମଧ୍ୟ ଲୋକଙ୍କ ସହ ଶେୟାର କରିଛନ୍ତି। ସେ ମେ’ ୯ରେ ୧୨.୯୯ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୧୩୦୦ ଟଙ୍କାରେ ଲଣ୍ଡନରୁ ଡବଲିନ୍‌ ପାଇଁ ଫ୍ଲାଇଟ୍‌ ଧରିଲେ। ସେଠାରେ ୨ ଦିନ ବୁଲିବା ପରେ ସେ ସେଠାରୁ ୧୭.୩୮ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୧୭୦୦ ଟଙ୍କା ଫ୍ରାନ୍ସର ମାର୍ସେଇଲି ପାଇଁ ଫ୍ଲାଇଟ୍‌ ଧରିଲେ। ସେଠାରେ କିଛିଦିନ ବୁଲିବା ପରେ ସେ ୧୬ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୧୬୦୦ ଟଙ୍କାରେ ସ୍ପେନ୍‌ର ପାଲ୍‌ମା ପାଇଁ ଫ୍ଲାଇଟ ଧରିଥିଲେ। ସବିନା କହିଛନ୍ତି, ସେ ତାଙ୍କର ଯାତ୍ରା ପାଇଁ ଆଉ କମ୍‌ ଟଙ୍କା ଖର୍ଚ୍ଚ କରିପାରିଥାନ୍ତେ। ତେବେ ତାଙ୍କର ସମୁଦାୟ ୬୧୩ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୬୩ ହଜାର ଖର୍ଚ୍ଚ ହୋଇଥିଲା। ସେ ଏକ ନୂଆ ଦେଶକୁ ଯିବାକୁ ସବୁଠୁ କମ୍‌ ଦାମ୍‌ବାଲା ଫ୍ଲାଇଟ ଧରିଥିଲେ। ସେ ସମସ୍ତ ଜାଗାକୁ ଏକା ଯିବାକୁ ଚାହୁଁଥିଲେ। ସେ ଗୋଟିଏ ରାତି ପୂର୍ବରୁ ତାଙ୍କର ନୂଆ ଜାଗା ସ୍ଥିର କରୁଥିଲେ। ସେ ଦେଶରେ ସମସ୍ତ ଜାଗା ପାଦରେ ଚାଲି ଚାଲି ବୁଲିଥିଲେ। ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା, ସେହି ଦେଶରେ ଭଲ ସମୟ କାଟିବା ସହ ନିଜକୁ କିଛି ଟାକ୍ସ ଦେଇଥିଲେ। ସେସବୁ ହେଲା ସେଠାକାର ପାରମ୍ପରିକ ଖାଦ୍ୟ ଓ ମିଠା ଖାଇବା, ସେଠାର ଐତିହାସିକ ସହ ଜଡ଼ିତ ଥିବା ମହିଳାଙ୍କ ସହ କଥା ହେବା ଏବଂ ସ୍ଥାନୀୟ ଲେଖକଙ୍କ ବହି ଖୋଜିବା। ସବିନା ଏପର୍ଯ୍ୟନ୍ତ ୬୦ଟି ଦେଶ ବୁଲିଥିବାବେଳେ ଏକୁଟିଆ ବୁଲିବା ଭଲ ଉପାୟ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri