ନିଆଁ ଆଁରେ ୩ ଦେଶ

ଜେନେଭା,୮ା୮: ଗ୍ରୀସ୍‌ରେ ଜଙ୍ଗଲ ନିଆଁ ଭୟାବହ ରୂପ ଧାରଣ କରିଛି। ଚତୁର୍ଦ୍ଦିଗକୁ ବନାଗ୍ନି ବ୍ୟାପିବାରେ ଲାଗିଥିବାରୁ ହଜାର ହଜାର ପର୍ଯ୍ୟଟକ ଓ ବାସିନ୍ଦାଙ୍କୁ ରାଜଧାନୀ ଏଥେନ୍ସରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖୁବ୍‌ ଜୋର୍‌ରେ ପବନ ବହିବା ସହ ଉଚ୍ଚ ତାପମାତ୍ରା ଯୋଗୁ ନିଆଁକୁ ଆୟତ୍ତ କରାଯାଇପାରୁ ନାହିଁ। ଏଥେନ୍ସ ଆକାଶରେ ଧୂଆଁ ଓ ପାଉଁଶର କଳା ଆସ୍ତରଣ ଜମିଯାଇଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ବହୁ ଲୋକ ନିଜ ଘର ଛାଡ଼ି ଚାଲିଯାଇଛନ୍ତି। ୧୫୦ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ୬ଟି ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି। ଏଭିଆ ଦ୍ୱୀପ ଏବଂ ଅଲିମ୍ପିକ୍‌ ଖେଳର ଉତ୍ପତ୍ତି ଘଟିଥିବା ଅଲିମ୍ପିଆକୁ ମଧ୍ୟ ନିଆଁ ମାଡ଼ିବସିଛି। ଚଳିତ ଗ୍ରୀଷ୍ମ ଋତୁରେ ୟୁରୋପର ଅନ୍ୟ ଭାଗଗୁଡ଼ିକ ଭଳି ଗ୍ରୀସ୍‌ ମଧ୍ୟ ଜଳବାୟୁ ପରିବର୍ତ୍ତନର ଭୟାବହ ବାସ୍ତବତାକୁ ସାମ୍ନା କରୁଛି ବୋଲି ପ୍ରଧାନମନ୍ତ୍ରୀ କିରିଆକୋସ୍‌ ମିଟ୍ସୋଟାକିସ୍‌ ପ୍ରକାଶ କରିଛନ୍ତି। ୨୦ ଓ୍ବାଟର-ବମ୍ବିଂ ଏୟାରକ୍ରାଫ୍ଟ ଜରିଆରେ ଅଗ୍ନିଶମ ବାହିନୀର ଶତାଧିକ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିରେ ଅଗ୍ନିଶମ ବାହିନୀର ଜଣେ ୩୮ ବର୍ଷୀୟ କର୍ମଚାରୀଙ୍କ ସମେତ ୨ ଜଣ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ଦେଶ ଗ୍ରୀସ୍‌କୁ ସହାୟତାର ହାତ ବଢ଼ାଇଛନ୍ତି। ଗ୍ରୀସ୍‌ର ପଡ଼ୋଶୀ ଦେଶ ତୁର୍କୀରେ ମଧ୍ୟ ବନାଗ୍ନି ୮ ଜଣଙ୍କ ଜୀବନ ନେଇଛି। ଲକ୍ଷାଧିକ ଲୋକ ଦକ୍ଷିଣ ଉପକୂଳକୁ ସ୍ଥାନାନ୍ତରିତ ହୋଇଛନ୍ତି। ସେହିପରି ଆମେରିକାର କାଲିଫର୍ନିଆ ଜଙ୍ଗଲ ନିଅଁା ୨୫ ଦିନ ହେଲା ତାଣ୍ଡବ ରଚିଚାଲିଛି। କାଲିଫର୍ନିଆ ଇତିହାସରେ ଏହାକୁ ସବୁଠୁ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଜଙ୍ଗଲର ନିଆଁ ସହରକୁ ବ୍ୟାପି ଶତାଧିକ କୋଠା ଓ ବହୁ ସମ୍ପତ୍ତି ଜଳିପୋଡ଼ି ଛାରଖାର ହୋଇଯାଇଛି। କାଲିଫର୍ନିଆ ରାଜଧାନୀ ସାକ୍ରାମେଣ୍ଟୋରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତି ଅଶ୍ୱସ୍ତିକର ସ୍ତରକୁ ଖସିଯାଇଛି। ଡିକ୍ସି ଫାୟାର ୧,୩୦୦ ବର୍ଗ କି.ମି. ଅଞ୍ଚଳକୁ ବ୍ୟାପି ଆମେରିକାର ପଶ୍ଚିମ ଭାଗରେ ନାହିଁ ନ ଥିବା ସ୍ଥିତି ସୃଷ୍ଟି କରିଛି।

ସାରା ବିଶ୍ୱରେ ହାହାକାର

ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ଭୂସ୍ଖଳନ ସାଙ୍ଗକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ଶତାଧିକ ଲୋକଙ୍କ ଜୀବନ ନେଇଛି। ବହୁ ଲୋକ ବାସହରା ହୋଇଯାଇଥିବାବେଳେ ଅନେକଙ୍କ ପତ୍ତା ମିଳୁନାହିଁ। ବଡ଼ ବଡ଼ କୋଠା ଧରାଶାୟୀ ହୋଇଯାଇଛି ଓ ବ୍ରିଜ୍‌ଗୁଡ଼ିକ ଜଳସ୍ରୋତରେ ଭାସିଯାଇଛି। ଏହି ବିପତ୍ତି ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦାୟୀ କରାଯାଉଛି। କେବଳ ଭାରତ ନୁହେଁ, ପଡ଼ୋଶୀ ନେପାଳ, ଚାଇନା, ପାକିସ୍ତାନ ଓ ବାଂଲାଦେଶ ସମେତ ଏସିଆର ଅନେକ ରାଷ୍ଟ୍ରରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ନିକଟରେ ଜର୍ମାନୀ, ବେଲ୍‌ଜିୟମ୍‌ ଓ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଆସିଥିବା ଅଭୂତପୂର୍ବ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଆମେରିକାରେ ରେକର୍ଡ ସୃଷ୍ଟିକାରୀ ଗ୍ରୀଷ୍ମ ପ୍ରବାହ, ସାଇବେରିଆ, ତୁର୍କୀ ଓ ଗ୍ରୀସ୍‌ ଜଙ୍ଗଲରେ ଘାତକ ନିଆଁ ସମସ୍ତଙ୍କୁ ଆତଙ୍କିତ କରିଛି। ଏହି ବିପର୍ଯ୍ୟୟ ପାଇଁ ବୈଜ୍ଞାନିକମାନେ ବିଶ୍ୱତାପନକୁ ଦାୟୀ କରିଛନ୍ତି।

ସୋମବାର ଆସିବ ଆଇପିସିସି ରିପୋର୍ଟ

ଶିଳ୍ପ ଯୁଗ ଆରମ୍ଭ ହେବା ପରଠାରୁ ବିଶ୍ୱର ତାପମାତ୍ରା ୧.୨ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଛି। ସରକାରମାନେ ଉତ୍ସର୍ଜନ ହ୍ରାସ ନ କଲେ ତାପମାତ୍ରା ଆହୁରି ବଢ଼ିବ ବୋଲି ଚେତାବନୀ ଦିଆଯାଇଛି। ଏଭଳି ସମୟରେ ବୈଜ୍ଞାନିକମାନେ ସୋମବାର ବିଶ୍ୱ ଜଳବାୟୁର ବ୍ୟାପକ ସ୍ବାସ୍ଥ୍ୟ ଯାଞ୍ଚ ଉପରେ ରିପୋର୍ଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ପକ୍ଷରୁ ଷଷ୍ଠ ସମୀକ୍ଷା ରିପୋର୍ଟର ପ୍ରଥମ ଭାଗ ପ୍ରକାଶ ପାଇବ। ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ୱ ଜଳବାୟୁ ସଂକ୍ରାନ୍ତ ସର୍ବାଧିକ ଗ୍ରହଣଯୋଗ୍ୟ ରିପୋର୍ଟ ବୋଲି କୁହାଯାଉଛି।

– ଉଭୟ ବିଷାକ୍ତ ଓ ଅଣବିଷାକ୍ତ ପ୍ରଦୂଷଣ ବଢ଼ିବାରେ ଲାଗିଛି

– ପାର୍ଟିକୁଲେଟ୍‌ ମ୍ୟାଟର ଭଳି ବିଷାକ୍ତ ପ୍ରଦୂଷଣ ପ୍ରତ୍ୟକ୍ଷ ଭାବେ ମଣିଷର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ

– ପ୍ରଦୂଷଣ ବିଶ୍ୱରେ ତାପମାତ୍ରା ବୃଦ୍ଧି କରାଇଥାଏ, ଯାହାକି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ

– ପ୍ରଦୂଷଣ ଯୋଗୁ ୧୦ ଦେଶ ପ୍ରତି ଜଳବାୟୁ ପରିବର୍ତ୍ତନର ସର୍ବାଧିକ ବିପଦ ଆଶଙ୍କା ଦେଖାଦେଇଛି

– ଦେଶଗୁଡ଼ିକ ହେଲା ସିଙ୍ଗାପୁର, ର୍ବାଣ୍ଡା, ଚାଇନା, ଭାରତ, ସୋଲୋମୋନ ଆଇଲାଣ୍ଡ୍ସ, ଭୁଟାନ, ବୋତୋସ୍ବାନା, ଜର୍ଜିଆ, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ-ଆଇଏସଆଇଏସ ମୁହାଁମୁହିଁ…

କାବୁଲ,୧୯।୩ : ଆଫଗାନିସ୍ତାନରେ ତାଲିବାନ ଆଇଏସଆଇଏସ ମୁହାଁମୁହିଁ ହୋଇଛନ୍ତି। ତାଲିବାନ ଆକ୍ରମଣରେ କେତେକ ଆଇଏସଆଇଏସ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ କହିଛନ୍ତି...

ସେଲ୍ଫ ଆଇସୋଲେଶନ୍‌ରେ ଇମ୍ରାନ

ଇସ୍‌ଲାମାବାଦ୍‌,୨୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଭାଇରସ୍‌ ଯାଞ୍ଚ କରାଇବା ପରେ ସେଲ୍ଫ ଆଇସୋଲେଶନ୍‌ରେ ଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ସେ ଜଣେ...

ଭୁଟାନରେ ଯେତେବେଳେ ମୋଦିଙ୍କ ସାମ୍ନାରେ ଆସିଲେ ଆଉ ଜଣେ ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭାରତ ଗସ୍ତରେ ଗତ ୧୭ ତାରିଖରେ ଭୁଟାନ ଗସ୍ତ କରିଥିଲେ। ସେତେବେଳେ ବିମାନ ବନ୍ଦରରୁ ହିଁ ତାଙ୍କୁ...

ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି

ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ...

ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ।...

ସ୍ୟୁ ଚୀ ପୁଣି ଦୁଇ ମାମଲାରେ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡାଦେଶ ବୃଦ୍ଧି ପାଇ ହେଲା ୨୬ ବର୍ଷ…

ନାପିଦ୍ୱ,୧୨।୧୦ : ମ୍ୟାନମାରର ଅବସରପ୍ରାପ୍ତ ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ ପୁଣି ଆଉ ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ସହିତ...

ବିପଦ ଆଣିଲା ନୂଆ ଭାରିଆଣ୍ଟ୍‌, ପୁଣି ଦିଆଯିବ ଭାକ୍ସିନ୍‌ ଡୋଜ୍‌…

ମସ୍କୋ,୨୨।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ଭୂତାଣୁର ମ୍ୟୁଟେଶନ ଯୋଗୁ ନୂଆନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେଉଛି। ନୂଆ ଭାରିଆଣ୍ଟ୍‌ ଯୋଗୁ...

ଫିଲିପାଇନ୍ସ ବନ୍ୟାରେ ୪୨ ମୃତ

ମାନିଲା,୨୯ା୧୦: ଦକ୍ଷିଣପୂର୍ବ ଏସୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ର ଫିଲିପାଇନ୍ସରେ ଝଡ଼ତୋଫାନଜନିତ ବର୍ଷା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ୪୨ ଜଣଙ୍କ...

Advertisement
Archives

Model This Week