ନିଆଁ ଆଁରେ ୩ ଦେଶ

ଜେନେଭା,୮ା୮: ଗ୍ରୀସ୍‌ରେ ଜଙ୍ଗଲ ନିଆଁ ଭୟାବହ ରୂପ ଧାରଣ କରିଛି। ଚତୁର୍ଦ୍ଦିଗକୁ ବନାଗ୍ନି ବ୍ୟାପିବାରେ ଲାଗିଥିବାରୁ ହଜାର ହଜାର ପର୍ଯ୍ୟଟକ ଓ ବାସିନ୍ଦାଙ୍କୁ ରାଜଧାନୀ ଏଥେନ୍ସରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖୁବ୍‌ ଜୋର୍‌ରେ ପବନ ବହିବା ସହ ଉଚ୍ଚ ତାପମାତ୍ରା ଯୋଗୁ ନିଆଁକୁ ଆୟତ୍ତ କରାଯାଇପାରୁ ନାହିଁ। ଏଥେନ୍ସ ଆକାଶରେ ଧୂଆଁ ଓ ପାଉଁଶର କଳା ଆସ୍ତରଣ ଜମିଯାଇଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ବହୁ ଲୋକ ନିଜ ଘର ଛାଡ଼ି ଚାଲିଯାଇଛନ୍ତି। ୧୫୦ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ୬ଟି ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି। ଏଭିଆ ଦ୍ୱୀପ ଏବଂ ଅଲିମ୍ପିକ୍‌ ଖେଳର ଉତ୍ପତ୍ତି ଘଟିଥିବା ଅଲିମ୍ପିଆକୁ ମଧ୍ୟ ନିଆଁ ମାଡ଼ିବସିଛି। ଚଳିତ ଗ୍ରୀଷ୍ମ ଋତୁରେ ୟୁରୋପର ଅନ୍ୟ ଭାଗଗୁଡ଼ିକ ଭଳି ଗ୍ରୀସ୍‌ ମଧ୍ୟ ଜଳବାୟୁ ପରିବର୍ତ୍ତନର ଭୟାବହ ବାସ୍ତବତାକୁ ସାମ୍ନା କରୁଛି ବୋଲି ପ୍ରଧାନମନ୍ତ୍ରୀ କିରିଆକୋସ୍‌ ମିଟ୍ସୋଟାକିସ୍‌ ପ୍ରକାଶ କରିଛନ୍ତି। ୨୦ ଓ୍ବାଟର-ବମ୍ବିଂ ଏୟାରକ୍ରାଫ୍ଟ ଜରିଆରେ ଅଗ୍ନିଶମ ବାହିନୀର ଶତାଧିକ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିରେ ଅଗ୍ନିଶମ ବାହିନୀର ଜଣେ ୩୮ ବର୍ଷୀୟ କର୍ମଚାରୀଙ୍କ ସମେତ ୨ ଜଣ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ଦେଶ ଗ୍ରୀସ୍‌କୁ ସହାୟତାର ହାତ ବଢ଼ାଇଛନ୍ତି। ଗ୍ରୀସ୍‌ର ପଡ଼ୋଶୀ ଦେଶ ତୁର୍କୀରେ ମଧ୍ୟ ବନାଗ୍ନି ୮ ଜଣଙ୍କ ଜୀବନ ନେଇଛି। ଲକ୍ଷାଧିକ ଲୋକ ଦକ୍ଷିଣ ଉପକୂଳକୁ ସ୍ଥାନାନ୍ତରିତ ହୋଇଛନ୍ତି। ସେହିପରି ଆମେରିକାର କାଲିଫର୍ନିଆ ଜଙ୍ଗଲ ନିଅଁା ୨୫ ଦିନ ହେଲା ତାଣ୍ଡବ ରଚିଚାଲିଛି। କାଲିଫର୍ନିଆ ଇତିହାସରେ ଏହାକୁ ସବୁଠୁ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଜଙ୍ଗଲର ନିଆଁ ସହରକୁ ବ୍ୟାପି ଶତାଧିକ କୋଠା ଓ ବହୁ ସମ୍ପତ୍ତି ଜଳିପୋଡ଼ି ଛାରଖାର ହୋଇଯାଇଛି। କାଲିଫର୍ନିଆ ରାଜଧାନୀ ସାକ୍ରାମେଣ୍ଟୋରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତି ଅଶ୍ୱସ୍ତିକର ସ୍ତରକୁ ଖସିଯାଇଛି। ଡିକ୍ସି ଫାୟାର ୧,୩୦୦ ବର୍ଗ କି.ମି. ଅଞ୍ଚଳକୁ ବ୍ୟାପି ଆମେରିକାର ପଶ୍ଚିମ ଭାଗରେ ନାହିଁ ନ ଥିବା ସ୍ଥିତି ସୃଷ୍ଟି କରିଛି।

ସାରା ବିଶ୍ୱରେ ହାହାକାର

ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ଭୂସ୍ଖଳନ ସାଙ୍ଗକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ଶତାଧିକ ଲୋକଙ୍କ ଜୀବନ ନେଇଛି। ବହୁ ଲୋକ ବାସହରା ହୋଇଯାଇଥିବାବେଳେ ଅନେକଙ୍କ ପତ୍ତା ମିଳୁନାହିଁ। ବଡ଼ ବଡ଼ କୋଠା ଧରାଶାୟୀ ହୋଇଯାଇଛି ଓ ବ୍ରିଜ୍‌ଗୁଡ଼ିକ ଜଳସ୍ରୋତରେ ଭାସିଯାଇଛି। ଏହି ବିପତ୍ତି ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦାୟୀ କରାଯାଉଛି। କେବଳ ଭାରତ ନୁହେଁ, ପଡ଼ୋଶୀ ନେପାଳ, ଚାଇନା, ପାକିସ୍ତାନ ଓ ବାଂଲାଦେଶ ସମେତ ଏସିଆର ଅନେକ ରାଷ୍ଟ୍ରରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ନିକଟରେ ଜର୍ମାନୀ, ବେଲ୍‌ଜିୟମ୍‌ ଓ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଆସିଥିବା ଅଭୂତପୂର୍ବ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଆମେରିକାରେ ରେକର୍ଡ ସୃଷ୍ଟିକାରୀ ଗ୍ରୀଷ୍ମ ପ୍ରବାହ, ସାଇବେରିଆ, ତୁର୍କୀ ଓ ଗ୍ରୀସ୍‌ ଜଙ୍ଗଲରେ ଘାତକ ନିଆଁ ସମସ୍ତଙ୍କୁ ଆତଙ୍କିତ କରିଛି। ଏହି ବିପର୍ଯ୍ୟୟ ପାଇଁ ବୈଜ୍ଞାନିକମାନେ ବିଶ୍ୱତାପନକୁ ଦାୟୀ କରିଛନ୍ତି।

ସୋମବାର ଆସିବ ଆଇପିସିସି ରିପୋର୍ଟ

ଶିଳ୍ପ ଯୁଗ ଆରମ୍ଭ ହେବା ପରଠାରୁ ବିଶ୍ୱର ତାପମାତ୍ରା ୧.୨ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଛି। ସରକାରମାନେ ଉତ୍ସର୍ଜନ ହ୍ରାସ ନ କଲେ ତାପମାତ୍ରା ଆହୁରି ବଢ଼ିବ ବୋଲି ଚେତାବନୀ ଦିଆଯାଇଛି। ଏଭଳି ସମୟରେ ବୈଜ୍ଞାନିକମାନେ ସୋମବାର ବିଶ୍ୱ ଜଳବାୟୁର ବ୍ୟାପକ ସ୍ବାସ୍ଥ୍ୟ ଯାଞ୍ଚ ଉପରେ ରିପୋର୍ଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ପକ୍ଷରୁ ଷଷ୍ଠ ସମୀକ୍ଷା ରିପୋର୍ଟର ପ୍ରଥମ ଭାଗ ପ୍ରକାଶ ପାଇବ। ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ୱ ଜଳବାୟୁ ସଂକ୍ରାନ୍ତ ସର୍ବାଧିକ ଗ୍ରହଣଯୋଗ୍ୟ ରିପୋର୍ଟ ବୋଲି କୁହାଯାଉଛି।

– ଉଭୟ ବିଷାକ୍ତ ଓ ଅଣବିଷାକ୍ତ ପ୍ରଦୂଷଣ ବଢ଼ିବାରେ ଲାଗିଛି

– ପାର୍ଟିକୁଲେଟ୍‌ ମ୍ୟାଟର ଭଳି ବିଷାକ୍ତ ପ୍ରଦୂଷଣ ପ୍ରତ୍ୟକ୍ଷ ଭାବେ ମଣିଷର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ

– ପ୍ରଦୂଷଣ ବିଶ୍ୱରେ ତାପମାତ୍ରା ବୃଦ୍ଧି କରାଇଥାଏ, ଯାହାକି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ

– ପ୍ରଦୂଷଣ ଯୋଗୁ ୧୦ ଦେଶ ପ୍ରତି ଜଳବାୟୁ ପରିବର୍ତ୍ତନର ସର୍ବାଧିକ ବିପଦ ଆଶଙ୍କା ଦେଖାଦେଇଛି

– ଦେଶଗୁଡ଼ିକ ହେଲା ସିଙ୍ଗାପୁର, ର୍ବାଣ୍ଡା, ଚାଇନା, ଭାରତ, ସୋଲୋମୋନ ଆଇଲାଣ୍ଡ୍ସ, ଭୁଟାନ, ବୋତୋସ୍ବାନା, ଜର୍ଜିଆ, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri