Posted inଜାତୀୟ

ସେନା ଉଠାଇନେଇଥିବା ୩ ନାଗରିକଙ୍କ ମୃତ୍ୟୁ

ପୁଞ୍ଚ୍‌,୨୪।୧୨: ଜମ୍ମୁ-କଶ୍ମୀରରେ ଦୁଇଟି ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ସୈନ୍ୟ ଶହୀଦ ହୋଇଥିଲେ। ଉକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେଶନକୁ ଜୋର୍‌ଦାର କରାଯାଇଥିବାବେଳେ ସନ୍ଦେହରେ ସେନା ୩ ଜଣ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପାଇଁ ନେଇଯାଇଥିଲା। ହାଜତରେ ସେମାନଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିବାରୁ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କୁ ଜେରାବେଳେ ଯବାନମାନେ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଉତ୍ତେଜନା ବଢ଼ିବା ଆଶଙ୍କାରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଛି। ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରି ଯୋଗାଇ ଦିଆଯିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନ ଘୋଷଣା କରିଛି। ପୁଞ୍ଚ୍‌ ଏବଂ ରାଜୌରୀ ଜିଲାରେ ଶନିବାର ଆତଙ୍କବାଦ ନିରୋଧୀ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଡୋଡା ଜିଲାରେ ଥିବା ସେନା କ୍ୟାମ୍ପ୍‌ରେ ନିଆଁ ଲାଗି ୨ ଜଣ ସାଧାରଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସାମ୍ବାର ପରଷୋତ୍ତମ(୫୫) ଏବଂ କଠୁଆ ଅଞ୍ଚଳର ସୋମ ରାଜ (୪୫) ଆର୍ନୋଡା ଗାଟ୍‌ ସେନା କ୍ୟାମ୍ପ ପରିସରରେ ଟେଲର ଦୋକାନ ଚଳାଉଥିଲେ। ଭୋର ସମୟରେ କିରୋସିନ୍‌ ହିଟରରେ ତ୍ରୁଟି ଯୋଗୁ ନିଆଁ ଲାଗି ସେମାନେ ଜଳିଯାଇଥିଲେ।

ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଅନ୍ତର୍ଜାତୀୟ ସୀମା (ଆଇବି)ରେ ମୁତୟନ ଥିବା ଯବାନମାନେ ପଣ୍ଡ କରିଦେଇଛନ୍ତି। ଶନିବାର ଭୋର ସମୟରେ ସେମାନେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଯବାନଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ୪ ଜଣ ସଶସ୍ତ୍ର ଆତଙ୍କବାଦୀ ଭୋର ସମୟରେ ଅଖନୁରର ଖୋଉର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମାକୁ ଅତିକ୍ରମ କରିବା ପାଇଁ ଉଦ୍ୟମ କରୁଥିବାବେଳେ ଯବାନଙ୍କ ନଜରରେ ପଡ଼ିଥିଲେ। ଫଳରେ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଆତଙ୍କବାଦୀଙ୍କ ସନ୍ଦିଗ୍ଧ ଗତିବିଧି ସର୍ଭିଲାନ୍ସ ଉପକରଣରେ ଧରାପଡ଼ିଥିଲା। ମୃତଦେହକୁ ଅନ୍ୟ ଆତଙ୍କବାଦୀ ମାନେ ନେଇଯାଇଥିବାବେଳେ ରକ୍ତଛିଟା ପଡ଼ିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri