ଚଳିତ ବର୍ଷ ଭଙ୍ଗା ଯିବନି ୩ ରଥ

ପୁରୀ ଅଫିସ,୨୨।୭-ଚଳିତ ବର୍ଷ ପୁରୀ ରଥଯାତ୍ରାର ୩ ରଥକୁ ଭଙ୍ଗାଯିବ ନାହିଁ। ଜଗନ୍ନାଥଙ୍କ ନନ୍ଦିଘୋଷ, ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନ ଭାଙ୍ଗିବା ପାଇଁ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ଏହି ୩ ରଥକୁ ରଖାଯିବ। ରଥକୁ ଖୋଲାଯାଇ ଜଗନ୍ନାଥ ବଲ୍ଲଭ ପରିସରକୁ ଅଣାଯିବ ଏବଂ ପରେ ପୁଣି ଫିଟିଂ କରାଯିବ। ଯଦି କିଛି ଅଂଶ ନଷ୍ଟ ହେଲା, ପୁଣି ତିଆରି କରାଯାଇ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି।