ସୋଲଫୁଲରେ ଝଲସିବ ୩ ରଥ: ସେବାରେ ଗୁରୁଜଙ୍ଗ ଭୋଇ ପରିବାର

ଖୋର୍ଦ୍ଧା,୨୩ା୬(ପ୍ରଭାତ ପାଣିଗ୍ରାହୀ)ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ରଥ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚାକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅନ୍ୟପଟେ ତିନି ରଥରେ ଝଲସିବ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହି ରାଜକିଶୋର ଓ ବୀରକିଶୋର ନାୟକ ପରିବାରଙ୍କ ହାତତିଆରି ସୋଲଫୁଲ। ଏଥିଲାଗି ଦିନରାତି ଲାଗିପଡ଼ିଛନ୍ତି ଏହି ପରିବାର। ନେତ୍ରୋତ୍ସବ ଦିନ ସିଂହଦ୍ୱାରରେ ତିନିରଥ ଲାଗିବା ପରେ ଏହି ପରିବାର ଦ୍ୱାରା ସୋଲରେ ପ୍ରସ୍ତୁତ କଦମ୍ବ, ସୂର୍ଯ୍ୟମୁଖୀ, ସେବତି ଆଦି ବିଭିନ୍ନ କିସମର ଫୁଲରେ ସଜ୍ଜେଇ ହେବ ତିନି ରଥ। ଗତ ୨୨ବର୍ଷ ଧରି ବିନା ପାରିଶ୍ରମିକରେ ସେବା ଯୋଗାଇ ଆସୁଛି ଏହି ପରିବାର। ମହାପ୍ରଭୁଙ୍କ ସେବାରେ ପାରିଶ୍ରମିକର କୌଣସି ମୂଲ୍ୟ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ରାଜକିଶୋର କୁହନ୍ତି, ୧୯୯୯ ମସିହାରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ଲାଗି ଭାଇମାନେ ମିଶି ଯାଇଥିଲୁ। ରଥାଋଢ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ସମୟରେ ଭାବବିହ୍ବଳ ହୋଇ ରଥରେ ସେବା ସୁଯୋଗ ଦେବା ଲାଗି ନିବେଦନ କରିଥିଲୁ। ସୋଲ କାରିଗର ହୋଇଥିବାରୁ ରଥ ଚତୁଃପାର୍ଶ୍ୱକୁ ସୋଲରେ ନିର୍ମିତ ଫୁଲରେ ସାଜସଜ୍ଜା ଲାଗି ମହାପ୍ରଭୁଙ୍କୁ ଗୁହାରି ଜଣାଇଥିଲୁ। ମହାପ୍ରଭୁଙ୍କ ସ୍ବପ୍ନାଦେଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲୁ। ଶ୍ରୀମନ୍ଦିର ପ୍ରଶାସନ ସୋଲ ଫୁଲ ଲାଗି ଅନୁମତି ପ୍ରଦାନ କରିଥିଲେ। ଏହା ମହାପ୍ରଭୁଙ୍କ ଆଶୀର୍ବାଦ ଭାବି କିଛି ଫୁଲ ପ୍ରସ୍ତୁତ କରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ପଣ କରିଥିଲୁ। ସୋଲଫୁଲ ଦେଖି ଖୁସି ହୋଇଥିଲେ। ୨୦୦୪ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ ରଥରେ ସୋଲଫୁଲ ସଜ୍ଜାଇବା ପାଇଁ ଅନୁମତିପତ୍ର ପ୍ରଦାନ କରିଥିଲେ। ସେବେଠାରୁ ଏହି ସେବା ଜାରି ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପାରିଶ୍ରମିକ ମିଳି ନ ଥାଏ। ତେବେ ମହାପ୍ରଭୁଙ୍କ ସେବାରେ ପାରିଶ୍ରମିକର କୌଣସି ମୂଲ୍ୟ ନ ଥାଏ ବୋଲି ରାଜକିଶୋର କହିଛନ୍ତି। ସେହିପରି ବୀରକିଶୋର କୁହନ୍ତି, କାର୍ତ୍ତିକ ମାସଠାରୁ କାକଟପୁର, ଅସ୍ତରଙ୍ଗ, ନିମାପଡା ଆଦି ସ୍ଥାନରୁ ସୋଲ ସଂଗ୍ରହ କରାଯାଏ। ପରେ ଏହାକୁ ଖରାରେ ଶୁଖାଇ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବା ପରେ ପରିବାର ସଦସ୍ୟ ଶୁଦ୍ଧପୁତ ଭାବେ ମହାପ୍ରଭୁଙ୍କ ଆରାଧନା କରି କାର୍ଯ୍ୟ ଆରମ୍ଭ କରନ୍ତି। ଫୁଲ ପ୍ରସ୍ତୁତ ଲାଗି ସୋଲକୁ ବିଭିନ୍ନ ସାଇଜରେ କଟାଯାଏ। ଚୁମୁକି, ସୂତା ଏବଂ ବଡ଼ ଛୁଞ୍ଚି ବ୍ୟବହାର କରାଯାଇ ଫୁଲକୁ ଆକାର ଦିଆଯାଏ। ଏଥିରେ ପରିବାର ମହିଳାମାନେ ସହଯୋଗ କରିଥାନ୍ତି। ସେହିପରି କବିତା ନାୟକ କୁହନ୍ତି, ଘର ଲିପାପୋଛା ସହ ଅରୁଆ ଅନ୍ନ ଖାଇ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ନୀତି ନିୟମରେ କାର୍ଯ୍ୟ କରାଯାଇଥାଏ। ଘର କାମ ସରିବା ପରେ ଏହି କାମରେ ଲାଗିଥାନ୍ତି ପରିବାର। ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। ପ୍ରତିବର୍ଷ ମହାପ୍ରଭୁଙ୍କ ତିନି ରଥରେ ସୋଲରେ ନିର୍ମିତ ଫୁଲ ଖଞ୍ଜିବା ବେଳେ ଏକ ଅପୂର୍ବ ଆନନ୍ଦ ମିଳିଥାଏ। ଫୁଲ କାରିଗର ବାନାମ୍ବର କାଣ୍ଡି କୁହନ୍ତି, ନନ୍ଦିଘୋଷ ରଥରେ ଚଢ଼ି ଫୁଲ ସଜ୍ଜାଇବାରେ ଆନନ୍ଦ ମିଳେ। ନିରଞ୍ଜନ ନାୟକ କୁହନ୍ତି, କିଛି ବର୍ଷ ହେବ ଏହି ସେବା କରୁଛି। ମହାପ୍ରଭୁ ଏହି ସେବା ପ୍ରଦାନ କରିଥିବାରୁ ନିଜକୁ ଧନ୍ୟମନେ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri