Posted inଜାତୀୟ

୩ ରାଜଧାନୀ ମାମଲାର ଶୁଣାଣି: ଖଣ୍ଡପୀଠରୁ ଅଲଗା ହେଲେ ସିଜେଆଇ…

ନୂଆଦିଲ୍ଲୀ,୧।୧୧ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଲିତ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଏଥିରେ ଉଲ୍ଲେଖଥିଲା ଯେ ରାଜଧାନୀକୁ ଘୁଞ୍ଚାଇବା, ବିଭାଜନ ନେଇ କୌଣସି ଆଇନ କରିବା କ୍ଷେତ୍ରରେ ରାଜ୍ୟର ଅଧିକାରରେ ଯୋଗ୍ୟତା ଅଭାବ ରହିଛି। ଯେତେବେଳେ ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି ପାଇଁ ଆସିଲା, ସେତେବେଳେ ପ୍ରଧାନ ବିଚାରପତି ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା ଯେ ଜଷ୍ଟିସ ଲଲିତ ଜଣେ ଆଡଭୋକେଟ ଭାବରେ ଆନ୍ଧ୍ରପ୍ରଦେଶର ବିଭାଜନ ସମ୍ପର୍କିତ ପ୍ରସଙ୍ଗରେ ଆଇନଗତ ମତ ଦେଇଥିଲେ। ସିଜେଆଇ କହିଛନ୍ତି ଯେ ମୁଁ ଏକ ସଦସ୍ୟ ନଥିବା ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ତାଲିକାଭୁକ୍ତ ହେବା ଉଚିତ।

ଚଳିତ ବର୍ଷ ମାର୍ଚ୍ଚ ୩ ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ କହଥିଲେ ଯେ ରାଜଧାନୀ ଚଳାଇବା, ବିଭାଜନ କିମ୍ବା ଭାଗ କରିବା ପାଇଁ ରାଜ୍ୟ ଦ୍ୱାରା କୌଣସି ଆଇନ ହୋଇପାରିବ ନାହିଁ। ଏହାଦ୍ୱାରା ରାଜ୍ୟ ରାଜଧାନୀକୁ ତିନିଟି ଅଲଗା ରାଜଧାନୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଯୋଜନାରେ ବିରାମ ଲାଗିଥିଲା। ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ କହିଥିଲେ ଯେ ରାଜ୍ୟ ସରକାର ଏବଂ ରାଜଧାନୀ ଅଞ୍ଚଳ ବିକାଶ ପ୍ରାଧିକରଣ ଆବେଦନକାରୀଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛନ୍ତି ଏବଂ ୬ ମାସ ମଧ୍ୟରେ ଅମରାବତୀ ରାଜଧାନୀ ତଥା ରାଜଧାନୀ ଅଞ୍ଚଳ ନିର୍ମାଣ ତଥା ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅମରାବତୀ ଅଞ୍ଚଳର କୃଷକମାନଙ୍କ ଦ୍ୱାରା ୬୩ ଟି ପିଟିଶନ ଉପରେ ହାଇକୋର୍ଟଙ୍କ ରାୟ ଆସଥିଲା। ବିଶାଖାପଟ୍ଟନମକୁ ଆନ୍ଧ୍ରପ୍ରଦେଶର କାର୍ଯ୍ୟନିର୍ବାହୀ ରାଜଧାନୀ, କୁର୍ନୁଲକୁ ନ୍ୟାୟିକ ରାଜଧାନୀ ଏବଂ ଅମରାବତୀକୁ ବିଧାନସଭା ରାଜଧାନୀ ରୂପେ ପରିଣତ କରିବା ପାଇଁ ଜଗନ ମୋହନଙ୍କ ଶାସନର ନିଷ୍ପତ୍ତି ବିରୋଧରେ ଏହି ପିଟିଶନ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri