୩ ଘଣ୍ଟାରେ ୪୦ କି.ମି ଦୌଡ଼ିଲେ ୩ କୁନି ଭଉଣୀଭାଇ

କୋରାପୁଟ,୧୩।୩(ସ୍ବ.ପ୍ର.): ଦୃଢ ଇଛାଶକ୍ତିଠାରେ ହାର ମାନେ ସବୁ ପ୍ରତିବନ୍ଧକ। ଯେମିତି ବୟସ ହାର ମାନିଛି ୩ କୁନି ଭଉଣୀଭାଇଙ୍କ କ୍ଷେତ୍ରରେ। ୩ଘଣ୍ଟାରେ ସେମାନେ କୋରାପୁଟରୁ ଦାମନଯୋଡି ଦୌଡି ରାଜ୍ୟପାଇଁ ନୂଆ କିର୍ତ୍ତୀ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ କୋରାପୁଟ ସହରର ଜିତେନ୍ଦ୍ର ବାହାଦୁରଙ୍କ ୨ ଝିଅ ଯମୁନା (୧୧), ତପସ୍ୟା(୭) ଓ ୧୦ ବର୍ଷର ପୁଅ ହରି ା
ତିନି ଭଉଣୀ ଭାଇ କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ କୋଚ ରାମଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କୋରାପୁଟରୁ ଦାମନଯୋଡି ଦୀର୍ଘ ୪୦ କି.ମି. ରାସ୍ତା ଦୌଡିବା ଆରମ୍ଭ କରିଥିଲେ। ମାତ୍ର ୩ ଘଣ୍ଟାରେ ସେମାନେ ଦାମନଯୋଡିରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ। କୋରାପୁଟରେ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ସେମାନଙ୍କୁ ଉତ୍ସାହିତ କରିଥିଲେ। ବାଟରେ ମଧ୍ୟ ବହୁ ଜନସାଧାରଣ ଏହି କୁନି ଭଉଣୀଭାଇଙ୍କ ଦୌଡ ଦେଖି ସେମାନଙ୍କୁ ପ୍ରଶଂସା କରି ଉତ୍ସାହିତ କରିଥିଲେ। ଏହି ସଫଳତା ପାଇଁ କୋଚ ସମେତ ୩ ଭଉଣୀଭାଇଙ୍କୁ କୋରାପୁଟ ଜିମାନାଜିମ ସମ୍ପାଦକ ଭବାନୀ ଶଙ୍କର ମିଶ୍ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସେମାନଙ୍କୁ ଟ୍ରଫି ଦେଇ ଉତ୍ସାହିତ କରିଥିଲେ ା

ସୂଚନାଯୋଗ୍ୟ, ଗତ ଏକ ବର୍ଷ ତଳେ ଏହି ୩ କୁନି ଧାବକ ଜୟପୁରରୁ ବୋରିଗୁମ୍ମା ଯାଏ ପ୍ରାୟ ୨୨ କି.ମି. ଦୌଡି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଗତ ବିଶ୍ୱକପ ହକିର ପ୍ରସାର ପାଇଁ ହୋଇଥିବା ମାରାଥନରେ ମଧ୍ୟ ଦୌଡି ସେମାନେ ସଫଳତା ପାଇଥିଲେ। ଏଥିଯୋଗୁ ଜିଲା ପ୍ରଶାସନ ପକ୍ଷରୁ ୩ ଭଉଣୀଭାଇ ସମ୍ମାନିତ ହୋଇଥିଲେ। ରବିବାର ଭାଇ ହରିଙ୍କ ଜନ୍ମଦିନ ଥିବାରୁ ଏହି ଅବସରରେ କୋରାପୁଟରୁ ଦାମନଯୋଡି ଦୌଡିବାକୁ ସ୍ଥିର କରିଥିଫଲେ ବୋଲି ଯୁମନା କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri