ଜଣେ କର୍ମଚାରୀରେ ପାରାଦୀପ ସମେତ ୩ ବ୍ଲକ

ପାରାଦୀପ, ୧୪ା୭(ସ୍ବ.ପ୍ର.): ୧୯୬୨ ମସିହା ଜାନୁୟାରୀ ୩ରେ ପାରାଦୀପ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରେ ଅନେକ ସରକାରୀ ଅଫିସ ପାରାଦୀପରେ ସ୍ଥାପନା ହୋଇଥିଲା। ସେଥିମଧ୍ୟରେ ପ୍ରଥମ ଅଫିସ ଥିଲା ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ ଲିମିଟେଡ୍‌)। ୧୯୬୫ରେ ସ୍ଥାପନା ହୋଇଥିବା ଉକ୍ତ ଅଫିସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ ଗଲାଣି। ବର୍ତ୍ତମାନର ସ୍ଥିତି ଯଦି ଆଉ କିଛିବର୍ଷ ରୁହେ, ତାହା ହେଲେ ଉକ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମ୍ପୂର୍ଣ୍ଣ ଭୁଶୁଡି ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି। ୨୦୦୫ ପର୍ଯ୍ୟନ୍ତ ୫୫ ଜଣ କର୍ମଚାରୀ ଥିବା ଏହି ଅଫିସରେ ଏବେ ଜଣେ ଅଧିକାରୀ (ଏସ୍‌ଡିଓ)ଅଛନ୍ତି। ବିଏସ୍‌ଏନ୍‌ଏଲ୍‌ ଅଫିସ ପରିସରରେ ଥିବା ୩ଟି ବିଲ୍ଡିଂ ମଧ୍ୟରୁ ଗୋଟିଏ ପ୍ରକୋଷ୍ଠରେ ସମ୍ପୃକ୍ତ ଅଧିକାରୀ ବସୁଛନ୍ତି। ଅବଶିଷ୍ଟ ବିଲ୍ଡିଂ ଓ ପ୍ରକୋଷ୍ଠଗୁଡିକ ଭାଙ୍ଗି ଗଲାଣି। ଏପରି କି ବିଲ୍ଡିଂ କାନ୍ଥରେ ବଡ଼ ଗଛ ଉଠି ଜଙ୍ଗଲିଆ ପରିବେଶ ସୃଷ୍ଟି କଲାଣି। ପାରାଦୀପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବଡ଼ପଡିଆ ବସ୍‌ଷ୍ଟାଣ୍ଡ ପାଖରେ ଏହି ଅଫିସ ଗତ ୬ ଦଶନ୍ଧି ହେଲା ଚାଲିଛି। ନିଜସ୍ବ ଟାୱାର, ଅଫିସ ଘର, ଷ୍ଟୋର, ଅଭିଯୋଗ ପ୍ରକୋଷ୍ଠ, ଗାଡି ଷ୍ଟାଣ୍ଡ, ଭିନ୍ନ ଭିନ୍ନ ଅଧିକାରୀଙ୍କ ଚାମ୍ବର, ବଗିଚା ଗେଟ୍‌, ସିକ୍ୟୁରିଟି ଘର ଆଦି ଥିଲା। ପ୍ରାୟ ୧୦ ଏକର ପରିଧି ବିଏସ୍‌ଏନ୍‌ଏଲ୍‌ ପରିସର ଏବେ ବାହାରକୁ ଜଙ୍ଗଲ ଭଳି ଦୃଶ୍ୟ ହେଉଛି। ଏହି ଅଫିସ ଅଧୀନରେ ପାରାଦୀପ ଶିଳ୍ପାଞ୍ଚଳ ସହ କୁଜଙ୍ଗ, ଏରସମା ଓ ତିର୍ତ୍ତୋଲ ବ୍ଲକ ଯାଉଛି। ଦୁଇଜଣ ଏସ୍‌ଡିଓଙ୍କ ସମେତ ୫୫ ଜଣ କର୍ମଚାରୀ ପାରାଦୀପ ଅଫିସରେ କାମ କରୁଥିଲେ। ଏହାବାଦ୍‌ ତିର୍ତ୍ତୋଲଠାରେ ୧୦ରୁ ଅଧିକ କର୍ମଚାରୀ ଥିଲେ। ସେତେବେଳେ ପ୍ରାୟ ଲ୍ୟାଣ୍ଡଲାଇନ ପ୍ରଚଳନ ଥିଲା। ୨୦୦୫ ପର୍ଯ୍ୟନ୍ତ ପ୍ରାୟ ୧୨ ହଜାରରୁ ଅଧିକ ଉପଭୋକ୍ତା ଥିଲେ। ଏବେ ଲ୍ୟାଣ୍ଡଲାଇନ ଉପଭୋକ୍ତା ସଂଖ୍ୟା ମାତ୍ର ୪୦୦ ମଧ୍ୟରେ ଥିବା ଜଣାପଡିଛି। ନୂତନ ଫାଇବର ସଂଯୋଗ କରାଯାଉଛି। ପୁରୁଣା ଲ୍ୟାଣ୍ଡଲାଇନ ଓ ନୂଆ ଫାଇବର ଉପଭୋକ୍ତା ସଂଖ୍ୟା ବୁଧବାର ସୁଦ୍ଧା ୧୩୨୫ ବୋଲି ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

କର୍ମଚାରୀଙ୍କ ରହଣି ପାଇଁ ମଧୁବନଠାରେ ସ୍ବତନ୍ତ୍ର କଲୋନୀ କରାଯାଇଥିଲା। ଏହାର ନାମ ଟେଲିଫୋନ କଲୋନୀ ଭାବେ ପରିଚିତ ଥିଲା। ସେଠାରେ ୪୦ କ୍ୱାର୍ଟର୍ସ ଓ ଅଲଗା ଭାବେ ବରିଷ୍ଠ ଅଧିକାରୀଙ୍କ ବଙ୍ଗଳା ରହିଛି। ଏବେ ସେଠାରେ ଅବସରପ୍ରାପ୍ତ କର୍ମଚାରୀ ଓ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀ ରହୁଛନ୍ତି। ଏବେ ବିଏସ୍‌ଏନ୍‌ଏଲ୍‌ ସେବା ଯୋଗାଇ ଦେବା ପାଇଁ ଠିକାସଂସ୍ଥା ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଏସ୍‌ଡିଓ ଅସୀତ ସାମଲଙ୍କୁ ପଚାରିବାରେ ଆମ ହାତରେ କିଛି ନାହିଁ। ସମଗ୍ର ଦେଶରେ ଏଭଳି ସ୍ଥିତି। ଅଫିସ ଗୃହ ମରାମତି କାର୍ଯ୍ୟ କିମ୍ବା କୌଣସି ଖର୍ଚ୍ଚ ପାଇଁ ଏବେ ଦିଲ୍ଲୀରୁ ଅର୍ଥ ଆସୁଛି। ପରିବର୍ତ୍ତନ ପାଇଁ ସରକାରୀ ଭାବେ ଏହା କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri