ଜଣେ କର୍ମଚାରୀରେ ପାରାଦୀପ ସମେତ ୩ ବ୍ଲକ

ପାରାଦୀପ, ୧୪ା୭(ସ୍ବ.ପ୍ର.): ୧୯୬୨ ମସିହା ଜାନୁୟାରୀ ୩ରେ ପାରାଦୀପ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରେ ଅନେକ ସରକାରୀ ଅଫିସ ପାରାଦୀପରେ ସ୍ଥାପନା ହୋଇଥିଲା। ସେଥିମଧ୍ୟରେ ପ୍ରଥମ ଅଫିସ ଥିଲା ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ ଲିମିଟେଡ୍‌)। ୧୯୬୫ରେ ସ୍ଥାପନା ହୋଇଥିବା ଉକ୍ତ ଅଫିସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ ଗଲାଣି। ବର୍ତ୍ତମାନର ସ୍ଥିତି ଯଦି ଆଉ କିଛିବର୍ଷ ରୁହେ, ତାହା ହେଲେ ଉକ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମ୍ପୂର୍ଣ୍ଣ ଭୁଶୁଡି ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି। ୨୦୦୫ ପର୍ଯ୍ୟନ୍ତ ୫୫ ଜଣ କର୍ମଚାରୀ ଥିବା ଏହି ଅଫିସରେ ଏବେ ଜଣେ ଅଧିକାରୀ (ଏସ୍‌ଡିଓ)ଅଛନ୍ତି। ବିଏସ୍‌ଏନ୍‌ଏଲ୍‌ ଅଫିସ ପରିସରରେ ଥିବା ୩ଟି ବିଲ୍ଡିଂ ମଧ୍ୟରୁ ଗୋଟିଏ ପ୍ରକୋଷ୍ଠରେ ସମ୍ପୃକ୍ତ ଅଧିକାରୀ ବସୁଛନ୍ତି। ଅବଶିଷ୍ଟ ବିଲ୍ଡିଂ ଓ ପ୍ରକୋଷ୍ଠଗୁଡିକ ଭାଙ୍ଗି ଗଲାଣି। ଏପରି କି ବିଲ୍ଡିଂ କାନ୍ଥରେ ବଡ଼ ଗଛ ଉଠି ଜଙ୍ଗଲିଆ ପରିବେଶ ସୃଷ୍ଟି କଲାଣି। ପାରାଦୀପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବଡ଼ପଡିଆ ବସ୍‌ଷ୍ଟାଣ୍ଡ ପାଖରେ ଏହି ଅଫିସ ଗତ ୬ ଦଶନ୍ଧି ହେଲା ଚାଲିଛି। ନିଜସ୍ବ ଟାୱାର, ଅଫିସ ଘର, ଷ୍ଟୋର, ଅଭିଯୋଗ ପ୍ରକୋଷ୍ଠ, ଗାଡି ଷ୍ଟାଣ୍ଡ, ଭିନ୍ନ ଭିନ୍ନ ଅଧିକାରୀଙ୍କ ଚାମ୍ବର, ବଗିଚା ଗେଟ୍‌, ସିକ୍ୟୁରିଟି ଘର ଆଦି ଥିଲା। ପ୍ରାୟ ୧୦ ଏକର ପରିଧି ବିଏସ୍‌ଏନ୍‌ଏଲ୍‌ ପରିସର ଏବେ ବାହାରକୁ ଜଙ୍ଗଲ ଭଳି ଦୃଶ୍ୟ ହେଉଛି। ଏହି ଅଫିସ ଅଧୀନରେ ପାରାଦୀପ ଶିଳ୍ପାଞ୍ଚଳ ସହ କୁଜଙ୍ଗ, ଏରସମା ଓ ତିର୍ତ୍ତୋଲ ବ୍ଲକ ଯାଉଛି। ଦୁଇଜଣ ଏସ୍‌ଡିଓଙ୍କ ସମେତ ୫୫ ଜଣ କର୍ମଚାରୀ ପାରାଦୀପ ଅଫିସରେ କାମ କରୁଥିଲେ। ଏହାବାଦ୍‌ ତିର୍ତ୍ତୋଲଠାରେ ୧୦ରୁ ଅଧିକ କର୍ମଚାରୀ ଥିଲେ। ସେତେବେଳେ ପ୍ରାୟ ଲ୍ୟାଣ୍ଡଲାଇନ ପ୍ରଚଳନ ଥିଲା। ୨୦୦୫ ପର୍ଯ୍ୟନ୍ତ ପ୍ରାୟ ୧୨ ହଜାରରୁ ଅଧିକ ଉପଭୋକ୍ତା ଥିଲେ। ଏବେ ଲ୍ୟାଣ୍ଡଲାଇନ ଉପଭୋକ୍ତା ସଂଖ୍ୟା ମାତ୍ର ୪୦୦ ମଧ୍ୟରେ ଥିବା ଜଣାପଡିଛି। ନୂତନ ଫାଇବର ସଂଯୋଗ କରାଯାଉଛି। ପୁରୁଣା ଲ୍ୟାଣ୍ଡଲାଇନ ଓ ନୂଆ ଫାଇବର ଉପଭୋକ୍ତା ସଂଖ୍ୟା ବୁଧବାର ସୁଦ୍ଧା ୧୩୨୫ ବୋଲି ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

କର୍ମଚାରୀଙ୍କ ରହଣି ପାଇଁ ମଧୁବନଠାରେ ସ୍ବତନ୍ତ୍ର କଲୋନୀ କରାଯାଇଥିଲା। ଏହାର ନାମ ଟେଲିଫୋନ କଲୋନୀ ଭାବେ ପରିଚିତ ଥିଲା। ସେଠାରେ ୪୦ କ୍ୱାର୍ଟର୍ସ ଓ ଅଲଗା ଭାବେ ବରିଷ୍ଠ ଅଧିକାରୀଙ୍କ ବଙ୍ଗଳା ରହିଛି। ଏବେ ସେଠାରେ ଅବସରପ୍ରାପ୍ତ କର୍ମଚାରୀ ଓ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀ ରହୁଛନ୍ତି। ଏବେ ବିଏସ୍‌ଏନ୍‌ଏଲ୍‌ ସେବା ଯୋଗାଇ ଦେବା ପାଇଁ ଠିକାସଂସ୍ଥା ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଏସ୍‌ଡିଓ ଅସୀତ ସାମଲଙ୍କୁ ପଚାରିବାରେ ଆମ ହାତରେ କିଛି ନାହିଁ। ସମଗ୍ର ଦେଶରେ ଏଭଳି ସ୍ଥିତି। ଅଫିସ ଗୃହ ମରାମତି କାର୍ଯ୍ୟ କିମ୍ବା କୌଣସି ଖର୍ଚ୍ଚ ପାଇଁ ଏବେ ଦିଲ୍ଲୀରୁ ଅର୍ଥ ଆସୁଛି। ପରିବର୍ତ୍ତନ ପାଇଁ ସରକାରୀ ଭାବେ ଏହା କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟିନେଲେ ୨୯ ଟନ୍‌ ଲୁହାଛଡ଼

ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ଗୁରୁବାର ଅପରାହ୍ନରେ ବଡ଼ଧରଣର ଲୁଟ୍‌ ହୋଇଛି। ବୋଲେରୋରେ ଆସିଥିବା...

ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ, ଥାନାରେ ମାମଲା

ବାରିପଦା ଅଫିସ,୧୬ା୬- ମୟୂରଭଞ୍ଜ ଜିଲା ବାରିପଦା ତହସିଲ ଅଧୀନ ଆରଆଇ-୩ର ରାଜସ୍ବ ନିରୀକ୍ଷକ ତନ୍ମୟ ରଞ୍ଜନ ସାହୁଙ୍କୁ ଆକ୍ରମଣ କରାଯାଇଥିତ୍ବା ନେଇ ସୋମବାର ଟାଉନ ଥାନାରେ...

ପାଇପ୍‌ ଲାଇନ ଫାଟି ରାସ୍ତା ଜଳମଗ୍ନ

ମାଲକାନଗିରି,୩ା୩ (ଡି.ଏନ୍‌.ଏ.)  ମାଲକାନଗିରି ପୌର ପରିଷଦ ଅଞ୍ଚଳ ମୁଖ୍ୟ ରାସ୍ତାରୁ ଦୁର୍ଗାଗୁଡି ସାହିକୁ ଯାଇଥିବା ରାସ୍ତା ତଳେ ଏକ ପାନୀୟ ଜଳ ପାଇପ ଲାଇନ ଦୀର୍ଘ ୪...

ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ

କୋକସରା, ୨୦ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ...

ପ୍ରେମିକାଙ୍କ ଭାଇକୁ ହତ୍ୟା କଲେ ପ୍ରେମିକ

କାଳିଆପାଣି,୩୦।୧୧(ଡି.ଏନ.ଏ.): ପ୍ରେମିକାଙ୍କ ଭାଇକୁ ଖଣ୍ତାରେ ହାଣି ହତ୍ୟା କଲେ ପେମିକ। ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଟାଟା ବଜାରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା...

କମିଲା ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୧୫।୧(ଡି.ଏନ୍‌.ଏ.): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ବୃଦ୍ଧି ଯୋଗୁ ସପ୍ତାହେ ହେଲା ଶୀତ କମୁଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି। ଏହି ସମୟରେ...

ପୋଲିସର ସହଯୋଗକୁ ଆଇଜିଙ୍କ ପ୍ରଶଂସା

ଅନୁଗୋଳ ଅଫିସ, ୨୮।୪ ଲକ୍‌ଡାଉନ୍‌ କଟକଣାକୁ ଅନୁଗୋଳରେ କଡ଼ାକଡ଼ି କରିବା ସହ ଭୋକିଲା ଓ ସହଯୋଗ ଲୋଡ଼ୁଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇପାରୁଥିବା ଅନୁଗୋଳ ପୋଲିସକୁ...

ଅନୁଗୋଳରେ ଇତିହାସ ରଚିଲା ବିଜେଡି

ଅନୁଗୋଳ ଅଫିସ,୨।୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚଳିତବର୍ଷ ଅନୁଗୋଳ ଜିଲାରେ ବିଜୁ ଜନତା ଦଳ (ବିଜେଡି) ନୂଆ ଇତିହାସ ରଚିଛି। ଜିଲାର ମୋଟ୍‌ ୨୮ ଜିଲା...

Advertisement
Archives

Model This Week