Posted inଖେଳ

ଖେଲୋ ଇଣ୍ଡିଆ ନାମରେ ଠକେଇ ପାଇଁ ୩ ଗିରଫ

ନୂଆଦିଲ୍ଲୀ, ୭ା୧୧ (ପି.ଟି.)-ଆଥଲେଟ୍‌ମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ କବାଡ଼ି ଖେଳାଳି ଅଛନ୍ତି। ଆସନ୍ତାବର୍ଷ ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ସେମାନେ ସୋସିଆଲ ମିଡିଆରେ ଜାଲ୍‌ ବିଜ୍ଞାପନ ଜରିଆରେ ତୃଣମୂଳସ୍ତରର ଆଥଲେଟମାନଙ୍କଠାରୁ ଦରଖାସ୍ତ ଅହ୍ବାନ କରିଥିଲେ। ଇଭେଣ୍ଟରେ ଅଂଶଗ୍ରହଣ କରାଇବା ପାଇଁ ସେମାନେ ଆଥଲେଟ୍‌ମାନଙ୍କଠାରୁ ୬,୦୦୦ ଟଙ୍କା ଲେଖାଏଁ ଦାବି କରୁଥିଲେ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଏତଲା ଦିଆଯିବାର ୨ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷ ଖେଲୋ ଇଣ୍ଡିଆ ଗେମ୍ସ ପଞ୍ଚକୁଲାରେ ହେବାର କାର୍ଯ୍ୟକ୍ରମ ରହିଛି। ଗିରଫ ୩ଜଣ ହେଲେ ସଞ୍ଜୟ ପ୍ରତାପ ସିଂ, ଅନୁଜ କୁମାର ଏବଂ ରବି। ସେମାନଙ୍କ ମଧ୍ୟରୁ ସଞ୍ଜୟ ହେଉଛନ୍ତି ଆଗ୍ରାର ଜଣେ ପୂର୍ବତନ କବାଡ଼ି ଖେଳାଳି। ସେ ରୁଦ୍ର ପ୍ରତାପ ସିଂ ନାମରେ ଏକ ଜାଲ୍‌ ପରିଚୟପତ୍ର ତିଆରି କରିଥିଲେ। ଖେଲୋ ଇଣ୍ଡିଆ ଗେମ୍ସରେ ଭାଗ ନେବାକୁ ଆଗ୍ରହୀ ଆଥଲେଟ୍‌ମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ। ଅନ୍ୟପକ୍ଷରେ ଅନୁଜ ଓ ରବିଙ୍କ ନାମରେ ଉତ୍ତର ପ୍ରଦେଶରେ କାନାରା ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କରେ ରହିଥିବା ଆକାଉଣ୍ଟ ନମ୍ବରରେ ଟଙ୍କା ଜମା କରିବା ଲାଗି ଆଥଲେଟମାନଙ୍କୁ କୁହାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯିବା ସହ ଘଟଣାର ତଦନ୍ତ ଚାଲିଛି। କେତେଜଣ ଆଥଲେଟ୍‌ ଠକାମିର ଶିକାର ହୋଇଛନ୍ତି ତାହାର ହିସାବ ହେଉଥିବା ସାଇ କହିଛି। ଗିରଫ ୩ ଜଣ ସେମାନଙ୍କ ବିଜ୍ଞାପନରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆର ଲୋଗୋ ବ୍ୟବହାର କରିଥିଲେ। ବହୁ ଆଥଲେଟ ଏହାକୁ ଏକ ସରକାରୀ ବିଜ୍ଞାପନ ବୋଲି ମନେ କରିଥିଲେ। ସୂଚନାଯୋଗ୍ୟ, ଖେଲୋ ଇଣ୍ଡିଆ ହେଉଛି ସରକାରଙ୍କର ଏକ ଯୋଜନା। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରିବା ଏହାର ମୂଳ ଲକ୍ଷ୍ୟ। ଏଥିରେ ଭାଗ ନେବା ପାଇଁ କୌଣସି ଫି’ ଦେବାକୁ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅସ୍ତ୍ରୋପଚାର ସଫଳ, ଟିମ୍‌କୁ ଖୁବ୍‌ଶୀଘ୍ର ଫେରିବେ ବୁମ୍‌ରା

ନୂଆଦିଲ୍ଲୀ,୮।୩: ଭାରତୀୟ ଟିମ୍‌କୁ ହୋଲି ଅବସରରେ ଏକ ବଡ଼ ଖୁସି ଖବର ମିଳିଛି। ଟମ୍‌ ଇଣ୍ଡିଆର ଦ୍ରୁତ ବୋଲର୍‌ ଜସପ୍ରୀତ୍‌ ବୁମ୍‌ରାଙ୍କ ପିଠିରେ ହୋଇଥିବା ସର୍ଜରୀ...

ମେସିଙ୍କ ଲୁହର ମୂଲ୍ୟ କୋଟିଏ: ଯେଉଁ ଟିସୁ ପେପରରେ ଲୁହ ପୋଛି ଥିଲେ ତା’ର ମୂଲ୍ୟ ଜାଣିଲେ…

ଫୁଟବଲ୍‌ ଜଗତରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ନାମ କିଏ ବା ନ ଜଣେ। ନିକଟରେ ବାର୍ସିଲୋନାରୁ ଲିଓନେଲ ମେସିଙ୍କ ବିଦାୟ ଘୋଷଣା ସମସ୍ତ ଫୁଟବଲ...

ଓଡ଼ିଶାକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୯।୮ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇରେ ଅନୁଷ୍ଠିତ ୨୭ତମ ଜାତୀୟ ସବ୍‌ଜୁନିୟର ଟେନିସବଲ୍‌ କ୍ରିକେଟ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ଓଡ଼ିଶା ବ୍ରୋଞ୍ଜ ପଦକ...

ଜୁନିୟର ଆଥଲେଟ୍‌ଙ୍କ ପାଇଁ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌

ନୂଆଦିଲ୍ଲୀ, ୪।୭(ପି.ଟି.)-ଜୁନିୟର ଆଥଲେଟ୍‌ଙ୍କ ପାଇଁ ଦେଶରେ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ) ଆରମ୍ଭ ହେବ। ୨୦୨୮ ସୁଦ୍ଧା ଅଲିମ୍ପିକ୍‌ ଚାମ୍ପିୟନ ସୃଷ୍ଟି କରିବା ମୁଖ୍ୟ...

ଜାଡେଜାଙ୍କ ବୋଲିଂରେ ଘାଇଲା ହେଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌, ୧୧୩ରେ ଅଲଆଉଟ୍‌

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଜାରି ରହିଛି। ରବିବାର ଲଞ୍ଚ ବିରତି ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌...

ଭାରତୀୟ ଟିମ୍‌ରେ ଗୁଣପୁରର ଦୁଇ ଖେଳାଳି

ଗୁଣପୁର,୩୦ା୫(ଡି.ଏନ୍‌.ଏ.): ନେପାଳର ପୋଖରାଠାରେ ମେ ୨୯ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଫୁଟସାଲ ଚମ୍ପିୟନଶିପ୍‌ ପାଇଁ ରାୟଗଡ଼ା ଜିଲା ଗୁଣପୁରର ୨ ଖେଳାଳି ଚୟନ ହୋଇଛନ୍ତି।...

ସାଙ୍ଗାକାରାଙ୍କୁ ଏମ୍‌ସିସି ଦଳର ନେତୃତ୍ୱ

ଲଣ୍ଡନ, ୩୦।୧ (ପି.ଟି.)- କ୍ରିକେଟ୍‌ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍‌ କ୍ଲବ (ଏମ୍‌ସିସି) ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ମ୍ୟାଚ୍‌ ଖେଳିବା ଲାଗି ପାକିସ୍ତାନ ଗସ୍ତରେ ଯିବ।...

ଭାବବିହ୍ବଳ ହୋଇ ଆଇପିଏଲ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର

ଚେନ୍ନାଇ ସୁପର୍‌ କିଙ୍ଗସ ଷ୍ଟାର୍‌ ଅଲରାଉଣ୍ଡର ଶେନ ୱାଟସନ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପରେ...

Advertisement
Archives

Model This Week