ପିପିଲି ବିଡିଓଙ୍କ ଅଫିସ୍‌ ଆକାଉଣ୍ଟରୁ ୩.୭୦ କୋଟି ହଡ଼ପ ମାମଲା: ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଷଡ଼ଯନ୍ତ୍ରକାରୀ ଗିରଫ

ଭୁବନେଶ୍ୱର,୧୧।୩(ସତ୍ୟଜିତ୍‌ ରାଉତ): ଚଞ୍ଚକତା କରି ୩୫ଟି ମୁଦ୍ରାଋଣ ଉଠାଇ ନେଲେ। ଏହାକୁ ଶୁଝିବାକୁ ପୁରୀ ଜିଲା ପିପିଲି ବିଡିଓ ଅଫିସ୍‌ ଆକାଉଣ୍ଟରୁ ୩.୭୦ କୋଟି ଟଙ୍କା ହଡ଼ପ କଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ପୂର୍ବତନ ମ୍ୟାନେଜର ସରୋଜ କାନ୍ତ ମହାପାତ୍ରଙ୍କୁ ଗିରଫ କରିଛି। ଏଥିସହ ସରୋଜଙ୍କ ସହପାଠୀ ତଥା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏଞ୍ଜେଲ୍‌ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ଅଭିଯୁକ୍ତଦ୍ୱୟଙ୍କୁ ରବିବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଶାଖାର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ତନ୍ମୟ କୁମାର ମହାରଣାଙ୍କୁ ଗତ ବୁଧବାର ଛତିଶଗଡ଼ ରାୟପୁରରୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ସରୋଜ ୨୦୨୦ରେ ଭୋପାଳ ଏସ୍‌ଟିଏଫ୍‌ର ଏକ ଠକେଇ ମାମଲା ଏବଂ ଏଞ୍ଜେଲ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନାର ୨୦୨୨ର ଏକ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଆଇଡିବିଆଇ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସନ୍ଦୀପ ପଟ୍ଟନାୟକଙ୍କ ଏତଲା ଆଧାରରେ ଫେବୃଆରୀ ୨୯ରେ ଇଓଡବ୍ଲ୍ୟୁ ମାମଲା (ନଂ.୩/ ୨୦୨୪) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁସାରେ, ୨୦୧୮ରେ ଆଇଡିବିଆଇ ଦାଣ୍ଡମୁକୁନ୍ଦପୁର ଶାଖାରେ ଥିବା ପିପିଲି ବିଡିଓ ଅଫିସ୍‌ର ଦୁଇଟି ଆକାଉଣ୍ଟରେ ସରକାରଙ୍କ ପକ୍ଷରୁ ୩.୭୦ କୋଟି ଟଙ୍କା ଜମା କରାଯାଇଥିଲା। ତତ୍‌କାଳୀନ ବିଡିଓ ଉକ୍ତ ଟଙ୍କାକୁ ଫ୍ଲେକ୍ସି ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଏଫ୍‌ଡି) କରିଦେବାକୁ କହିଥିଲେ ମଧ୍ୟ ଅଭିଯୁକ୍ତ ଅଧିକାରୀଦ୍ୱୟ ତାହା ନ କରି ହଡ଼ପ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ପ୍ରଥମେ ସେମାନେ ନିଜ ସମ୍ପର୍କୀୟଙ୍କ ନାଁରେ ୧୦ ଲକ୍ଷ ଟଙ୍କା ଲେଖାଏ ୩୫ଟି ମୁଦ୍ରା ଲୋନ୍‌ କରି ବ୍ୟାଙ୍କର ୩.୭୦ କୋଟି ଟଙ୍କା ନେଇଯାଇଥିଲେ। ଏସବୁ ଟଙ୍କା ସହଯୋଗୀ ଏଞ୍ଜେଲ୍‌ଙ୍କ ଏସ୍‌ବିଆଇ ଆକାଉଣ୍ଟରେ ଜମା ହୋଇଥିଲା। ତେବେ ଅଡିଟ୍‌ବେଳେ ମୁଦ୍ରାଋଣ ବାବଦରେ ଜଣାପଡିଯିବା ଆଶଙ୍କାରେ ଅଧିକାରୀଦ୍ୱୟ ବିଡିଓଙ୍କ ଦୁଇ ଆକାଉଣ୍ଟରେ ଥିବା ସମସ୍ତ ୩.୭୦ କୋଟି ଟଙ୍କାକୁ ହଡପ କରିଥିଲେ। ସମସ୍ତ ଟଙ୍କାରେ ସେମାନେ ମୁଦ୍ରାଋଣ ଶୁଝିଦେବା ସହ ସେସବୁ ଲୋନ୍‌ ଆକାଉଣ୍ଟକୁ ବନ୍ଦ କରିଦେଇଥିଲେ। ହେଲେ ୨୦୨୨ରେ ବିଡିଓ ଏଫ୍‌ଏଫ୍‌ଡିର ତଥ୍ୟ ମାଗିଥିଲେ ବି ତାଙ୍କୁ ଦିଆଯାଇ ନ ଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯିବାରୁ ଏହି ଠକେଇ ବିଷୟରେ ଜଣାପଡ଼ିଥିଲା। ଏଥିରେ ସରୋଜ ଓ ତନ୍ମୟଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri