ଘୁମୁସର ବନଖଣ୍ଡରେ ୩୮ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର,୧୨।୫(ଡି.ଏନ.ଏ): ପ୍ରତିବର୍ଷ ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ପାଳନ ବେଳେ ବନବିଭାଗ ପକ୍ଷରୁ ଚାରାରୋପଣ ଓ ଲୋକଙ୍କୁ ଚାରା ବଣ୍ଟନ କରାଯାଏ। ସେ ସମୟରେ ପାଣିପାଗ ପରିବର୍ତ୍ତନ ହେଲେ ଚାରାରୋପଣ ସମୟ ବଦଳିଥାଏ। ଚଳିତବର୍ଷ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ୩୮ଲକ୍ଷ ୩୦ ହଜାର ଚାରାରୋପଣ ଏବଂ ବଣ୍ଟନ ଯୋଜନା ରହିଛି । ଏଥିପାଇଁ ଏହି ଦୁଇ ବନଖଣ୍ଡର ବିଭିନ୍ନ ନର୍ସରୀରେ ଚାରା ପ୍ରସ୍ତୁତି ଚାଲିଛି । ଜୁଲାଇରେ ବିଭାଗ ପକ୍ଷରୁ ଚାରାରୋପଣ ହେବାକୁ ଥିବାବେଳେ ବର୍ତ୍ତମାନ ବିଭିନ୍ନ ଜଙ୍ଗଲରେ ଗାତ ଖୋଳା ଚାଲିଛି । ଚାରାରୋପଣ ପ୍ରକ୍ରିୟାକୁ ଓଏଫ୍‌ଏମ୍‌ଏସ୍‌ ଏସେଟ୍‌ ମ୍ୟାପିଙ୍ଗ୍‌ ଆପ୍‌ରେ ଫଟୋ ଅପ୍‌ଲୋଡ଼୍‌ କରାଯାଉଛି । ତଥାପି ଗାତଖୋଳା ଏବଂ ଚାରା ପ୍ରସ୍ତୁତିରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଗତବର୍ଷ ଉତ୍ତର ଘୁମୁସର ବନଖଣ୍ଡର ଏକ ନର୍ସରୀରେ ମିଳିତ ଟିମ୍‌ର ଯାଞ୍ଚ ବେଳେ ବହୁ ଚାରା କମ୍‌ ଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ନର୍ସରୀ କର୍ମଚାରୀମାନେ ଅନ୍ୟ ରେଞ୍ଜରେ ବିକ୍ରି ହେବାକୁ ଥିବା କିଛି ଚାରା ଆଣି ନର୍ସରୀରେ ରଖିଥିଲେ। ତଥାପି ଚାରା କମ୍‌ ପଡ଼ିଥିଲା । ଏହାପରେ ବିଭାଗୀୟ ଉଚ୍ଚ ପଦାଧିକାରୀ ଆବଶ୍ୟକ ପଦକ୍ଷେପ ନେବାପାଇଁ ଚିଠି ଲେଖିଥିଲେ ।
ସେହିଭଳି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରତିବର୍ଷ ସମୀକ୍ଷା ହୋଇଥାଏ । କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷର ବାର୍ଷିକ ସମୀକ୍ଷା ହୋଇନାହିଁ । ଅନ୍ୟପକ୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରତି ବିଭାଗୀୟ କର୍ମଚାରୀଙ୍କ ଆଗ୍ରହ ନାହିଁ । ଏହାର କାରଣ ହେଲା ଶ୍ରମିକମାନଙ୍କୁ ଏହି ଯୋଜନାରେ ୨୨୨ ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ଅନ୍ୟପଟେ ସର୍ବନିମ୍ନ ମଜୁରୀ ୩୧୫ ଟଙ୍କା ହେଲାଣି । ଏଥିସହ ଶ୍ରମିକମାନଙ୍କୁ ଟଙ୍କା ପ୍ରଦାନରେ ବିଳମ୍ବ ହେଉଛି । ତେଣୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିବାକୁ ଆଗ୍ରହ ଦେଖାଉନାହାନ୍ତି । ଉତ୍ତର ଘୁମୁସର ବନଖଣ୍ଡରେ ଚଳିତବର୍ଷ ୧୨ଲକ୍ଷ ୮୦ ହଜାର ଚାରାରୋପଣ ଯୋଜନା ଅଛି। ସେଥିମଧ୍ୟରୁ ପ୍ରାୟ ୪ଲକ୍ଷ ଚାରା ଲୋକଙ୍କୁ ବଣ୍ଟାଯିବ । ବଳକା ଚାରା ଜଙ୍ଗଲରେ ରୋପଣ ହେବ । ସେଥିମଧ୍ୟରେ କାମ୍ପାରେ ୧୦୬୫ ହେକ୍ଟର, ଆଇଜିସି ରେ ୧୫୦ ହେକ୍ଟର, ଓଏଫ୍‌ଡ଼ିସିପିରେ ୧୫ ହେକ୍ଟର, ଏମ୍‌ଜିଏନଆରଇଜିଏସ୍‌ରେ ୫୫ ହେକ୍ଟର ଜଙ୍ଗଲରେ ୧୮ମାସିଆ ଚାରା ରୋପଣ ହେବ । ସେହପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ଚଳିତବର୍ଷ ୧୦ ଲକ୍ଷ ଚାରା ବଣ୍ଟାଯିବ । ୧୫ ଲକ୍ଷ ୫୦ ହଜାର ଚାରା ସାଢ଼େ ୩ ହଜାର ହେକ୍ଟର ଜଙ୍ଗଲରେ ରୋପଣ ହେବ । ଉତ୍ତର ଘୁମୁସର ବନଖଣ୍ଡ ବନ ସୁରକ୍ଷା ସମିତିର ବରିଷ୍ଠ କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ କହିଛନ୍ତି, ଓଏଫଏସ୍‌ଡ଼ିପି ୨ର ବାର୍ଷିକ ସମୀକ୍ଷା ବୈଠକ ଗତ ବର୍ଷ ହୋଇନାହିଁ । ତୁରନ୍ତ ଉକ୍ତ ବୈଠକ ଡ଼ାକିବା ପାଇଁ ଡିଏଫଓଙ୍କୁ ଅନୁରୋଧ କରିଛି । ଜଙ୍ଗଲ ନିଅଁାକୁ ରୋକିବା ପାଇଁ ଅଧିକ ସଚେତନତା କାର୍ଯ୍ୟକ୍ରମ ଲୋଡ଼ା । ବିଭିନ୍ନ ସମୟରେ ଅନେକ ଅଭିଯୋଗ ଆସୁଛି । ଅଭିଯୋଗର ସତ୍ୟତାକୁ ଖୋଜି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତିଯେ ଜଙ୍ଗଲରେ ୧୮ ମାସିଆ ପୁରୁଣା ଚାରାରୋପଣ କରାଯିବ। ନିୟମ ଅନୁସାରେ ବିଭାଗର ସମସ୍ତ କାର୍ଯ୍ୟ ହେଉଛି । ଅନିୟମିତତା ଅଭିଯୋଗକୁ ବନଖଣ୍ଡ ଅଧିତ୍କାରୀ ଖଣ୍ଡନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri