ଚାକିରି ଆଳରେ ଠିକାଦାରଙ୍କୁ ୩.୬୦ ଲକ୍ଷ ଠକେଇ

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ହନିଟ୍ରାପ୍‌ କୁଇନ୍‌ ଇରାନୀଙ୍କ ଗ୍ୟାଙ୍ଗ୍‌ ବିଷୟରେ ତମାଣ୍ଡୋ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଇରାନୀ କେବଳ ପ୍ରେମ ଜାଲରେ ଫସାଉ ନ ଥିଲେ, ସେ ଚାକିରି ଆଳରେ ମଧ୍ୟ ଏକାଧିକ ଲୋକଙ୍କୁ ଠକିଛନ୍ତି। ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ଠିକାଦାର ସୌଭାଗ୍ୟ କେତନ ଜେନା ତମାଣ୍ଡୋ ଥାନାରେ ଇରାନୀ ଏବଂ ତାଙ୍କ ସ୍ବାମୀ ଶଶିକାନ୍ତ ଓରଫ ବାପିଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ସୌଭାଗ୍ୟଙ୍କ ସହ ସମ୍ପର୍କ ହେବା ପରେ ଇରାନୀ ତାଙ୍କୁ ମାୟାଜାଲରେ ଫସାଇଥିଲେ। ସୌଭାଗ୍ୟଙ୍କ ସ୍ତ୍ରୀଙ୍କୁ ଭୁବନେଶ୍ୱର ଏମ୍‌ସରେ ପେସେଣ୍ଟ ସର୍ଭିସ୍‌ ପଦବୀରେ ଚାକିରି କରାଇଦେବାକୁ କହିଥିଲେ। ଏଥିପାଇଁ ୨ ବର୍ଷ ତଳେ ଇରାନୀ ତାଙ୍କ ପାଖରୁ ମୋଟ୍‌ ୩ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଫୋନପେରେ ୧ ଲକ୍ଷ ୬୦ ହଜାର ଏବଂ ନଗଦ ଆକାରରେ ୨ ଲକ୍ଷ ଥିଲା। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ବଡ଼ ଅଧିକାରୀଙ୍କ ସହ ସମ୍ପର୍କ ଥିବା ତାଙ୍କୁ କହିଥିଲେ। ଏହି ଚାକିରି ମାସେ ମଧ୍ୟରେ କରାଇଦେବାକୁ କହିଥିଲେ ମଧ୍ୟ ଦିନ ଗଡ଼ାଇ ଚାଲିଥିଲେ। ସୌଭାଗ୍ୟ ଟଙ୍କା ମାଗିବାରୁ ଇରାନୀ ଏବଂ ତାଙ୍କ ସ୍ବାମୀ ତାଙ୍କୁ ଧମକ ଓ ଗାଳିଗୁଲଜ ଦେଉଥିଲେ। ଏପରିକି ମିଛ ବଳାତ୍କାର ମାମଲାରେ ଫସାଇଦେବାକୁ ଇରାନୀ ତାଙ୍କୁ ଧମକାଇଥିଲେ। ତେବେ ଇରାନୀ ଏଭଳି ଚାକିରି ଆଳରେ ଏକାଧିକ ଲୋକଙ୍କୁ ଫସାଇଥିବା ପୋଲିସ ସନ୍ଦେହ କରୁଛି। ସୌଭାଗ୍ୟଙ୍କ ଏତଲାକୁ ଆଧାରକରି ପୋଲିସ ଏକ ମାମଲା ରୁଜୁ କରିଛି। ଇରାନାଙ୍କ ଗ୍ୟାଙ୍ଗ ବିରୋଧରେ ମାମଲା ସଂଖ୍ୟା ୪ରେ ପହଞ୍ଚିଛି। ସେପଟେ ଲୋକ ଲଜ୍ଜା ଭୟରେ ଇରାନୀଙ୍କ ଦ୍ୱାରା ଲୁଟ୍‌ ଓ ଠକେଇର ଶିକାର ହୋଇଥିବା ଅନେକ ଲୋକ ଅଭିଯୋଗ କରୁ ନ ଥିବା ଜଣାପଡ଼ିଛି। ଇରାନୀ ସୋସିଆଲ ମିଡିଆରେ ବଡ଼ବଡ଼ିଆଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ସେ ତମାଣ୍ଡୋ ନାରଗୋଦା ଅଞ୍ଚଳରେ ଏକ ଡୁପ୍ଲେକ୍ସ ଘରକୁ ଭଡ଼ା ନେଇ ସମସ୍ତଙ୍କୁ ଡାକି ଗୃହବନ୍ଦୀ କରି ଫସାଉଥିଲେ। ଡିନର୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ଘରକୁ ଆସିବା ପରେ ସ୍ବାମୀ ଓ ସହଯୋଗୀମାନେ ତାଙ୍କୁ ଘେରି ମାଡ଼ ମାରୁଥିଲେ। ଟଙ୍କା ଦେବା ପାଇଁ ମନା କଲେ ଇରାନୀ ତାଙ୍କୁ ବଳାତ୍କାର ମାମଲାରେ ଫସାଇ ଦେବାକୁ କହି ବ୍ଲାକ୍‌ମେଲ୍‌ କରୁଥିଲେ। ତେବେ ଇରାନୀଙ୍କ ଜବତ ୨ ମୋବାଇଲକୁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପୋଲିସ ପଠାଇଛି। ସେଥିରେ ମେସେଞ୍ଜର, ହ୍ବାଟସଆପ୍‌ ଚାଟ୍‌ ଓ ସିଡିଆର୍‌ ଆଦିର ତଥ୍ୟ ହାସଲ ଚାଲିଛି। ଏହି ତଥ୍ୟରୁ ବହୁ ଗୁମର ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି। ସେପଟେ ଶନିବାର ସ୍ବାମୀ ନିଶାକାନ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ। ଏହାପରେ ଇରାନୀଙ୍କୁ ମଧ୍ୟ ରିମାଣ୍ଡରେ ଆଣି ଜେରା କରି ହନିଟ୍ରାପ୍‌ ମାୟାଜାଲ ବିଷୟରେ ବହୁ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri