ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍ଲାଇନ ଆପ୍ ଓଏଲ୍ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍ ନମ୍ବରକୁ କେହି ଜଣେ ଠକ ଫୋନ୍ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ୱାସଭାଜନ ହେବାସହ ଘର ଭଡ଼ାରେ ନେବାକୁ କହି ଅଗ୍ରିମ ଟଙ୍କା ଦେବା ପରିବର୍ତ୍ତେ ଘର ମାଲିକ କେ. ରୋହିତଙ୍କଠାରୁ ଓଲଟା ୩ ଲକ୍ଷ ୪୪ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଜାଣିବା ପରେ ଘର ମାଲିକ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନଂ.୪୭/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ରଙ୍ଗୁଣୀବନ୍ଧ ସାହିର କେ.ରୋହିତ ଏହି ଅଭିଯୋଗ କରିଛନ୍ତି। ଓଏଲ୍ଏକ୍ସରେ ଘର ଭଡ଼ା ପାଇଁ ଦେଇଥିବା ମୋବାଇଲ୍ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍ ଆସିଲା। ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ରଙ୍ଗେଇଲୁଣ୍ଡା ଆର୍ମି ଏଡି କଲେଜକୁ ତାଙ୍କର ବଦଳି ହୋଇଥିବାରୁ ସେ ଘର ଭଡ଼ା ନେବାକୁ ଚାହୁଁଥିବା କହିଥିଲେ। ମାଲିକ ଜଣକ ତାଙ୍କୁ ଘର ଦେଖି ଆସିବା ପାଇଁ କହିଥିଲେ। କିନ୍ତୁ ସେ ବିଜ୍ଞାପନରେ ଦେଖିଥିବା ଘର ଫଟୋ ଦେଖି ସନ୍ତୁଷ୍ଟ ଥିବା କହିଥିଲେ। ଏହାପରେ ମୋତେ ସେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ କେୱାଇସି ଡିଟେଲ୍ ପଠାଇବାକୁ କହିଥିଲେ। ଇଣ୍ଡିଆନ୍ ଆର୍ମିର ବ୍ୟବସ୍ଥା ମୁତାବକ କୁଆଡ଼େ ସେସବୁ ଅଫିସରେ ଦାଖଲ କଲାପରେ ଯାଇ ସାଧାରଣ ଲୋକଙ୍କ ସହ ଅର୍ଥ ନେଣଦେଣ କରିପାରିବେ ବୋଲି କହିଥିଲେ। ଏହି କଥାକୁ ବିଶ୍ୱାସ କରି ସମସ୍ତ ବ୍ୟାଙ୍କ ଡିଟେଲ୍ସ ତାଙ୍କୁ ଦେଇଥିଲେ। ପରେ ତାଙ୍କ କହିବା ଅନୁଯାୟୀ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧ଟଙ୍କା ତାଙ୍କ ଆକାଉଣ୍ଟକୁ ଅନ୍ଲାଇନ୍ ଟ୍ରାନ୍ସଫର୍ କରିଥିଲେ। ତା’ପରେ ୯୯୯୯ ଟଙ୍କା ପଠାଇଲେ ୨୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କହିଥିଲେ। ସେତିକି ପରିମାଣର ଟଙ୍କା ପଠାଇବା ପରେ ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ଜାରି ରହିଛି, ତେଣୁ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ। ଏଭଳି ସେ ବିଭିନ୍ନ ବାହାନା କରି ୯ଥରରେ ମୋଟ ୩ ଲକ୍ଷ ୪୪ ହଜାର ଟଙ୍କା ମାଗି ନେଇଥିଲେ। ପୁଣି ଶେଷଥର ପାଇଁ ୯୯,୫୦୦ ଟଙ୍କା ମାଗିବାରୁ ଘର ମାଲିକ ମନାକରି ଦେଇଥିଲେ। ତଥାପି ସେ ବାଧ୍ୟ କରିଥିଲେ, ଉପରୋକ୍ତ ଟଙ୍କା ଜମା କଲେ ପୂର୍ବରୁ ଡିପୋଜିଟ୍ କରିଥିବା ସମସ୍ତ ଟଙ୍କା ପେରସ୍ତ ଆସିଯିବ ବୋଲି। ନଚେତ୍ ୭-୧୦ ଦିନ ମଧ୍ୟରେ ଚେକ୍ ଆସିବ ବୋଲି କହିଥିଲେ। ତେବେ ସେତେବେଳକୁ ଘର ମାଲିକ ଜଣକ ଠକ ହାବୁଡ଼ରେ ପଡ଼ି ଯାଇଥିବା ଅନୁଭବ କରି ମନାକରି ଦେଇଥିଲେ।
ଓଏଲ୍ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ
ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…
ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…
ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….
ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…
ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା
କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…
ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ
ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍ଟି ଏଲ୍ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…
ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…
ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

