ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ

ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍‌ଲାଇନ ଆପ୍‌ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍‌ ନମ୍ବରକୁ କେହି ଜଣେ ଠକ ଫୋନ୍‌ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ୱାସଭାଜନ ହେବାସହ ଘର ଭଡ଼ାରେ ନେବାକୁ କହି ଅଗ୍ରିମ ଟଙ୍କା ଦେବା ପରିବର୍ତ୍ତେ ଘର ମାଲିକ କେ. ରୋହିତଙ୍କଠାରୁ ଓଲଟା ୩ ଲକ୍ଷ ୪୪ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଜାଣିବା ପରେ ଘର ମାଲିକ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନଂ.୪୭/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ରଙ୍ଗୁଣୀବନ୍ଧ ସାହିର କେ.ରୋହିତ ଏହି ଅଭିଯୋଗ କରିଛନ୍ତି। ଓଏଲ୍‌ଏକ୍ସରେ ଘର ଭଡ଼ା ପାଇଁ ଦେଇଥିବା ମୋବାଇଲ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ରଙ୍ଗେଇଲୁଣ୍ଡା ଆର୍ମି ଏଡି କଲେଜକୁ ତାଙ୍କର ବଦଳି ହୋଇଥିବାରୁ ସେ ଘର ଭଡ଼ା ନେବାକୁ ଚାହୁଁଥିବା କହିଥିଲେ। ମାଲିକ ଜଣକ ତାଙ୍କୁ ଘର ଦେଖି ଆସିବା ପାଇଁ କହିଥିଲେ। କିନ୍ତୁ ସେ ବିଜ୍ଞାପନରେ ଦେଖିଥିବା ଘର ଫଟୋ ଦେଖି ସନ୍ତୁଷ୍ଟ ଥିବା କହିଥିଲେ। ଏହାପରେ ମୋତେ ସେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ କେୱାଇସି ଡିଟେଲ୍‌ ପଠାଇବାକୁ କହିଥିଲେ। ଇଣ୍ଡିଆନ୍‌ ଆର୍ମିର ବ୍ୟବସ୍ଥା ମୁତାବକ କୁଆଡ଼େ ସେସବୁ ଅଫିସରେ ଦାଖଲ କଲାପରେ ଯାଇ ସାଧାରଣ ଲୋକଙ୍କ ସହ ଅର୍ଥ ନେଣଦେଣ କରିପାରିବେ ବୋଲି କହିଥିଲେ। ଏହି କଥାକୁ ବିଶ୍ୱାସ କରି ସମସ୍ତ ବ୍ୟାଙ୍କ ଡିଟେଲ୍ସ ତାଙ୍କୁ ଦେଇଥିଲେ। ପରେ ତାଙ୍କ କହିବା ଅନୁଯାୟୀ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧ଟଙ୍କା ତାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ଟ୍ରାନ୍ସଫର୍‌ କରିଥିଲେ। ତା’ପରେ ୯୯୯୯ ଟଙ୍କା ପଠାଇଲେ ୨୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କହିଥିଲେ। ସେତିକି ପରିମାଣର ଟଙ୍କା ପଠାଇବା ପରେ ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ଜାରି ରହିଛି, ତେଣୁ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ। ଏଭଳି ସେ ବିଭିନ୍ନ ବାହାନା କରି ୯ଥରରେ ମୋଟ ୩ ଲକ୍ଷ ୪୪ ହଜାର ଟଙ୍କା ମାଗି ନେଇଥିଲେ। ପୁଣି ଶେଷଥର ପାଇଁ ୯୯,୫୦୦ ଟଙ୍କା ମାଗିବାରୁ ଘର ମାଲିକ ମନାକରି ଦେଇଥିଲେ। ତଥାପି ସେ ବାଧ୍ୟ କରିଥିଲେ, ଉପରୋକ୍ତ ଟଙ୍କା ଜମା କଲେ ପୂର୍ବରୁ ଡିପୋଜିଟ୍‌ କରିଥିବା ସମସ୍ତ ଟଙ୍କା ପେରସ୍ତ ଆସିଯିବ ବୋଲି। ନଚେତ୍‌ ୭-୧୦ ଦିନ ମଧ୍ୟରେ ଚେକ୍‌ ଆସିବ ବୋଲି କହିଥିଲେ। ତେବେ ସେତେବେଳକୁ ଘର ମାଲିକ ଜଣକ ଠକ ହାବୁଡ଼ରେ ପଡ଼ି ଯାଇଥିବା ଅନୁଭବ କରି ମନାକରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣା : ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ରସୁଲପୁର, ୭ା୬(ଡି.ଏନ.ଏ.):  ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣାରେ ଜଣେ ଯୁବତୀ ଗୁରୁବାର ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରସୁଲପୁର ବ୍ଲକ ଅନ୍ତର୍ଗତ...

ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର : ଆପତ୍ତିଜନକ ଅବସ୍ଥାରେ ଗଲେ ଥାନାକୁ

ଭଦ୍ରକ ଅଫିସ,୨୧।୨: ଭଦ୍ରକ ସହରରେ ଖୋଲାଖୋଲି ଚାଲିଥିଲା ଦେହବେପାର। ପୋଲିସ ମୁଖ୍ୟାଳୟର ଅନତି ଦୂର ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡାଘରେ ଚାଲୁଥିବା ସେକ୍ସ ରାକେଟ...

ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ: ଭୂମିପୂଜା କଲେ ତହସିଲଦାର

ଗଞ୍ଜାମ ,୩୧।୮(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ l ଏଥିପାଇଁ ପବିତ୍ର ଗଣେଶ ପୂଜା ଏବଂ ସ୍ବାୟତ୍ତ ଶାସନ ଦିବସ ଅବସରରେ...

ଆବାସ ଯୋଜନା ବାଟବଣା: ପ୍ରକୃତ ହିତାଧିକାରିଙ୍କୁ ମିଳୁନି ଗୃହ

ଅତାବିରା, ୧ା୫(ଡି.ଏନ.ଏ.)- ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମାଞ୍ଚଳରେ ଗରୀବ ଶ୍ରେଣୀ ପରିବା ଦୀର୍ଘ ବର୍ଷ ଧରି ପୁଆଳ, ନଡ଼ାରେ ତିଆରି...

ନନ୍ଦନକାନନରୁ ମିଜୋରାମ ଗଲା ୨ ବାଘ

ବାରଙ୍ଗ,୨୮।୩(ଡି.ଏନ୍‌.ଏ.):ଦୀର୍ଘଦିନର ବ୍ୟବଧାନ ପରେ ନନ୍ଦନକାନନରେ ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ନନ୍ଦନକାନନରୁ ସୋମବାର ଅପରାହ୍ନରେ ଦୁଇ ସାଧାରଣ (ନାଲି) ବାଘ ମିଜୋରାମର...

ପୁରୀରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ, ୮୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ପୁରୀ ଅଫିସ,୨୯।୫: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୬ରେ...

ପୁରୀ ବେଳାଭୂମିରେ ଭାସି ଆସି ଲାଗିଛି ବିରାଟ ଶକ୍ତି କୁଣ୍ଡ

ପୁରୀ ଅଫିସ,୧ା୬: ପୁରୀ ସମୁଦ୍ର ବେଳାଭୂମିରେ ଏକ ବିରାଟ ଶକ୍ତି କୁଣ୍ଡ ଲାଗିଛି। ଶିବ ଲିଙ୍ଗକୁ ଘେରି ରହୁଥିବା ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା...

ଧାମନଗର ଉପନିର୍ବାଚନ ପରବର୍ତ୍ତୀ ହିଂସା: ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଭଦ୍ରକ ଅଫିସ,୫।୧୧: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ସରିବା ପରେ ଶୁକ୍ରବାର ସନ୍ଧ୍ୟାରେ ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ପାଇକ ସାହିରେ ନିର୍ବାଚନ ପରବର୍ତ୍ତୀ ହିଂସା...

Advertisement
Archives

Model This Week