Posted inଖେଳ

ବାରବାଟୀରେ ହାରିଲା ଟିମ୍‌ ଇଣ୍ଡିଆ

କଟକ ଅଫିସ,୧୨।୬: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ଟିମ୍‌ ଇଣ୍ଡିଆକୁ ହରାଇ ଦେଇଛି। ଏହି ବିଜୟ ସହ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ କରିଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଥରେ ଅନ୍‌ଲକି ସାବ୍ୟସ୍ତ ହୋଇଛି ବାରବାଟୀ ଷ୍ଟାଡିୟମ୍‌। ଏହି ଗ୍ରାଉଣ୍ଡରେ ପୁଣି ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ ଫେଲ ମାରିଥିଲା। ଟପ୍‌ ଅର୍ଡର ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ବଡ଼ ସ୍କୋର ଛିଡ଼ା କରିପାରି ନ ଥିଲା। ଶେଷ ଆଡ଼କୁ ଦୀନେଶ କାର୍ତ୍ତିକଙ୍କ ଅପରାଜିତ ୩୦ ରନ ଯୋଗୁ ଭାରତୀୟ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୪୮ ରନ୍‌ କରିଥିଲା। ଜବାବରେ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ଭ୍ରମଣକାରୀ ଦଳ ୨୯ ରନ୍‌ରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ହେନରିଚ୍‌ କ୍ଲାସେନ (୮୧ ରନ୍‌, ୭ ଚୌକା ଓ ୫ ଛକା) ଓ ଅଧିନାୟକ ଟେମ୍ବା ବଭୁମା (୩୫ ରନ୍‌, ୪ ଚୌକା ଓ ୧ ଛକା) ଭାରତ ଠାର ୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଶେଷ ଆଡ଼କୁ ଭୁବନେଶ୍ୱର ପୁଣି ଉଇକେଟ ନେଇଥିଲେ ମଧ୍ୟ ମ୍ୟାଚ୍‌ର ଫଳାଫଳ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ଉଇକେଟ ହରାଇ ୧୪୯ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri