Posted inଫୁରସତ

୨୯୮ କେ.ଜି.ର ମଣିଷ

ଲଣ୍ଡନ: ମୋଟାପା ହେଉଛି ଅନେକ ରୋଗର ଗନ୍ତାଘର। ସେଥିପାଇଁ ଲୋକେ ଏବେ ଫିଟ୍‌ନେସ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ନିକଟରେ ବ୍ରିଟେନର ଜଣେ ବ୍ୟକ୍ତି ତାଙ୍କ ମୋଟାପା କାରଣରୁ ଚର୍ଚ୍ଚାରେ ଅଛନ୍ତି। ୩୩ ବର୍ଷୀୟ ଜଶନ ହଲଟନଙ୍କ ଓଜନ ୨୯୮ କିଲୋ। ଅଧିକ ମୋଟା କାରଣରୁ ତାଙ୍କ ଦେହରେ ରକ୍ତ ଜମାଟ ବାନ୍ଧି ଦେଇଛି। ଫଳରେ ତାଙ୍କର ଜୀବନ ଯିବା ଭଳି ସମ୍ଭାବନା ରହିଛି। ତେବେ ଡାକ୍ତର ତାଙ୍କ ଶରୀର ଏକ୍ସ-ରେ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ସେ ଯେତେବେଳେ ଏକ୍ସ-ରେ ପାଇଁ ଗଲେ, ସେତେବେଳେ ଏକ୍ସ-ରେ ମେଶିନ ତାଙ୍କ ଓଜନ ସମ୍ଭାଳି ନ ପାରି ଭାଙ୍ଗି ଯାଇଥିଲା। ପରେ ତାଙ୍କୁ ଚିଡିଆଖାନାକୁ ପଠାଇ ଦିଆଗଲା। ସେଠାରେ ପ୍ରାଣୀଙ୍କ ପାଇଁ ଥିବା ମେଶିନରେ ତାଙ୍କର ଏକ୍ସ-ରେ କରାଗଲା। ଜଶନ ସେତେବେଳେ ଚର୍ଚ୍ଚାକୁ ଆସିଲେ, ଯେତେବେଳେ ତାଙ୍କୁ ଘରୁ ଏକ କ୍ରେନ୍‌ ସାହାଯ୍ୟରେ ବାହାରକୁ କଢାଗଲା। ତାଙ୍କୁ ବାହାର କରିବାକୁ ମୋଟ ୩୦ ଦମକଳ ବାହିନୀ ନିଯୁକ୍ତ ହୋଇଥିଲେ। ଗତ କିଛିଦିନ ହେବ ଜଶନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ପୂର୍ବରୁ ଜଶନ କେବଳ ଖାଇବାକୁ ପସନ୍ଦ କରୁଥିଲେ। ଘରୁ କୁଆଡ଼େ ବାହାରକୁ ଯିବାକୁ ଇଚ୍ଛା କରୁ ନ ଥିଲେ। ଜଶନଙ୍କ ମା’ ତାଙ୍କର ସମସ୍ତ ଧ୍ୟାନ ରଖନ୍ତି। ଡାକ୍ତରଙ୍କ କହିବା କଥା ଯେ ଏପରି ମୋଟାପଣରେ ୪୦ରୁ ଅଧିକ ବୟସ ବଞ୍ଚିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri