ମାଟିରେ ମିଶିଲା ୨୯୬ ବର୍ଷାଜଳ ଅମଳ ପ୍ରକଳ୍ପ

ନବରଙ୍ଗପୁର,୨୦।୫(ବି.ପ୍ର.): କରୋନା କାଳରେ ଜୀବିକା ହରାଇଥିବା ସହରାଞ୍ଚଳର ଶ୍ରମିକ ଓ ଏସ୍‌ଏଚ୍‌ଜି ମହିଳାଙ୍କୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା) କାର୍ଯ୍ୟକାରୀ କରିଥିଲେ। ତେବେ ଏହି ଯୋଜନାରେ ନବରଙ୍ଗପୁର ପୌରାଞ୍ଚଳରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଅଧାରୁ ଅଧିକ ପ୍ରକଳ୍ପ ଏବେ ଖୋଜିଲେ ମିଳୁ ନ ଥିବା ବେଳେ ଅଧିକାଂଶ ମାଟିରେ ମିଶିଗଲାଣି। ସେହିଭଳି କିଛି ପ୍ରକଳ୍ପ ମନଇଚ୍ଛା ଏଣେତେଣେ ନିର୍ମାଣ କରିଥିବାରୁ କୌଣସି ଫଳପ୍ରଦ ହେଉ ନ ଥିବା ଅଭିଯୋଗ ଆସିଛି। ନବରଙ୍ଗପୁର ପୌରପାଳିକାର ଦଶହରାପଦା ସାହି ଓ ମହିଳା ମହାବିଦ୍ୟାଳୟ ସମ୍ମୁଖ ଶ୍ମଶାନ ଘାଟରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳ ପ୍ରକଳ୍ପ ଏବଂ ୪ ନମ୍ବର ଓ୍ବାର୍ଡସ୍ଥିତ ଏକ ସ୍କୁଲ ପାଚେରି ଭିତରେ ହୋଇଥିବା ପ୍ରକଳ୍ପକୁ ଦେଖିଲେ ସହଜରେ ଅନୁମେୟ। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ପ୍ରକଳ୍ପଗୁଡିକ କାର୍ଯ୍ୟରେ ଆସିବା ପୂର୍ବରୁ ମାଟିରେ ମିଶିଲାଣି ତ ଆଉ କେଉଁଠି ଗଛଲତା ମାଡ଼ିଗଲାଣି। କେଉଁଠି ପ୍ରକଳ୍ପର ଚିହ୍ନ ମଧ୍ୟ ନାହିଁ। ପୌରାଞ୍ଚଳବାସୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଥିବାବେଳେ ପୋରାଧ୍ୟକ୍ଷ ମଧ୍ୟ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l
ନବରଙ୍ଗପୁର ପୌରାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇବା ସହ ନିମ୍ନଗାମୀ ଭୂତଳ ଜଳସ୍ତରରୁ ଊର୍ଦ୍ଧ୍ୱାଭିମୁଖୀ କରିବାକୁ ମୁକ୍ତା ଯୋଜନାରେ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ନବରଙ୍ଗପୁର ପୌରାଞ୍ଚଳରେ ୨ଟି ପର୍ଯ୍ୟାୟରେ ୩୩୦ ପ୍ରକଳ୍ପ ନିମନ୍ତେ ୮୦ ଲକ୍ଷ ୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ସେଥିମଧ୍ୟରୁ ପୌରାଞ୍ଚଳର ୧୭ ୱାର୍ଡର ବିଭିନ୍ନ ସ୍ଥାନରେ ୨ ପର୍ଯ୍ୟାୟରେ ୬୮ ଲକ୍ଷ ୫୭ ହଜାର ଖର୍ଚ୍ଚ ହୋଇ ୨୯୬ଟି ପ୍ରକଳ୍ପ କରାଯାଇଛି। ବଳକା ୩୪ ପ୍ରକଳ୍ପ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇ ନ ଥିବାରୁ କାମ ଆରମ୍ଭ ହୋଇନାହିଁ। ସେ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ପୌରପାଳିକା ଖାତାରେ ୧୪.୭୩ ଲକ୍ଷ ଟଙ୍କା ରହିଛି। ଗୋଟିଏ ପ୍ରକଳ୍ପ ପାଇଁ ସର୍ବନିମ୍ନ ୨୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୪୮ଟି ଲେଖାଏ ପିଟ୍‌ ନିର୍ମାଣ କରାଯାଇଥିଲା। ପ୍ରତି ପିଟ୍‌ ୬ ମିଟର ଓ ଗଭୀର ୬ ଫୁଟ୍‌ ଥିଲା। ଯେଉଁ ସ୍ଥାନରେ ପାଣି ଗଡ଼ିଯାଇ ନଷ୍ଟ ହେଉଛି, ସେଠି ଏହି ପିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ୬ ଦିନ ମଧ୍ୟରେ ପିଟ୍‌ ନିର୍ମାଣ କରି ଶ୍ରମିକଙ୍କ ମଜୁରି ବାବଦରେ ପ୍ରତି ପ୍ରକଳ୍ପ ପିଛା ପ୍ରାୟ ୮ ହଜାର ୧୪୨ ଟଙ୍କା ଦେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ବଳକା ଟଙ୍କା ସିମେଣ୍ଟ, ଇଟା ଆଦି ଅନ୍ୟ ନିର୍ମାଣ ସାମଗ୍ରୀ ବାବଦରେ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଥିଲା। ଅଧିକାରୀମାନେ କିନ୍ତୁ ଏହି ଯୋଜନାରେ ଠିକ୍‌ ସ୍ଥାନ ଚିହ୍ନଟ କଲେନାହିଁ। ଯେଉଁଠି ଖାଲି ପାଇଲେ ସେଠି ପିଟ୍‌ ଖୋଳି ମନଇଚ୍ଛା ପ୍ରକଳ୍ପ କରିଚାଲିଲେ। ସେଥିରୁ ଅଧିକାଂଶ ପିଟ୍‌ ନିର୍ମାଣର କିଛି ମାସ ମଧ୍ୟରେ ହିଁ ପୋତି ହୋଇଯାଇଛି। ପାଚେରି ପାର୍ଶ୍ୱ, ଖୋଲାପଡ଼ିଆ, ଶ୍ମଶାନ ପାଖରେ ପିଟ୍‌ ଖୋଳି ପ୍ରକଳ୍ପ କରିଥିଲେ। କେଉଁଠି ଉଚ୍ଚା ହୋଇଥିବାବେଳେ ଆଉ କେଉଁଠି ପୋତି ହୋଇଯାଇଛି। ନିମ୍ନମାନର କାମ ଯୋଗୁ ଟୋପାଏ ପାଣି ଗ୍ରାଉଣ୍ଡ ରିଚାର୍ଜ ହୋଇପାରୁ ନ ଥିବା ନବରଙ୍ଗପୁର ବାସିନ୍ଦା ସୁବ୍ରତ ମିଶ୍ର, ଦେବଦାସ ମହାକୁଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିଭଳି ଏହି ପ୍ରକଳ୍ପ ନିର୍ମାଣ, କାର୍ଯ୍ୟକାରିତା ଓ ପ୍ରଶାସନର ସ୍ବଚ୍ଛତାକୁ ନେଇ ୪ ନମ୍ବର ଓ୍ବାର୍ଡ କାଉନ୍‌ସିଲର ଶର୍ମିଷ୍ଠା ଦେଓ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାରୀ ତଥ୍ୟ ଓ ଗ୍ରାଉଣ୍ଡ ଜିରୋର ବାସ୍ତବିକ ତଥ୍ୟ ମଧ୍ୟରେ ତାଳମେଳ ନ ଥିବା ସହ ତାଙ୍କ ୱାର୍ଡରେ କେବଳ ୪ଟି ପିଟ୍‌ ହୋଇଛି। ଏଥିସହ ୫ ନମ୍ବର ୱାର୍ଡରେ ଗୋଟିଏ ବି ପିଟ୍‌ ନିର୍ମାଣ କରାଯାଇ ନ ଥିବା ସେ କହିଛନ୍ତି। ୨୯୬ ବଦଳରେ ମାତ୍ର ୧୦୦ ପିଟ୍‌ ତିଆରି କରାଯାଇ ଟଙ୍କା ଆତ୍ମସାତ୍‌ ହୋଇଛି ବୋଲି ସେ କହିଛନ୍ତି। ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ତିଆରି ହୋଇଥିବା ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ହେଉ ନ ଥିବା ସେ କହିଛନ୍ତି। ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାର ତଦନ୍ତ କରାଯିବ। ଯଦି କିଏ ଦୋଷୀ ଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଟଙ୍କା ଫେରସ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?