୨୯୨ ଆପତ୍ତିଜନକ ପୋଷ୍ଟ୍‌ ବ୍ଲକ୍‌ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୩ା୫(ସତ୍ୟଜିତ୍‌ ରାଉତ):ଚଳିତ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ପ୍ରଚାର ପାଇଁ ଡିଜିଟିଲ୍‌ ଦୁନିଆକୁ ନେତାମାନେ ଆପଣାଇଥିବାବେଳେ ସମର୍ଥକମାନେ ବିଭିନ୍ନ ଆପତ୍ତିଜନକ ପୋଷ୍ଟ କରିବାକୁ ମଧ୍ୟ ପଛାଉନାହାନ୍ତି। ଏଭଳିସ୍ଥିତିରେ ଅବାଧ, ମୁକ୍ତ, ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପାଇଁ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ସ୍ଥିତି ଉପରେ ସ୍ବତନ୍ତ୍ର ନଜର ରଖି କଡ଼ା ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚରେ ନୂଆ କରି ଖୋଲାଯାଇଥିବା ସୋସିଆଲ ମିଡିଆ ସେଲ୍‌ ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହୋଇଥିବା ୨୯୨ ଆପତ୍ତିଜନକ ପୋଷ୍ଟକୁ ବ୍ଲକ୍‌ କରାଯାଇଥିବା ଗୁରୁବାର ସୂଚନା ଦିଆଯାଇଛି। ଏହି ପୋଷ୍ଟଗୁଡିକ ବିଭିନ୍ନ ରାଜନୈତିକ ଦଳର ସମର୍ଥକ ଓ ଅନ୍ୟ ଗ୍ରୁପ ପକ୍ଷରୁ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍‌ ଓ ଏକ୍ସରେ ହୋଇଥିଲା। କ୍ରାଇମବ୍ରାଞ୍ଚ ସୂଚନା ଅନୁଯାୟୀ, ଫେସ୍‌ବୁକ୍‌ରେ ୨୯୮ ପୋଷ୍ଟ ଓ ଇନ୍‌ଷ୍ଟାଗ୍ରାମରେ ୧୯୦ଟି ପୋଷ୍ଟକୁ ହଟାଇବାକୁ ଅନୁରୋଧ କରାଯାଇଥିଲା। ମେଟା ପକ୍ଷରୁ ଫେସ୍‌ବୁକ୍‌ରୁ ୧୮୧ ଓ ଇନ୍‌ଷ୍ଟାଗ୍ରମରୁ ୧୧୦ ପୋଷ୍ଟକୁ ବ୍ଲକ୍‌ କରାଯାଇଛି। ସେହିପରି ୟୁଟ୍ୟୁବ୍‌ରେ ୩ଟି କଣ୍ଟେଣ୍ଟ୍‌କୁ ହଟାଇବାକୁ ଅନୁରୋଧ କରାଯାଇଥିବା ବେଳେ ଗୋଟିଏକୁ ଗୁଗଲ ପକ୍ଷରୁ ବ୍ଲକ୍‌ କରାଯାଇଛି। ମାର୍ଚ୍ଚ ୧୬ରୁ ଏନେଇ ୨ଟି ମାମଲା ରୁଜୁ କରାଯାଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ସିଆର୍‌ପିସି ଦଫା ୪୧-ଏରେ ନୋଟିସ୍‌ ଦିଆଯାଇ ଛଡ଼ାଯାଇଛି। ସେହିପରି ବିଭିନ୍ନ ସୋସିଆଲ ମିଡିଆରେ ୨୭୫ରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ନଜର ରଖାଯାଇ ତଦାରଖ କରାଯାଉଛି। ନିୟମ ଉଲ୍ଲଂଘନ କଲେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।
ନିର୍ବାଚନ କମିଶନ ଏବଂ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚରେ ସୋସିଆଲ ମିଡିଆ ସେଲ୍‌ ଖୋଲାଯାଇଛି। କ୍ରାଇମବ୍ରାଞ୍ଚ ଆଇଜି ଏହି ସେଲ୍‌ର ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି। ସାଇବର କମ୍ପ୍ଲେକ୍ସରେ କାମ କରୁଥିବା ଏହି ସେଲ୍‌ରେ ଜଣେ ଲେଖାଏ ଡିଏସ୍‌ପି, ଇନ୍ସପେକ୍ଟର, ଏସ୍‌ଆଇ ଓ ୪ଜଣ ଏଏସ୍‌ଆଇ ଏବଂ ଦୁଇଜଣ କନଷ୍ଟେବଳ ରହିଛନ୍ତି। ଏହି ସ୍ବତନ୍ତ୍ର ୟୁନିଟ୍‌ ନିୟମିତ ଭାବେ ବିଭିନ୍ନ ସୋସିଆଲ୍‌ ମିଡିଆରେ ସାଇବର ପାଟ୍ରୋଲିଂ ଜାରି ରଖିବା ସହ ରାଜୈନିତିକ ଘୃଣା, ଗାଳି ଗୁଲଜ ସମ୍ବନ୍ଧୀୟ ପୋଷ୍ଟ କରାଯାଉଥିବା ପେଜ୍‌ ଏବଂ ଆକାଉଣ୍ଟଗୁଡ଼ିକୁ ହଟାଇବା ପାଇଁ ପ୍ରକ୍ରିୟା ଜାରି ରଖିଛି। ବିଭିନ୍ନ ସୋସିଆଲ୍‌ ମିଡିଆ କମ୍ପାନୀର ନୋଡାଲ ଅଫିସରଙ୍କ ସହ ସିଧାସଳଖ ଯୋଗାଯୋଗ ରଖିଛି ଏହି ସ୍ବତନ୍ତ୍ର ସେଲ୍‌। ସେହିପରି ରାଜ୍ୟରେ ଜିଲା ସାଇବର ହେଲ୍ପ ଡେସ୍କ ଓ ଜିଲା ସାଇବର ମିଡିଆ ସେଲ୍‌ଗୁଡ଼ିକ ମଧ୍ୟ କାର୍ଯ୍ୟ କରୁଛି। ଜିଲାସ୍ତରରେ ସାଇବର ହେଲ୍ପ ଡେସ୍କ ପକ୍ଷରୁ ଏନେଇ ଅଭିଯୋଗ ଗ୍ରହଣ କରାଯାଉଛି। କ୍ରାଇମବ୍ରାଞ୍ଚର ସୋସିଆଲ୍‌ ମିଡିଆ ୟୁନିଟ୍‌ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇଦିଆଯିବା ସହ ଏନେଇ ତଦାରଖ କରାଯାଉଥିବା ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?