୬୦ଦିନ ପରେ ଜେଲରୁ ବାହାରିଲେ ୨୯ ଓକିଲ

ସମ୍ବଲପୁର,୧୨।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନଜନିତ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିବା ୨୯ ଜଣ ଆଇନଜୀବୀଙ୍କୁ ହାଇକୋର୍ଟ ଶୁକ୍ରବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଶନିବାର ସମ୍ବଲପୁର କୋର୍ଟରେ କାଗଜପତ୍ର ପ୍ରକ୍ରିୟା ଶେଷ ହେବା ପରେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଓକିଲମାନେ ଜେଲରୁ ବାହାରିଥିଲେ। ଜେଲ ବାହାରେ ଅପେକ୍ଷା କରିଥିବା ପରିବାର ପରିଜନଙ୍କ ସହ ସେମାନେ ଘରକୁ ଯାଇଥିଲେ। ହାଇକୋର୍ଟରେ ସର୍ତ୍ତ ରହିଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ କିମ୍ବା ଏକାଠି ହୋଇ ନ ଥିଲେ। ପ୍ରାୟ ୬୦ଦିନ ବ୍ୟବଧାନରେ ପରିବାର ଓ ପରିଜନଙ୍କୁ ଦେଖିବା ପରେ କେତେଜଣ ଆଇନଜୀବୀ ଭାବବିହ୍ବଳ ହୋଇପଡିଥିଲେ।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ଡିସେମ୍ବର ୧୨ରେ ଅଭାବନୀୟ ଘଟଣା ଘଟିଥିଲା। କୋର୍ଟ ଭଙ୍ଗାରୁଜା ସହ ବିଚାରପତିଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଘଟଣାରେ ପୋଲିସ ୨୯ ଓକିଲଙ୍କ ସମେତ ଜଣେ ବାର୍‌ କର୍ମଚାରୀ ଓ ୮ଜଣ କିନ୍ନର ମୋଟ ୩୮ଜଣଙ୍କୁ ଗିରଫ କରିଥିଲା। ଗିରଫ ସମ୍ପୃକ୍ତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା। ଏ ନେଇ ସମ୍ବଲପୁର ଟାଉନ ଥାନାରେ ରୁଜୁ ମାମଲାର ବିଚାର ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ବିଚାରାଧୀନ ରହିଛି। ତେବେ ଜାମିନରେ ମୁକୁଳିବା ପାଇଁ ସମ୍ବଲପୁର ଆଡିଶନାଲ ସେସନ୍ସ ଜଜ୍‌କୋର୍ଟରେ ହୋଇଥିବା ଆବେଦନ ଖାରଜ ହେବା ପରେ ସେମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଅନ୍ୟପଟେ ଏହି ଘଟଣାରେ ଗିରଫ ଅନ୍ୟ ୮ଜଣ କିନ୍ନରଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଜାମିନ ମିଳିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri