Advertisement

୨୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଖୋର୍ଦ୍ଧା ଅଫିସ,୩୦।୧୦: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ପରିଚାଳନା ପରିଷଦ ପାଇଁ ରବିବାର ମତଦାନ ଅନୁଷ୍ଠିତ ହେବ। ସ୍ଥାନୀୟ ବିଜେବି ହାଇସ୍କୁଲରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ଅପରାହ୍ନ ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ୧୧ଟି ଜୋନ୍‌ରେ ୨୨ ଶହ ଭୋଟର ରହିଛନ୍ତି। ସମସ୍ତ ଜୋନ୍‌ରେ ୧୯୯ ଭୋଟର ରହିଥିବା ବେଳେ କେବଳ ୧୫ନଂ. ଜୋନ୍‌ରେ ୨୧୦ ଭୋଟର ରହିଛନ୍ତି। ଏଥିପାଇଁ ୧୧ଟି ବୁଥ୍‌ କରାଯାଇଛି। ପ୍ରତି ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କୁ ମିଶାଇ ମୋଟ୍‌ ୪ଜଣ ନିୟୋଜିତ ରହିବେ। ସିସିଟିଭି ସର୍ଭେଲାନ୍ସରେ ନିର୍ବାଚନ ଆୟୋଜନ କରାଯିବ ବୋଲି ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି। ଭୋଟରମାନେ ଆଧାର କାର୍ଡ ସହ ଭୋଟ ଦେବାକୁ ଆସିବାକୁ ନିବେଦନ କରାଯାଇଛି। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶାନ୍ତିଶୃଙ୍ଖଳା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ରହିବେ।
ଜୋନ୍‌ ସଦସ୍ୟ ପାଇଁ ୫୧ ଜଣ ନାମାଙ୍କନ ଦାଖଲ କରିଥିଲେ। ସେଥିରୁ ଜଣଙ୍କର ନାମାଙ୍କନ ନାକଚ ହୋଇଥିଲା। ୪ଜଣ ଅପ୍ରତିଦ୍ୱନ୍ଦ୍ୱୀ ରହିଥିବା ବେଳେ ୧୧ ଜୋନ୍‌ରେ ୨୯ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ରବିବାର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଥିବା ବେଳେ ଭୋଟରଙ୍କ ମତଦାନ କାହା ସପକ୍ଷରେ ଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିର୍ବାଚନ ଦୌଡ଼ରେ ଶାସକ ଦଳ ସମର୍ଥିତ ୧୫ଜଣ ରହିଥିବା ବେଳେ ଭାଜପାରୁ ୫ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଜଣାପଡ଼ିଛି। ତେବେ ମୁଖ୍ୟତଃ ବିଜେଡି ଏବଂ ଭାଜପା ମଧ୍ୟରେ ଟକ୍କର ହେବ। ମତଦାନ ହେବାକୁ ଥିବା ୧୧ଟି ଜୋନ୍‌ରେ ବିଜେଡିର ପ୍ରଭାବ ରହିଥିବାରୁ ଶାସକ ଦଳ ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହେବା ଏବଂ ଚଳିତବର୍ଷ କମିଟି ଗଠନ କରିବା ଅଧିକ ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ୬ନଂ. ଜୋନ୍‌ରୁ ପ୍ରସନ୍ନ କୁମାର ଜାଲି, ୭ନଂ. ପଦ୍ମିନୀପ୍ରଭା ଷଡ଼ଙ୍ଗୀ, ୧୦ନଂ. ଜୟଶ୍ରୀ ଗଡ଼ନାୟକ ଏବଂ ୧୪ନଂ. ଜୋନ୍‌ରୁ ଅଭିଷେକ ସିଂସାମନ୍ତ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ୧ନଂ. ଜୋନ୍‌ ପାଇଁ କୃଷ୍ଣଚନ୍ଦ୍ର ବାରିକ, ପ୍ରଶାନ୍ତ କୁମାର ସାହୁ ଓ ସୁଧାଂଶୁ ଶେଖର ବଡ଼ଜେନା ପ୍ରାର୍ଥୀ ରହିଛନ୍ତି। ୨ନଂ.ରେ ପ୍ରକାଶ ଚନ୍ଦ୍ର ରାଉତରାୟ ଓ ସୌରୀ ସାହୁ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ୩ନଂ.ରେ ପବିତ୍ର ମୋହନ ମାଝି ଓ ସ୍ବପ୍ନେଶ୍ୱର ଜୟସିଂ, ୪ନଂ.ରେ ପ୍ରଦୀପ କୁମାର ବାରିକ ଓ ରମେଶ ଶ୍ରୀଚନ୍ଦନ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ୫ନଂ.ଜୋନ୍‌ରେ ୬ଜଣ ପ୍ରାର୍ଥୀ ବସନ୍ତ କୁମାର ସ୍ବାଇଁ, ବିଜୟ କୁମାର ଲେଙ୍କା, ଭି.କାମେଶ୍ୱର ଆଚାରୀ, ରଞ୍ଜନ କୁମାର ଛୋଟରାୟ, ହରିହର ସାହୁ ଓ ହିମାଦ୍ରୀ କୁମାର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବ। ୮ନଂ.ରେ ପ୍ରଶାନ୍ତ କୁମାର ଦାସ ଓ ବିପିନ ବିହାରୀ ପାତ୍ର, ୯ନଂ.ରେ କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରଶାନ୍ତ ଆଦିତ୍ୟ ଓ ଭାରତ ଭୂଷଣ ମହାନ୍ତିି ପ୍ରମୁଖ ରହିଛନ୍ତି। ୧୧ନଂ.ରେ ପଦ୍ମଚରଣ ମହାନ୍ତି ଓ ଭାବଗ୍ରାହୀ ସାହୁ, ୧୨ନଂ.ରେ ରୀନାରାଣୀ ବିଶ୍ୱାଳ, ଶ୍ରୀରଞ୍ଜନ ମଙ୍ଗରାଜ ଓ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ, ୧୩ ନଂ.ରେ ଝୁନି ପ୍ରଧାନ, ସୁମତି ଶତ୍ରୁସଲ୍ୟ ଏବଂ ୧୫ନଂ.ରେ ବିଜୟ କୁମାର ମଙ୍ଗରାଜ ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବ। ତେବେ ୫ନଂ. ଜୋନ୍‌ରେ କେସିସିବିର ପୂର୍ବତନ ମହାପ୍ରବନ୍ଧକ ହିମାଦ୍ରୀ ପ୍ରଧାନ ଏବଂ ସହ ପ୍ରବନ୍ଧକ ଭି. କାମେଶ୍ୱର ଆଚାରୀ ଏବଂ ୧୫ ନଂ.ଜୋନ୍‌ରେ ଭୁବନେଶ୍ୱର ସିଟି ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଜୟ ମଙ୍ଗରାଜ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ଅପରାହ୍ନରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୮।୭: ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଓ ଶନିବାର ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ହେଲେ ସା...

ମାଟୋଆ ନିର୍ବାଚନ: ନାମାଙ୍କନପତ୍ର ଦାଖଲ ଶେଷ

ଯୋଡ଼ା, ୧।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଆଗାମୀ ନିର୍ବାଚନ ନିମନ୍ତେ ଶୁକ୍ରବାର ଶେଷ ପଯର୍ର୍‌ୟାୟରେ...

ପଜିଟିଭ ଚିହ୍ନଟ ପରେ ଆସନ୍ନପ୍ରସବା ହଟହଟା: ଡାକ୍ତରଖାନାରୁ ରାତାରାତି ଚାଲିଯିବାକୁ କୁହାଗଲା

ବୌଦ୍ଧ,୨୩ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନାର ଆଉ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଜଣେ ଆସନ୍ନପ୍ରସବାଙ୍କୁ ଡାକ୍ତରଖାନାରୁ...

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଅଫିସ,୪ା୧: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌...

ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀଙ୍କ ଆପ୍ରାଣ ଉଦ୍ୟମ

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ରାଜ୍ୟ ସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦ରୁ ଆମରଣ ଅନଶନ

ରାଜନଗର,୭ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ କିମ୍ବଦନ୍ତୀର ଅନନ୍ୟ ସ୍ବାକ୍ଷର ସାତଭାଇର ଗାଁ ସାତଭାୟାର ସମସ୍ତ ପରିବାର ଭିଟାମାଟି ହରାଇବା ପରେ ଏବେ ବଗପାଟିଆଠାରେ ନୂଆ ଠିକଣାରେ ବସବାସ...

ପରିତ୍ୟକ୍ତ ଘରେ ରହୁଥିବା ଦମ୍ପତି ଗାଁକୁ ଫେରିଲେ

  ଲଖନପୁର,୨୫ା୪(ଡି.ଏନ୍‌.ଏ.)-ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ କେତେକ ସ୍ଥାନରେ କରୋନା ସନ୍ଦିଗ୍ଧ ବ୍ୟକ୍ତିମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ।  ଏଥିସହିତ ସେମାନେ...

ଏମିତି ବି ମୃତ୍ୟୁ ଆସେ: ଭତ୍ତା ଟଙ୍କା ଆଣିବା ହେଲା ସ୍ବପ୍ନ

ଖଇରା,୧୬।୩(ଡି.ଏନ୍‌.ଏ.): ମୃତ୍ୟୁ କାହାକୁ କେତେ ବେଳେ ମଧ୍ୟ କବଳିତ କରିପାରେ। ଭତ୍ତା ଆଣିବା ରହିଗଲା ସ୍ବପ୍ନରେ। ଅଧା ରାସ୍ତାରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ...

Advertisement
Archives

Model This Week