ବଜାୟ ରହିଲା ସ୍ବୟଂଶାସିତ ମାନ୍ୟତା

ଢେଙ୍କାନାଳ ଅଫିସ, ୨୨।୭

ଢେଙ୍କାନାଳ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରହିଛି। ୨୦୨୩ ଯାଏ ଏହାକୁ ଅଟୋନମସ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଗତ ୧୫ ତାରିଖରେ ୟୁଜିସି ପକ୍ଷରୁ ଚିଠି ନଂ.ଏଫ୍‌. ୨୨-୧/୨୦୧୭ ଏସ୍‌ସିରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଅଧ୍ୟକ୍ଷା ଡ. ରଶ୍ମି ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ନାକ୍‌ ଟିମ୍‌ ପକ୍ଷରୁ କଲେଜକୁ ୨୦୨୧ ପର୍ଯ୍ୟନ୍ତ ବି++ ଗ୍ରେଡ୍‌ ମିଳିଛି। ମହାବିଦ୍ୟାଳୟରେ ଇତିହାସ, ବାଣିଜ୍ୟ ଏବଂ ଉଦ୍ଭିଦ ବିଜ୍ଞାନରେ ପିଜି ପାଠ୍ୟକ୍ରମ ରହିଥିବାବେଳେ ରସାୟନ ବିଜ୍ଞାନ, ସଂସ୍କୃତ ଏବଂ ଓଡ଼ିଆରେ ନୂତନ ପିଜି ଶ୍ରେଣୀ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିବା ଅଧ୍ୟକ୍ଷା କହିଛନ୍ତି। କଲେଜର ସ୍ବୟଂଶାସିତ ମାନ୍ୟତା ବଜାୟ ରହିବାକୁ ନେଇ ଦୀର୍ଘଦିନ ହେଲା ଚାଲିଥିବା ଦ୍ୱନ୍ଦ୍ୱରେ ୟୁଜିସିର ଚିଠି ଯବନିକା ପକାଇଥିବାବେଳେ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି।
ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ନବୀକରଣ ପାଇଁ ୨୦୧୮ ନଭେମ୍ବରରେ ୟୁଜିସି ପିୟର ଟିମ୍‌ ଭିତ୍ତିଭୂମି ପରିଦର୍ଶନରେ ଆସିଥିଲେ। ତେବେ ଗତବର୍ଷ ଅଗଷ୍ଟରେ ମାନ୍ୟତା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶନାମା ଆସିଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବା ନେଇ ବିଧାୟକ ସୁଧୀର କୁମାର ସାମଲ ଗତ ନଭେମ୍ବର ୫ରେ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଏକ ଜରୁରୀ ବୈଠକରେ ଆଲୋଚନା କରିଥିଲେ। ଏମ୍‌ପି ମହେଶ ସାହୁ ମଧ୍ୟ ଏ ସଂକ୍ରାନ୍ତରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ କଲେଜର ଦାବିକୁ ସମର୍ଥନ ଜଣାଇ ୟୁଜିସିକୁ ପତ୍ର ଲେଖିଥିଲେ। ଗତ ଜୁଲାଇ ୧୬ରେ ୟୁଜିସି ପକ୍ଷରୁ ମିଳିଥିବା ପତ୍ରରେ ୨୦୨୩ ଯାଏ ଢେଙ୍କାନାଳ କଲେଜ ସ୍ବୟଂଶାସିତ ମାନ୍ୟତା ବଜାୟ ରଖିଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ, ୧୯୫୯ରେ ପ୍ରତିଷ୍ଠିତ ଢେଙ୍କାନାଳ କଲେଜ ୨୦୦୨ରେ ସ୍ବୟଂଶାସିତ ମାନ୍ୟତା ପାଇଥିଲା। ଏବେ ଏଠାରେ ଯୁକ୍ତ ୩ ଏବଂ ପିଜିରେ ୧୮୦୦ ଛାତ୍ରୀଛାତ୍ର ଅଧ୍ୟୟନରତ। ଏହାକୁ ବାଦ୍‌ଦେଲେ ମ୍ୟାନେଜମେଣ୍ଟ ଏବଂ ସେଲ୍‌ଫ ଫାଇନାନ୍ସ ପାଠ୍ୟକ୍ରମ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ ପାଇବେ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର’

ଭୁବନେଶ୍ୱର,୨୮ା୯:  ବିଜ୍ଞାନ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ ମନୋନୀତ ହୋଇଛନ୍ତି। କାଉନ୍‌ସିଲ ଫର୍‌...

‘ସନ୍ଥକବିଙ୍କ ଲେଖା ମାନବବାଦର ବାର୍ତ୍ତାବହ’: ମହିମାଗାଦିରେ ଭୀମ ଭୋଇ ଜୟନ୍ତୀ

ଢେଙ୍କାନାଳ ଅଫିସ, ୧୮।୫ – ମହିମା ଧର୍ମର ନିଗୂଢ଼ ତତ୍ତ୍ୱକୁ ନିଜ ଲେଖା ମାଧ୍ୟମରେ ବିଶ୍ୱରେ ପରିଚିତ କରାଇଥିଲେ ସନ୍ଥକବି ଭୀମ ଭୋଇ। ଏଥିରେ ବହୁ...

ଖୋଲିବ ରେଷ୍ଟୁରାଣ୍ଟ, ବାର୍‌

ଭୁବନେଶ୍ୱର(ବ୍ୟୁରୋ),୩ା୯:ଦୀର୍ଘଦିନ ପରେ ପୁଣିଥରେ ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଲୋକେ। ଅନ୍‌ଲକ୍‌ ୪.୦ ଗାଇଲାଇନ୍‌ ଅନୁଯାୟୀ ରାଜ୍ୟରେ ରେଷ୍ଟୁରାଣ୍ଟ ଓ ବାର୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅନୁମତି...

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ୨୦ରୁ ଦୂରଦର୍ଶନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓଆର୍‌ଏସ୍‌ଏସି) ଦ୍ୱାରା ପ୍ରସ୍ତୁତ ଶିକ୍ଷାଭିତ୍ତିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ...

ଆଜି ମାଘ ସପ୍ତମୀ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ,୨୮।୧(ଡି.ଏନ.ଏ.): ଆଜି ପବିତ୍ର ମାଘ ସପ୍ତମୀ। ଭୋର୍‌ରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ...

ଅଙ୍ଗନଓ୍ବାଡି ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ସାମିଲ ହେବ

ଭୁବନେଶ୍ୱର,୧୮।୮ (ବ୍ୟୁରୋ): ଶିଶୁ ଖାଇବେ ମାଣ୍ଡିଆ ଲଡୁ। ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ...

ଆଜିଠୁ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୧୧।୧(ବ୍ୟୁରୋ) : ରାଜ୍ୟରେ ସୋମବାରଠାରୁ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବ। ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଓ ପିଜିର ଶେଷବର୍ଷ...

ସତ୍ୟପୀରଙ୍କୁ କରମବୀର ଚକ୍ର ପୁରସ୍କାର

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): ଓଡ଼ିଶାର ପଞ୍ଚ୍‌ମ୍ୟାନ୍‌ ଭାବେ ପରିଚିତ କଳାହାଣ୍ଡି ଜିଲା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗାଁର ଡ. ସତ୍ୟପୀର ପ୍ରଧାନଙ୍କୁ ରବିବାର କରମବୀର ଚକ୍ର ପୁରସ୍କାରରେ...

Advertisement
Archives

Model This Week