ସମୂହ ବାଦ୍ୟ ଧ୍ୱନି, ଦର୍ଶକଙ୍କ ତାଳିରେ କମ୍ପିଲା ମଞ୍ଚ

ଭୁବନେଶ୍ୱର,୮।୯(ବ୍ୟୁରୋ): ବାଦ୍ୟଯନ୍ତ୍ର ସମୂହର ସୁମଧୁର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ମଞ୍ଚ। ଝୁମି ଉଠିଥିଲେ ଶ୍ରୋତା, ଦର୍ଶକ ଓ ଅତିଥି। ଅବସର ଥିଲା ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା। ବାଦ୍ୟ ସଙ୍ଗୀତ ବି ନଚାଇପାରେ, ଯାହାକୁ ପ୍ରମାଣିତ କରି ଦେଖାଇଥିଲେ ଶିବାଙ୍ଗୀ ଅନୁଷ୍ଠାନର ୧୦ଜଣ ଶିଳ୍ପୀ। ତା’ ସାଙ୍ଗକୁ ଦର୍ଶକଙ୍କ କରତାଳି ‘ମ୍ୟୁଜିକାଲ ମିଲେଙ୍ଗେ’ କାର୍ଯ୍ୟକ୍ରମକୁ ନିଆରା କରିଦେଇଥିଲା।
ଆରମ୍ଭରେ ଶ୍ରୀ ଗଣେଶଙ୍କୁ ଆବାହନ ପୂର୍ବକ ବକ୍ର ତୁଣ୍ଡ ମହାକାୟ ସଙ୍ଗୀତ ସହ ବିଭିନ୍ନ ବାଦ୍ୟଯନ୍ତ୍ରର ଧ୍ୱନି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ବେହେଲାରେ ଅଗ୍ନିମିତ୍ରା ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ, ଗିଟାରରେ ଦେବ ରଞ୍ଜନ ନାୟକ ଓ ପ୍ରଣବ ପ୍ରଧାନ, କିବୋର୍ଡରେ ରମେଶ ଚନ୍ଦ୍ର ବେହେରା, ତବଲାରେ ବିଶ୍ୱ ରଞ୍ଜନ ନନ୍ଦ, ପରକ୍ୟୁଶନରେ ବୈଭବ କୁମାର ଦାସ ଓ ସମୀର ରଞ୍ଜନ ପ୍ରଧାନ, ଡ୍ରମ୍‌ରେ ବିକଶିତ୍‌ ସାହୁ ଏବଂ କଣ୍ଠରେ ମିଲନ୍‌ କୁମାର ପଣ୍ଡା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ପ୍ରସ୍ତୁତି ‘ଇମ୍ଫୋସିଆନ୍‌’ ଏବଂ ‘ଓଡ଼ିଶୀ ଫ୍ୟୁଜନ’ରେ ଶିଳ୍ପୀଙ୍କ ଉତ୍ସାହ ଓ କଳାର ସୃଜନତା ଶ୍ରୋତାଙ୍କୁ ସ୍ତମ୍ଭୀଭୂତ କରିଥିଲା। ପରବର୍ତ୍ତୀ ପ୍ରଦର୍ଶନରେ ବର୍ଷାର ସେ ଶାନ୍ତକାରୀ ଶବ୍ଦକୁ ଧ୍ୱନି ମାଧ୍ୟମରେ ଶ୍ରୋତାଙ୍କ ପାଖରେ ଉପସ୍ଥାପିତ କରିଥିଲେ ଶିଳ୍ପୀ। ସନ୍ଥ କବୀରଙ୍କ ଦୋହାକୁ ସଙ୍ଗୀତ ମାଧ୍ୟମରେ ଚିତ୍ରଣ କରିବା ପରେ ବିନାଶକ ଭଗବାନ ଶିବଙ୍କ ଉପରେ ପର୍ଯ୍ୟବସିତ ଶିବନାସରେ ‘ସୃଜନ’ ପକ୍ଷରୁ ଆୟୋଜିତ ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସା ସମାପ୍ତ ହୋଇଥିଲା। ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଓ ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଯୋଗ ଦେଇଥିଲେ। ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବାବେଳେ କାର୍ଯ୍ୟକାରୀ କରିଥିଲେ ଦେବୀପ୍ରସାଦ ମିଶ୍ର। ଡ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ଏହାର ପରିଚାଳନା କରିଥିଲେ। ସୃଜନ ଅନୁଷ୍ଠାନର ଫେସବୁକ୍‌ ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହଯୋଗ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହି ଉତ୍ସବର ମିଡିଆ ପାର୍ଟନର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri